ପୃଷ୍ଠା:Typical selections from Oriya literature.pdf/୨୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୦
ଓଡ଼ିଆ ସାହିତ୍ୟ-ପରିଚୟ

ତୁମ୍ଭେ ମୋତେ ସଖା ହୁଅ ଏ ଘୋର କାନନେ ।
ଉପଦେଶ କ‌ହ ମୁନି ନିସ୍ତରି ଯେସନେ ।
ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେ ।
କ‌ହିଲି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ।
ମୋର ମନ କ‌ହେଁ ତୁମ୍ଭେ ଶୁଣ ମୁନିଗଣେ ।
ଯେବା ଅଂହକାରେ ମୁ ପଶିଲି ଘୋରବନେ ।
ଯେ ତପକୁ ପୂର୍ବେ ତପେ କେହି ଲଭି ନାହିଁ ।
ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୁହଇ ।
ତ୍ରିଲୋକ ଉପରେ ସର୍ବ ବନ୍ଦିତ ଯେ ସ୍ଥାନ ।
ତ‌ହିଁ ବସିବି ନିଶ୍ତିନ୍ତେ କଳ୍ପଇ ମୋ ମନ ।
ମୋର ପିତୃ ପିତାମ‌ହେ ଯାହା ନ ପାଇଲେ ।
କଳ୍ପକଳ୍ପାନ୍ତରେ ଯାହା ନ ପାଇଲେ ଭଲେ ।
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।
ତ‌ହିଁର ଉପାୟ ମୋତେ କ‌ହ ଭାବ ତ‌ହିଁ ।
ଧନ ରାଜ୍ୟ-ଭୋଗେ ମୋର ପ୍ରୟୋଜନ ନାହିଁ ।
ଏତେ କ‌ହି ମୁନିଙ୍କ ଚରଣେ ପ୍ରଣ‌ମଇ ।
ଧ୍ରୁବର ବଚନ ଶୁଣି ସର୍ବ ମୁନିଗଣେ ।
ଅନ୍ୟେ ଅନ୍ୟରେ ମିଳି ସେ କ‌ହ‌ନ୍ତି ତୋଷମନେ ।

(6)
ପ୍ରାକୃତିକ ବର୍ଣ୍ଣନା (Sk. X, Ch. XIX)

ଏମନ୍ତେ ଶୁଣ ପରୀକ୍ଷିତ । ସ୍ୱଭାବେ ସରିଲା ବସନ୍ତ ।
ନିଦାଘ କାଳ ଆଗମନ । ଘର୍ମ୍ମେ ତାପିତ ସର୍ବଜନ ।
ସର୍ବଦା ବସନ୍ତ ପବନ । ସଧୀରେ ବ‌ହେ ଦିନ ଦିନ ।
ବସନ୍ତ ନୁହେ ନା ଦୁର୍ଲ୍ଲଭ । ଯେ ବନେ ଶ୍ରୀରାମ ମାଧବ ।
ନ‌ଦୀ-ନିର୍ଝର-ଜଳନାଦେ । ନିବିଡ଼ ଝରଙ୍କ ଶବଦେ ।
ନିର୍ଝର ଜଳକଣେ ମିଳି । ଅତି ଶୀତଳ ବନସ୍ଥଳୀ ।
ନ‌ଦୀତରଙ୍ଗ ପୁଷ୍ପବନ । ପବନ‌ଯୋଗେ କମ୍ପମାନ ।
ଜଳେ ଅଛଇ ପୁଷ୍ପ‌ଯେତେ । କମଳ କୁମୁଦ ସ‌ହିତେ ।
ତାହାଙ୍କ ରେଣୁ ଘେନି ବଳେ । ପବନ ବ‌ହେ କୁତୂହଳେ ।
ଏଣୁ ସେ ବୃନ୍ଦାବନ ଦେଶ । ନିଦାଘ ନ କରେ ସ୍ପରଶ ।
ଘନ ଗ‌ହ‌ନ ବନ‌ଭୂମି । ତେଣୁ ନୁହ‌ନ୍ତି ଜୀବେ ଶ୍ରମୀ ।
ଅତି ଗ‌ଭୀର ନ‌ଦୀଜଳେ । ଲହରୀ ବାଜି ଉଠେ ବଳେ ।
ପଙ୍କେ ଦିଶଇ ବେନିତଟ । ଭଙ୍ଗ ତରଙ୍ଗେ ଧୁଆତୁଠ ।