ପୃଷ୍ଠା:Typical selections from Oriya literature.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୯୫
ଓଡ଼ିଆ ସାହିତ୍ୟ-ପରିଚୟ

(8)
ବସୁଦେବଙ୍କ ଘରେ ନାରଦଙ୍କ ପ୍ରବେଶ (Sk. XI, Ch. II)
ଶ୍ରୀ ଶୁକ ଉବାଚ

ଶୁଣ ପରୀକ୍ଷ ମନସ୍ଥିରେ । ଅଦ୍ଭୁତ ଦ୍ୱାରକା ନ‌ଗରେ ।
ଗୋବିନ୍ଦ ଭୁଜଦଣ୍ତବଳେ । ଯାଦବେ ଥାନ୍ତି ସୁଖଭୋଳେ ।
ବାସବଆଦି ଦେବଗଣେ । ଯ‌ହିଁ ସେବନ୍ତି ଅନୁକ୍ଷଣେ ।
ଯହିଁ ନାରଦ ଥାନ୍ତି ନିତି । କୃଷ୍ଣମ‌ହିମା ଭାବ ଚିନ୍ତି ।
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି । କେ କୃଷ୍ଣଭାବ ପରିହରି ।
ଭବ ବିରଞ୍ଚ ଯାର ନିତ୍ୟେ । ପାଦ ସେବନ୍ତି ହୃଦଗତେ ।
ନାରଦମୁନି ଦିନ‌କରେ । ମିଳିଲେ ବସୁଦେବ-ଘରେ ।
ନାରଦ-ଆଗମନ-ଭାବ । ଦେଖି ମିଳିଲେ ବସୁଦେବ ।
ପବିତ୍ରଜଳେ ପାଦ ଧୋଇ । ଆସନେ ବସାଇଲେ ନେଇ ।
ଚରଣେ କରି ନମସ୍କାର । ଭାବେ ବୋଇଲେ ଯଦୁବୀର ।

ବସୁଦେବ ଉବାସ

ଧନ୍ୟ ଜୀବନ ଆଜ ମୋର । ଦେଖିଲି ଚରଣ ତୁମ୍ଭର ।
ତୁମ୍ଭେ ଯେ ଲୋକପରିତ୍ରାଣେ । ବ୍ରହ୍ମାଣ୍ତେ ଭ୍ରମ ଅନୁକ୍ଷଣେ ।
ପିତା-ମାତାଙ୍କ ଆଗମନ । ପୁତ୍ରଙ୍କୁ କଲ୍ୟାଣ ଯେସନ ।
ବିଷ୍ଣୁଭକ‌ତ ଜନ ଦେଖି । ନିର୍ମଳ ହୁଏ ଚର୍ମଆଖି ।
ଜନ୍ତୁଙ୍କୁ ଦେବଙ୍କ ଚରିତ । ସାଧଇ ଦୁଃଖସୁଖ ଅର୍ଥ ।
ସେ ଦେବଚରିତ-ପ୍ରସାଦ । ସାଧୁଙ୍କୁ ନ କରେ ବିଷାଦ ।
ଯେଣୁ ଭକ‌ତଜନ ନିତ୍ୟେ । ଭାବେ ଭଜନ୍ତି ପ୍ରାଣୀହିତେ ।
ମନୁଷ୍ୟେ ସୁଖଭୋଗ ଚିନ୍ତି । ନାନାଦି ଦେବତା ପୂଜନ୍ତି ।
ଦେବେ ତାହାଙ୍କ ଉପକାରେ । ଭଜନ୍ତି ଭକ୍ତି ଅନୁସାରେ ।
ସ୍ୱଭାବେ ଦେବେ ଛାୟାରତ । ବସନ୍ତି କର୍ମର ଆୟତ୍ତ ।
ତେଣୁ ସେ କର୍ମ ଅନୁସାରେ । ପ୍ରାଣୀଙ୍କି ତୋଷୁଥାନ୍ତି ବରେ ।
ଫଳଇ କର୍ମ ପ୍ରାଣୀଙ୍କର । ପ୍ରାଣୀ ଭୁଞ୍ଜନ୍ତି ଏ ଜଗତେ ।
ବିଷ୍ଣୁ-ଭକ‌ତ ପ୍ରାଣୀଙ୍କର । ଜଗତେ ନାହିଁ ଆତ୍ମ ପର ।
ଦୟା କରନ୍ତି ସର୍ବଲୋକେ । ଦିନ ହରନ୍ତି ଦୁଃଖ ସୁଖେ ।
ଆଜ ମୁଁ ଦେଖି ତୁମ୍ଭ ପାଦ । ଲଭିଲି ସକଳ ସମ୍ପଦ ।
ତ‌ଥାପି ବୈଷ୍ଣବର ଧର୍ମ । ବିଷ୍ଣୁ ଅର୍ପିତ ଯେତେ କର୍ମ ।
ଏହା ଶୁଣିବି ଇଚ୍ଛା ମୋର । ପୁଚ୍ଛଇଁ କ‌ହ ଧର୍ମସାର ।
ଯାହାର କ‌ଥନ ଶ୍ରବଣ । ଜନ୍ମ-ମରଣ-ନିବାରଣ ।
ପୂର୍ବେ ମୁଁ ତପ ଯୋଗବଳେ । ସେବିଲି ବିଷ୍ଣୁ-ପାଦତଳେ ।