ପୃଷ୍ଠା:Typical selections from Oriya literature.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୨୧୮
ଓଡ଼ିଆ ସାହିତ୍ୟ-ପରିଚୟ

ଯେ ଭଜେ ତାହାଙ୍କ ଚରଣେ । ବୈକୁଣ୍ଠ ସମୂର୍ଣ୍ଣ ଲକ୍ଷଣେ ।
ଧର୍ମସ୍ୱରୂପ ନାରାୟଣ । ଏବେ କ‌ହିବା ନୃପ ଶୁଣ ।
ଦିବ୍ୟ ସ୍ୱରୂପ ଭଗବାନ । ପରମାନନ୍ଦ ଦିବ୍ୟ ଜ୍ଞାନ ।
ଏ ରୂପ ଧରେ ସତ୍ୟ‌ଯୁଗେ । ଭକ‌-ଜନ-ଅନୁରାଗେ ।
ଶୋଣିତ ବର୍ଣ୍ଣ ତ୍ରେତାଯୁଗେ । ବିଷ୍ଣୁ ସମ୍ଭୂତ ଭୂମିଭାଗେ ।
ସୁନ୍ଦର ଚତୁର୍ଭୁନ ଧରେ । ସୁବର୍ଣ୍ଣବର୍ଣ୍ଣ କେଶ ଶିରେ ।
ପବିତ୍ର ମେଖଳା ଉତ୍ତରୀ । ସୁନ୍ଦର ଶ୍ରୁବ ସ୍ରୁକ ଧରି ।
ଯଜ୍ଞମୂରତି ଦାମୋଦର । ସର୍ବଦେବତା କଳେବର ।
ଆଶେଷ-ଭୁବନ-ଈଶ୍ୱର । ଅଜ୍ଞାନୀଜନେ ଅଗୋଚର ।
ସେ ରୂପ ଦେଖି ବିପ୍ରଗଣେ । ନିଗମ‌ପଥ ଆଚରଣେ ।
ଯଜ୍ଞେ ପୂଜିଲେ ଭଗବାନ । ଯେ ଯଜ୍ଞ ବେଦର ବିଧାନ ।
ସେ ବିଷ୍ଣୁ ଯଜ୍ଞ ପୃଶ୍ନିଗର୍ଭ । ସ୍ୱଭାବେ ନାମ ସର୍ବଦେବ ।
ସେ ଉରୁକ୍ରମ ବୃଷାକପି । ଏମ‌ନ୍ତ ନାମ ନିତ୍ୟେ ଜପି ।
ଦ୍ୱାପର‌ଯୁଗେ ଶ୍ୟାମ‌ବର୍ଣ୍ଣ । ପୀତବସନ ପରିଧାନ ।
ନିଜ ଆୟୂଧ ନିଜକରେ । ଶ୍ରୀବତ୍ସ କୌସ୍ତୁଭ ଉରରେ ।
ଏ ଆଦି ଲକ୍ଷଣେ ଲକ୍ଷିତ । ଅଶେଷ ଭୁବନେ ପୂରିତ ।
କାମକୁ ନିନ୍ଦେ କଳେବର । ସମ୍ପଦ ରାଜରାଜେଶ୍ୱର ।
ସେ ରୂପ ଦେଖି ମୁନିଜନେ । ପୂଜନ୍ତି ଯନ୍ତ୍ର ମନ୍ତ୍ର ଧ୍ୟାନେ ।
ସେ ସର୍ବ ଦେବମୟ ହରି । ପୂର୍ଣ୍ଣଶବଦେ ସ୍ତୁତିକରି ।
ଶ୍ରୀ ବାସୁଦେବ ନମୋସ୍ତୁତେ । ଶଙ୍କରଷଣ ବୋଲି ତୋତେ ।
ପ୍ରଦ୍ୟୁମ୍ନ ଅନିରୁଦ୍ଧ ତୁହି । ଏ ଚାରିରୂପ ଏକଦେହୀ ।
ନମସ୍ତେ ପ୍ରଭୁ ଜଗନ୍ନାଥ । ଯାର ଶରୀର ଏ ଜଗତ ।
ତୁ ବିଶ୍ୱନାଧ ବିଶ୍ୱପତି । ମହାପୁରୁଷ ସର୍ବଗତି ।
ଦ୍ୱାପର ଯୁଗରେ ଏମନ୍ତେ । ବିଷ୍ଣୁଙ୍କୁ ପୂଜନ୍ତି ଜଗତେ ।
ଦ୍ୱାପର‌ଯୁଗ ଶେଷକାଳେ । କଳି ଆଗମ ଅନ୍ତରାଳେ ।
ରୂପ ପ୍ରକାଶେ ଚକ୍ରପାଣି । ଯେସନେ ଇନ୍ଦ୍ରନୀଳମଣି ।
କୃଷ୍ଣମୂରତି ଭଗବାନ । କେବଳ ନାମ-ସଂକୀର୍ତ୍ତନ ।
କୃଷ୍ଣର ରୂପ ଗୁଣ ଯେତେ । ଧ୍ୟାନେ ନିରୋପି ଶୁଦ୍ଧଚିତ୍ତେ ।
ପ୍ରତିମା କରି ନାନା ମତେ । କୃଷ୍ଣ ପୂଜନ୍ତି ଯଜ୍ଞସୂତେ ।
ଅଙ୍ଗ ଉପାଙ୍ଗ ମନ୍ତ୍ର ତନ୍ତ୍ରେ । ବିଷ୍ଣୁର ପାରିଷଦ ଯେତେ ।
ସକଳ ପୂଜି ସାବଧାନେ । ସ୍ତୁତି କରିବ ଏ ବଚନେ ।
ହେ ମହାପୁରୁଷ ମୁକୁନ୍ଦ । ହରଇ ପରାଭବମାନ ।
ଅଭୀଷ୍ଟଫଳ କାମଧେନୁ । ତୀର୍ଥନିବାସ ଯା ଚରଣୁ ।