ପୃଷ୍ଠା:Typical selections from Oriya literature.pdf/୨୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୭
ଓଡ଼ିଆ ସାହିତ୍ୟ-ପରିଚୟ

ଦୁଷ୍ଟ ପତିତ ବୋଲି ତାରେ । ପଡ଼େ ନରକ-ଅନ୍ଧକାରେ ।
ପଣ୍ତିତପଣେ ବାଦ ଚିନ୍ତି । ଦମ୍ଭେ ନ ବୁଝେ ମୋକ୍ଷଗତି ।
ବଞ୍ଚିତ ହୁଏ ବିଷ୍ଣୁ ନାମ । ସଞ୍ଚଇ ଧର୍ମ ଅର୍ଥ କାମ ।
କରଇ ନାନାକର୍ମ ନିତ୍ୟେ । ତିଂଏ ନ ରହେ ସ୍ଥିରଚିତ୍ତେ ।
କର୍ମେ ହରଇ ପ୍ରାଣି-ପ୍ରାଣ । ତାହାର କାହିଁ ପରିତ୍ରାଣ ।
ଚିତ୍ତେ ନ ବ‌ହେ ଦୟା ଶାନ୍ତି । ତାହାକୁ ବୋଲି ଆତ୍ମାଘାତୀ ।
ପାଷଣ୍ତଭାବେ ଅନୁମାନି । ଆତ୍ମାକୁ ବୋଲେ ତ‌ତ୍ତ୍ୱଜ୍ଞାନୀ ।
ମନ କଳ୍ପଇ ଯେତେ ଫଳେ । ଦଇବ ହରେ ତାହା ବଳେ ।
ବଞ୍ଚିତ ଇହ ପରଲୋକେ । ନିତ୍ୟେ ବଞ୍ଚଇ ମହାଦୁଃଖେ ।
ଦୁଃଖେ ସଞ୍ଚିତ ଦାରା ସୁତ । ଧନ ସମ୍ପଦ ପଶୁ ଭୃତ୍ୟ ।
ଏ ସର୍ବ ଛାଡ଼ି ଅନ୍ତକାଳେ । ଚଳଇ ନିଜ ପାପ‌ଫଳେ ।
ନରକେ ପଡ଼ି ଦୁଃଖ ଭୁଞ୍ଜେ । ଯମ-ଯାତନା ଘୋରପୁଞ୍ଜେ ।
ହରି-ବିମୁଖ ଯେଉଁ ପ୍ରାଣୀ । ନ ତରେ ଭବ-ତରଙ୍ଗିଣୀ ।
ଏମନ୍ତ ମୁନିବାକ୍ୟ ଶୁଣି । ରାଜା ବୋଲଇ ମନେ ଗୁଣି ।

ରାଜୋବାଚ

ଭୋ ମୁନି ପ୍ରଭୁ ଭଗବାନ । ଯାଗୁନୁସାରେ ବ‌ହେ ନାମ ।
ବର୍ଣ୍ଣହିଁ ଯୁଗ ଅନୁସାରେ । ଭକ‌ତ ଭଜନ ପ୍ରକାରେ ।
କେବଣ ଯୁଗେ କେଉଁରୂପେ । ଶରୀର ବ‌ହେ ମାୟାକଳ୍ପେ ।
ଜୀବ ଉଦ୍ଧାରେ ଚକ୍ରପାଣି । କରଭାଜନ ବୋଲେ ଶୁଣି ।

କରଭାଜନ ଉବାଚ

ବୋଲଇ ଶୁଣ ନରନାଥ । ଅଶେଷ କୃଷ୍ଣର ଚରିତ ।
କଳି-କଳୁଷ-ସଂହାରଣ । ଯେ କରେ ଶ୍ରବଣ କୀର୍ତ୍ତନ ।
ଯେ ରୂପ ବ‌ହେ ସେ ସ୍ୱଭାବେ । ତ୍ରେତା ଦ୍ୱାପର କଳିଯୁଗେ ।
ଇଚ୍ଛାନୁସାରେ ଅବତରେ । ସ୍ୱଭାବେ ନାନାରୂପ ଧରେ ।
ବିଧି-ବିଧାନ ନାନାମତେ । ସେ ରୂପ ପୂଜନ୍ତି ଜଗତେ ।
ଯେ ଯୁଗେ ଯେବା ଅବତାର । ଯେ ନାମ ବର୍ଣ୍ଣ ଦାମୋଦର ।
ସୁଖେ ବିହରେ ନରଲୋକେ । ଶୁଣ କ‌ହିବା ଏକେ ଏକେ ।
ପ୍ରଥମେ ଶୁକ୍ଳବର୍ଣ୍ଣ ଦେହେ । ଜଟା-କଳାପ ମୁଣ୍ତେ ବ‌ହେ ।
ଦେହେ ଉତ୍ତରୀ ଅକ୍ଷମାଳ । ବସନ ବୃକ୍ଷର ବଲ୍ୱଳ ।
ଆଜାନୁଲମ୍ବେ ଭୁଜଚାରି । ତ୍ରିଦଣ୍ତ କମଣ୍ତଳୁଧାରୀ ।
ଏମନ୍ତ ରୂପ ଭଗବାନ । ଦେଖି ପୂଜିଲେ ସାଧୁଜନ ।
ଯେ ହରି ସର୍ବଜନ-ହିତ । ଶୁଚି ପବିତ୍ର ଶାନ୍ତ ଦାନ୍ତ ।
ତପ ଆଚରି ଶମ ଦମେ । ପ୍ରାଣ ସଂଯମି ମହାଶ୍ରମେ ।