ପୃଷ୍ଠା:Typical selections from Oriya literature.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୭
ଓଡ଼ିଆ ସାହିତ୍ୟ-ପରିଚୟ

ମନ ସଙ୍ଗତେ ଚଳେ ପ୍ରାଣ । ଏମନ୍ତେ ଲଭଇ ମରଣ ।
ପୂର୍ବ ଶରୀର ପରିତ୍ୟାଗି । ନୂତନ ଦେହେ ଅନୁରାଗୀ ।
ସେ ଦେହେ ରହେ ଆତ୍ମ‌ଭାବେ । ପ୍ରାଚୀନ ପ୍ରକୃତି ସ୍ୱଭାବେ ।
ଜୀବର ଜନ୍ମ ଏ ପ୍ରକାର । ଶରୀରୁଁ ଶରୀର ବାହାର ।
ଏ ଜୀବ ସ୍ୱପ୍ନ ମନୋରଥେ । ଯେରୂପେ ଭ୍ରମୁଥାଇ ନିତ୍ୟେ ।
ନିଦ୍ରା ଅବସାନ ସଚେତେ । ଯେମନ୍ତେ ପାସୋରଇ ଚିତ୍ତେ ।
ସେହି ପ୍ରକାରେ ପୂର୍ବଦେହୀ । ପାସୋରେ ପରତନୁ ପାଇ ।
ଜନ୍ମ ମରଣ ବେନିମତ । ବିଚାରେ ଏ ନୁହନ୍ତି ସତ୍ୟ ।
ଜନ୍ମାଦି ମରଣ ପର୍ଯ୍ୟନ୍ତେ । ଜୀବର ଧର୍ମ ବୋଲି ଏତେ ।
ଏ ବେନି ମାର୍ଗ ଅନୁସରି । ଉଦ୍ଧବେ କହିଲେ ମୁରାରି ।
ବୃକ୍ଷ ପର୍ବତ ଛାୟା ଯେହ୍ନେ । ନିଶ୍ଚଳ ଜଳ ଅକମ୍ପନେ ।
ଜଳ ଚଳିଲେ ଯେହ୍ନେ ଚଳେ । ଭ୍ରମଇ ଅବନୀମଣ୍ତଳେ ।
ସ୍ୱପ୍ନ ଅନର୍ଥ ଦେଖି ଯେତେ । ମିଥ୍ୟା ବିଚାର କର ଚିତ୍ତେ ।
କେବେହେଁ ନୁହଇ ଏ ସତ୍ୟ । ଏ ମୋହ-ମାୟା ବିକଳ୍ପିତ ।
ଏଣୁ ତୁ ଭ୍ରମ ପରିହର । ଚଞ୍ଚଳ ଚିତ୍ତ କର ସ୍ଥିର ।
ଏଣୁ ଏ ଲୋକଧର୍ମ ଯେତେ । ମିଥ୍ୟା ବିଚାର ଯେ ନିଶ୍ଚିନ୍ତେ ।
ଯେ ଅବା ସ୍ତୁରି ଅପମାନ । ଏହାକୁ ଉଦ୍ଧବ ନ ଘେନ ।
କେବା କରଇ ଅଭିମାନ । ଭର୍ତ୍ସମ ତର୍ଜନ ତାଡ଼ନ ।
କେ ଅବା କରେ ନିନ୍ଦା ସ୍ତୁତି । କେ ଉପହାସେ ବା ହସନ୍ତି ।
କେ ଅବା ବଳେ ଧନ ନାଶେ । କେ ମାରେ କେବା ବାନ୍ଧେ ରୋଷେ ।
ଭୋଜନପାତ୍ରେ ଧୂଳି ଦ୍ୟନ୍ତି । କେ ବଳେ ତୋଳି କଚାଡ଼ନ୍ତି ।
ତଥାପି ଧୀର ମହାଶୟ । ନିଷ୍କାମ ଗଭୀର ହୃଦୟ ।
ଯେ ପ୍ରାଣୀ ସ୍ତୁତି ନିନ୍ଦା ସହେ । ଅଦୃଷ୍ଟ ମାନି ସ୍ଥିରେ ରହେ ।
ଉଦ୍ଧବ ଉବାଚ
ଉଦ୍ଧବ କର୍ଣ୍ଣେ ତାହା ଶୁଣି । ବୋଲଇ ଶୁଣି ଚକ୍ରପାଣି ।
ଏ ବଡ଼ ସଂଶୟ ମୋ ଚିତ୍ତେ । ଏମନ୍ତ କେ ଅଛି ଜଗତେ ।
କେ ପାରେ ଏତେ ଦୁଃଖ ସହି । ମର୍ତ୍ତ୍ୟେ ମନୁଷ୍ୟ-ଦେହ ବହି ।
ଯାହାର ମର୍ମ୍ମ ଅଭ୍ୟନ୍ତରେ । ଭେଦଇ କୁବଚନଶରେ ।
କେ ଚିତ୍ତ ନିରୋଧିବ ସହି । ଏମନ୍ତ ପ୍ରାଣୀ ନ ଦେଖଇ ।
ଯେ ଅଛି ସର୍ବ ଶାସ୍ତ୍ରମତେ । ଯୋଗ ଅଭ୍ୟାସି ଦୃଢ଼ଚିତ୍ତେ ।
ନିନ୍ଦା ସ୍ତବନ ବେନି ପଥେ । ସେହି ଭ୍ରମଇ ଏ ଜଗତେ ।
ଯେ ଅବା ଛନ୍ତି ସାଧୁଜନେ । ଯେ ପାଦସୁଧା-ମଧୁପାନେ ।
ଚିତ୍ତ ଆନନ୍ଦ ଭୋଳମତି । ଏ କର୍ମ ସେ ଅବା ସହନ୍ତି ।