ପୃଷ୍ଠା:Typical selections from Oriya literature.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୫
ଓଡ଼ିଆ ସାହିତ୍ୟ-ପରିଚୟ

ନବ ତୃତୀୟ ଏକାଦଶ । ସଂଖ୍ୟା ପୁରାଣ ତ୍ରୟୋଦଶ ।
ତ୍ରିନବ ଏକାଦଶ ଦିନେ । ନ ଶୁଣି ତୁମ୍ଭର ବଚନେ ।
ନାନାପ୍ରକାରେ ମୁନିଗଣେ । କ‌ହନ୍ତି ତ‌ତ୍ତ୍ୱ ବିଚାରଣୈ ।
ଏ ସର୍ବ ସତ୍ୟ କେବା କେତେ । କି ନୁହେ ନାନା ଭେଦମତେ ।
ଏମନ୍ତେ ଉଦ୍ଧବ-ବଚନ । ଯେ ତାର ଚିତ୍ତଗତ ଭ୍ରମ ।
ଶ୍ରୀ ଭଗବାନୁବାଚ
ପୁଣି କ‌ହ‌ନ୍ତି ଚକ୍ରପାଣି । ଶୁଣ ହୋ ମୁନିଗଣ ବାଣୀ ।
ମୁକ୍ତି ଲଭନ୍ତି ସର୍ବସ୍ଥାନେ । ଯେ ଅବା ଯେତେ ପରିମାଣେ ।
କେବେହେଁ ନୁହେ ଦୁର୍ଘଟନ । ସେ ସତ୍ୟ ଏ ତିନିଭୁବନ ।
ସଂସାରେ ମୁନିଗଣ ଚିତ୍ତ । ମୋର ମାୟାରେ ବିମୋହିତ ।
ନାନାପ୍ରକାରେ ତର୍କବଳେ । ତ‌ତ୍ତ୍ୱ ବ‌ଖାଣନ୍ତି ଶୟଳେ ।
କୁତର୍କ-ବିବାଦ ପ୍ରକାରେ । ବଚନେ ନାନା ଶକ୍ତିଧରେ ।
ତେଣୁ ଏ ଅନେକ ପ୍ରକାରେ । ତ‌ତ୍ତ୍ୱ ବିଚାରନ୍ତି ସଂସାରେ ।
ଏଣୁ ବଚନ ଏହାଙ୍କର । ବୁଝ ତୁ ଅନେକ ପ୍ରକାର ।
ମୁଁ ଯାହା କ‌ହିଅଛି ତୋତେ । ସଂସାରେ ସତ୍ୟମାତ୍ର ଏତେ ।
ବିବାଦେ ତର୍କ ବଢ଼େ ନିତ୍ୟେ । ଏଣୁ କ‌ହ‌ନ୍ତି ନାନାମତେ ।
ମୁନି-ବଚନ ସୁଘଟନ । ତେଣୁ ସେ ନୁହଇ ଖଣ୍ତନ ।
ସ୍ୱଭାବେ ମୋର ମାୟା ଘେନି । ମୁକ୍ତି କ‌ହ‌ନ୍ତି ଯେତେ ମୁନି ।
ତାଙ୍କ ବଚନ ମହୀସ୍ଥଳୈ । ମୁହିଁ ସ୍ଥାପଇ ଭକ୍ତିବଳେ ।
ଈଶ୍ୱର ପୁରୁଷଙ୍କ ଗାତ୍ରେ । ବିଚ୍ଛେଦ ନାହିଁ ତିଳମାତ୍ରେ ।
ବିକଳ୍ପ କଳ୍ପନା ଗୋଚରେ । ଅସତ୍ୟ ଜ୍ଞାତ‌ହିଁ ନ କରେ ।
ତ‌ଥାପି ତାହାଙ୍କ ବଚନ । ମୁହିଁ ସେ କରଇ ସ୍ଥାପନ ।
ମୁକ୍ତି କ‌ହ‌ନ୍ତି ସ୍ମୃତିଭେଦେ । ପଣ୍ତିତ ସ୍ୱଭାବ ବିବାଦେ ।
ଏମନ୍ତେ ମୁନିଙ୍କ ବଚନେ । ଯେତେ ଘଟଇ ଅନୁମାନେ ।
ଶାସ୍ତ୍ର ବିଚାରନ୍ତି ସଂସାରେ । ଏମନ୍ତେ ଅନେକ ପ୍ରକାରେ ।
ନ୍ୟାୟ-ବଚନ ମୁକ୍ତିବଳେ । କର୍ଣ୍ଣେ ଶୁଣନ୍ତି କୁତୂହଳେ ।
ପଣ୍ତିତ ଜନ‌ଙ୍କ ବଚନ । କେବେହେଁ ନୁହେ ଅଘଟନ ।
ଏମନ୍ତେ ଗୁଣମୟ ବାଣୀ । ଉଦ୍ଧବ କୃଷ୍ଣମୁଖୁଁ ଶୁଣି ।
ପୁଣି ସଂଶୟ କରି ମନେ । ପୁଛଇ କୃଷ୍ଣ ସନ୍ନିଧାନେ ।
ପ୍ରକୃତି ପୁରୁଷ ସ୍ୱଭାବେ । ଈଶ୍ୱର ତ‌ହୁଁ ଭିନ୍ନ ଯେବେ ।
ଆଶ୍ରେ କରନ୍ତି ଅନ୍ୟେ ଅନ୍ୟେ । ନିତ୍ୟେ ବସନ୍ତି ଯଥାସ୍ଥାନେ ।
ପ୍ରକୃତି ପୁରୁଷର ଦେହେଁ । ବସଇ ଜୀବନର ପ୍ରାୟେ ।
ପୁରୁଷ ପ୍ରକୃତି ନ ଛାଡ଼େ । ଏଣୁ ଏ ଥାନ୍ତି ଏକଜଡ଼େ ।