ଏଣୁ ସଂସାରେ ଯୋଗିଜନେ । ନିର୍ବାଣ-ପଦ-ଉପାଦାନେ ।
ଜ୍ଞାନେ ବୈରାଗ୍ୟ ଦୂର କରି । ମୋର ଭକତି ଅନୁସରି ।
ସର୍ବ ସଂଶୟ ନାଶ କରି । ମାୟାସଂସାରୁ ଯାନ୍ତି ତରି ।
ଏଣୁ ଭକତ ମୋର ବେଗେ । କଳ୍ପଇ ସ୍ୱର୍ଗ ଅପବର୍ଗେ ।
ତାର ଅଧିକ ବାଞ୍ଛା ଯେତେ । ତା ପାଦେ ଖଟନ୍ତି ସମସ୍ତେ ।
ଏଣୁ ମୋ ଭାବ ଯେ ଜାଣଇ । ତାର କଳ୍ପନା ଆଉ କାହିଁ ।
ମୁହିଁ ସମ୍ପଦ ଦେଲେ ତାରେ । ତତ୍କ୍ଷଣେ ଦୂରେ ପରିହରେ ।
ସକଳ ଭାବେ ସେ ଉଦାର । ମୁଁନିରପେକ୍ଷ ଜ୍ଞାନ ତାର ।
ଏଣୁ ନିଷ୍କାମ ଯାର ଗତି । ସେ ଲଭେ ଏକାନ୍ତ ଭକତି ।
ମୋର ଭକତ ଯେଉଁ ନର । ଶୁଭ ଅଶୁଭ ନାହିଁ ତାର ।
ସଂସାରେ ନାହିଁ ଗୁଣ ଦୋଷ । ସେ ପ୍ରାଣୀ ମୋହର ବିଶ୍ୱାସ ।
ଏଣୁ ଭକତିଯୋଗ-ପଥେ । ଯେ ପ୍ରାଣୀ ଆଶ୍ରେ କରେ ମୋତେ ।
ସର୍ବ ସଂକଳ୍ପ ତାର ମିଳେ । ଯେ ମୋତେ ଭଜଇ ନିଶ୍ଚଳେ ।
ଏଣୁ ମୁଁ ତୋହର ବଚନେ । ଜ୍ଞାନ ବୈରାଗ୍ୟ ଅନୁମାନେ ।
କହିଲି ଭକତି-ଲକ୍ଷଣ । ଉଦ୍ଧବ ସାବଧାନେ ଶୁଣ ।
ପାମର ହୀନ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ।
ଯାହା କହିଲା ଜନହିତେ । ସୁଜନେ ଶୁଣ ଏକଚିତ୍ତେ ।
ଉଦ୍ଧବ-ମାଧବ-ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍କନ୍ଧେ ଭକ୍ତିଯୋଗ
ତତ୍ତ୍ୱଜ୍ଞାନକଥନଂ ନାମ ଏକବିଂଶୋଧ୍ୟାୟଃ ।
(୨୦)
ଉଦ୍ଧବ-ଶ୍ରୀକୃଷ୍ଣ ସଂବାଦ
ଉଦ୍ଧବ ଉବାଚ
ଉଦ୍ଧବ ଶିରେ ଦେଇ କର । ବୋଲଇ ଶୁଣ ଦାମୋଦର ।
ବେଦ ବିଚାରି ତତ୍ତ୍ୱ ଜାଣି । ଯେବେ ସଂସାରୁ ତରେ ପ୍ରାଣୀ ।
ସେ ତତ୍ତ୍ୱ ଏକ ବା ଅନେକ । କହ କେଶବ ତୁ ବିବେକ ।
ନାନାପ୍ରକାରେ ମୁନିଗଣେ । କହନ୍ତି ତତ୍ତ୍ୱ-ବିଚାରଣେ ।
କେ ଷଟ ସପ୍ତ ଚାରି ଭଣେ । କେ ଏକାଦଶ ପରିମାଣେ ।
କେ ପଞ୍ଚବିଂଶ ଷଡ଼ବିଂଶେ । କେହୁ କହନ୍ତି ସପ୍ତଦଶେ ।
କେ ମାନେ ନବ ଏକାଦଶ । କାହାର ମତେ ତ୍ରୟୋଦଶ ।
କେ ବୋଲେ ଷଡ଼ଦଶ ମତେ । ଏଣୁ ସଂଶୟ ମୋର ଚିତ୍ତେ ।
ମୁଁ ପୁଣି ତୋହର ସମ୍ମତେ । ପ୍ରସ୍ତାବେ ପୁଛିଲଇଁ ତୋତେ ।
ପୃଷ୍ଠା:Typical selections from Oriya literature.pdf/୨୮୦
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୪
ଓଡ଼ିଆ ସାହିତ୍ୟ-ପରିଚୟ