ପୃଷ୍ଠା:Typical selections from Oriya literature.pdf/୨୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୦
ଓଡ଼ିଆ ସାହିତ୍ୟ-ପରିଚୟ

ଦକ୍ଷିଣା ଜ୍ଞାନ ଉପଦେଶ । ମୁଁ ଯଜ୍ଞରୂପେ ହୃଷୀକେଶ ।
ସୁଦୃଢ଼େ ପବନ-ଧାରଣ । ପରାତ୍ମା ଯୋଗେ ଏ ଲକ୍ଷଣ ।
ଭାଗ୍ୟ ଯେ ଈଶ୍ୱର ତା ଭାଗ । ମୋର ଭକ‌ତି ବଡ଼ ଲାଭ ।
ପ୍ରାଣୀ ବିଷୟେ ଭେଦ-ବୁଦ୍ଧି । ନ କରେ ସେ ବିଦ୍ୟା-ପ୍ରସିଦ୍ଧି ।
ନିନ୍ଦିତ କର୍ମେ ଯେ ଡରଇ । ଉଦ୍ଧବ ଜାଣ ଲଜ୍ଜା ସେହି ।
ସକଳଭାବେ ଅନପେକ୍ଷ । ଈଶ୍ୱର ଭାବଟି ପ୍ରତ୍ୟକ୍ଷ ।
ସମେ ଯେ ଦୁଃଖ ସୁଖ ମଣି । ସେ ମହାସୁଖୀ ନିତ୍ୟେ ଭଣି ।
ନିରତେ କାମ-ଭୋଗ-ସୁଖ । ତାହାକୁ ବୋଲି ମହାଦୁଃଖ ।
ଯେ ଆତ୍ମା ବଦ୍ଧ ମୋକ୍ଷ ଜାଣେ । ସେ ପ୍ରାଣୀ ପଣ୍ତିତ ବଖାଣେ ।
ଦେହକୁ ବୋଲି ବନ୍ଧୁଘର । ଏଣେ ଯେ କରେ ଅହ‌ଙ୍କାର ।
ତାହାକୁ ମୂର୍ଖବୋଲି ଜାଣି । ହସି କ‌ହ‌ନ୍ତି ଚକ୍ରପାଣି ।
ମୋତେ ଭଜଇ ଯେ ଯେମନ୍ତେ । ଉତ୍ତମ ପଥ ଏ ଜଗତେ ।
ତେଣେ ଚଞ୍ଚଳ ଯାର ଚିତ୍ତ । ଉଦ୍ଧବ ସେହି ସେ କୁପଥ ।
ଯାର ହୃଦରେ ତମୋଗୁଣ । ସେ ପ୍ରାଣୀ ନରକ-ଲକ୍ଷଣ ।
ପ୍ରାଣୀ-ପରମ‌ବୁଦ୍ଧି ମୁହିଁ । ଗୁରୁଙ୍କ ପ୍ରାୟେ ହିତ କ‌ହି ।
ଉଦ୍ଧବ ଏ ଉତ୍ତମ ଘର । ଅଟେ ମନୁଷ୍ୟ କଳେବର ।
ମୋ ସର୍ବଗୁଣେ ଯାର ମନ । ତାର ସମୀପେ ସର୍ବ ଧର୍ମ ।
ମୋ ଭାବେ ଚିତ୍ତ ଯାର ନାହିଁ । ସଂସାରେ ଦରିଦ୍ରଟି ସେହି ।
ଅଜିତ ଇନ୍ଦ୍ରିୟ ଯାହାର । ସଂସାରେ କୃପଣ ସେ ନର ।
ତ୍ରିଗୁଣେ ସଙ୍ଗ ଯାର ନାହିଁ । ଉଦ୍ଧବ ଈଶ୍ୱରଟି ସେହି ।
ଯେ ପ୍ରଶ୍ନ କଲୁ ବୀର ତୁହି । କ‌ହିଲି ଶୁଣ ମନ‌ଦେଇ ।
ଅଧିକ ବିଶେଷ ବର୍ଣ୍ଣନ । ପ୍ରସ୍ତାବେ ନାହିଁ ପ୍ରୟୋଜନ ।
ସକଳ ଭାବେ ଗୁଣ ଦୋଷ । ଏଣୁ ଏ ଜଗତ ଅଶେଷ ।
ବୋଲଇ ବିପ୍ର ଜଗନ୍ନାଥ । ଶ୍ରୀ ଏକାଦଶେ ଭାଗବତ ।
ଉଦ୍ଧବ ପୁଚ୍ଛିଲେ ଯେମନ୍ତ । ଅଚ୍ୟୁତ କ‌ହିଲେ ତେମନ୍ତ ।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ
ସମ୍ବାଦେ ଜ୍ଞାନଭକ୍ତିଯୋଗ କଥନଂ ନାମ ବିଂଶୋଧ୍ୟାୟଃ ।
ଭକ୍ତି ଯୋଗକ‌ଥନ
ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣ-ମୁଖ ଚାହିଁ । ବୋଲଇ ଶିରେ କର ଦେଇ ।
ଭୋ ନାଥ ବେଦ ତୋର ବାଣୀ । ବିଧି-ନିଷେଧ ମାର୍ଗେ ଭଣି ।
କର୍ତ୍ତବ୍ୟ କର୍ମେ ଗୁଣ ହୋଇ । ନିଷେଧ-ଦୋଷ ଉପୁଜଇ ।