ପୃଷ୍ଠା:Typical selections from Oriya literature.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୨
ଓଡ଼ିଆ ସାହିତ୍ୟ-ପରିଚୟ

ଭକତି ଯୋଗେ ଅନୁକ୍ଷଣେ । ଭଜିବୁଁ ଶ୍ରୀକୃଷ୍ଣ-ଚରଣେ ।
ନରକବାସୀ ଏହିମତେ । ନିତ୍ୟ ଚିନ୍ତନ୍ତି ହୃଦଗତେ ।
ଦୁର୍ଲ୍ଲଭ ମନୁଷ୍ୟ-ଶରୀର । ନରକ-ନିସ୍ତାରଣ-ଦ୍ୱାର ।
ଆମ୍ଭେ ପାଇବୁଁ ତାହା କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ ।
ଏମନ୍ତେ ସ୍ୱର୍ଗ ନର୍କେ ଥାଇ । ନିତ୍ୟେ ଚିନ୍ତନ୍ତି ଚିତ୍ତେ ଧ୍ୟାଇ ।
କର୍ମ ସାଧନ ତ‌ହିଁ ନାହିଁ । ଏଣୁ ବାଞ୍ଛନ୍ତି ନରଦେହୀ ।
ମନୁଷ୍ୟେ ସାଧି କର୍ମ୍ମ‌ଯୋଗ । ସ୍ୱର୍ଗ ନରକ ବେନି ଭୋଗ ।
ଏ ବୋଲ ବୁଝି ବୁଧଜନେ । ଏ ବେନି ଦେଖନ୍ତି ସମାନେ ।
ସଂସାର ଈଶ୍ୱରଙ୍କ ମାୟା । ନିତ୍ୟେ ଚିନ୍ତିବ ଦୃହେ ଏହା ।
ସ୍ୱର୍ଗ ନରକ ବେନି ପଥ । କେବେହେଁ ନ କରିବ ଚିତ୍ତ ।
ମନୁଷ୍ୟ-ଦେହେଁ ମୂଢ଼ ନର । ଅଜ୍ଞାନେ ଭ୍ରମଇ ସଂସାର ।
ଯେବେ ମନୁଷ୍ୟ ଦେହ ପାଇ । ଆତ୍ମାର ଗତି ନ ଜାଣଇ ।
ବିଷୟ ସଙ୍ଗେ ଯାର ଆଶ । ସେ ଦେହେଁ ପ୍ରୟପଜନ କିସ ।
ଯେ ଦେହ ନରକ ନିପାତେ । ତାହା ନ ଇଚ୍ଛି କଦାଚିତେ ।
ଏଣୁ ଏ ନର ଦେହ ପାଇ । ଯାବତ ମୃତ୍ୟୁ ନ ଘଟଇ ।
ତାବତ ଜ୍ଞାନ ବଇରାଗ୍ୟେ । ମୋର ଭକତି ଯୋଗମାର୍ଗେ ।
ବେଗେ ମରଣ ମୁଁ ଖୁଁ ତାର । ମନୁଷ୍ୟ ଦେହ ନୋହେ ଚିର ।
ଏ ଦେହ ସର୍ବସିଦ୍ଧି ହେତୁ । ସଂସାର ଭବସିନ୍ଧୁ-ସେତୁ ।
ଏ ଦେହା ବୃକ୍ଷେ ହଂସ ବସେ । ଅଜ୍ଞାନେ ଲୋଭ-ଫଳ-ଆଶେ ।
ବୃକ୍ଷ ଆବୋରି ଯମଦୂତେ । ଅମୋଘଖଡ଼୍ଗ ଘେନି ହସ୍ତେ ।
ରାତ୍ର ଦିବସେ କାଟି ବଳେ । ବୃକ୍ଷେ ଉପାଡ଼ନ୍ତି ସମୂଳେ ।
ଏଣୁ ଏ ବୃକ୍ଷେ ହଂସପକ୍ଷୀ । ଯମ-କିଙ୍କର-ଘାତ ଲକ୍ଷି ।
ଏ ଫଳ ଲୋଭ ଛାଡ଼ି ମନେ । ସୁଜ୍ଞାନୀ ନିଜ-ସୁଖ-ପୁଣ୍ୟେ ।
ରାତ୍ର ଦିବସେ ଯମଦୂତେ । ଆୟୁଷ ହରନ୍ତି ନିରତେ ।
ଏ ବୋଲ ବୁଝି ବୁଧନରେ । ଆକୁଳ କଳ୍ପିତ ଅନ୍ତରେ ।
ଏ ଦେହ-ଧର୍ମ ଦୂର କରି । ଅଜ୍ଞାନ-ଚେଷ୍ଟା ପରିହରି ।
ଶାନ୍ତି ଶମାଦି ପୂର୍ବଜ୍ଞାନେ । ନିତ୍ୟ ନିର୍ଗୁଣ ଆତ୍ମଧ୍ୟାନେ ।
ସର୍ବ ଶରୀର ମଧ୍ୟେ ସାର । ଦୁର୍ଲ୍ଲଭ ନର-କଳେବର ।
ସୁଲଭ ନାବରୂପ ଘଟେ । ବନ୍ଧନ ଭବସିନ୍ଧୁ-ତଟେ ।
ଏ ନାବେ ଗୁରୁ କର୍ଣ୍ଣଧାର । ମୁହିଁ ଅନୁକୂଳ ସମୀର ।
ଏମ‌ନ୍ତ ନାବ ଥାଉଁ କୂଳେ । ଯେବା ନ ତରେ ଭବଜଳେ ।
ସେ ନର ହୀନ ମୂଢ଼ମତି । ତାହାକୁ ବୋଲି ଆତ୍ମାଘାତୀ ।
ସଂସାରକୂପେ ଯେ ପତିତ । ଦୁର୍ଲ୍ଲଭ ଦେହେଁ ସେ ବଞ୍ଚିତ ।
ଏଣୁ ନିବର୍ତ୍ତ ହୋଇ ପ୍ରାଣୀ । ସର୍ବ ବିଷୟ ପରିମାଣି ।