ପୃଷ୍ଠା:Typical selections from Oriya literature.pdf/୨୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୮
ଓଡ଼ିଆ ସାହିତ୍ୟ-ପରିଚୟ

 ସ୍ତୁତି ନିନ୍ଦନେ ଯେ ପ୍ରକାରେ । ଯେ ଦୁଷ୍ଟ ବଚନ ପ୍ରହାରେ ।
ଏ ବଡ଼ ଭ୍ରମ ମୋର ଚିତ୍ତେ । ଭୋ ନାଥ ସହିବି କେମନ୍ତେ ।
ବୋଲଇ ଦାସ ଜଗନ୍ନାଥ । ପ୍ରାକୃତବନ୍ଧେ ଭାଗବତ ।
ଉଦ୍ଧବ କହେ କୃଷ୍ଣ ପାଶେ । ସୁଜନେ ମଜ୍ଜ ଏହି ରସେ ।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଏକାଦଶସ୍ମନ୍ଧେ ସର୍ବଂ ସହ-ପ୍ରଶ୍ନେ
ନାମ ତ୍ରୟୋବିଂଶୋଧ୍ୟାୟଃ ।
(୨୧)
ଭବିଷ୍ୟ-ରାଜବଂଶ
ଶ୍ରୀ ଶୁକଉବାଚ
ମଗଧ ଦେଶରେ ପ୍ରକାଶେ । ବୃହଦ୍ରଥ ରାଜାର ବଂଶେ ।
ପୁରଞ୍ଜୟ ନାମେ ରାଜନ । ହୋଇବ କିଛିଦିନ ପୁଣ ।
ତା ମନ୍ତ୍ରୀ ଶୁନକ ବ୍ରାହ୍ମଣ । ସେ ପୁରଞ୍ଜୟକୁ ମାରିଣ ।
ଆପଣା ପୁତ୍ରକୁ ସ୍ଥାପିବ । ବଳେ ପୃଥିବୀ ଆକର୍ଷିବ ।
ତାହାର ନାମ ଯେ ପ୍ରଦ୍ୟୋତ । ପାଳକ ତାର ନିଜ ପୁତ୍ର ।
ବିଶାଖ ତାହାର କୁମର । ରାଜକ ଜନ୍ମ ତା ବୀର୍ଯ୍ୟର ।
ନନ୍ଦବର୍ଦ୍ଧନ ତା ତନୟେ । ପାଞ୍ଚ ପୁରୁଷ ରାଜା ହୋଏ ।
ଶଏ ଅଷ୍ଟତ୍ରିଂଶ ବରଷ । ରାଜା ପଣେ ଭୋଗ ବିଳାସ ।
ନନ୍ଦିବର୍ଦ୍ଧନ ମନ୍ତ୍ରୀ ନାମ । ଶିଶୁନାଗ ପୁଣ ତା ନାମ ।
ନନ୍ଦିବର୍ଦ୍ଧନକୁ ସେ ମାରି । ମନ୍ତ୍ରୀ ହୋଇବ ଦଣ୍ତଧାରୀ ।
ତା ସୁତ କାକବର୍ଣ୍ଣ ନାମ । ତା ସୁତ କ୍ଷେମଧର୍ମା ଜାଣ ।
କ୍ଷେତ୍ରଜ୍ଞ ଅଟେ ତାର ସୁତ । ବିଧିସାର ତାହାର ପୁତ୍ର ।
ଅଜାତଶତ୍ରୁ ତା କୁମର । ଦର୍ଭିକ ତାହାର ବୀର୍ଯ୍ୟର ।
ଦର୍ଭିକ ବୀର୍ଯ୍ୟରୁ ତନୟ । ପ୍ରକାଶ ନାମ ତା ଅଜୟ ।
ନନ୍ଦବର୍ଦ୍ଧନ ତାର ସୁତ । ସହାନନ୍ଦି ତହୁଁ ସମ୍ଭୂତ ।
ଶୈଶୁନାଗ ରାଜା ବଂଶରେ । ଦଶ ପୁରୁଷ ରାଜ୍ୟ କରେ ।
ତିନିଶ ଷାଠିଏ ବରଷ । ପାଳିଲେ ଆର୍ଯ୍ୟାବର୍ତ୍ତ ଦେଶ ।
ସେ ମହାନନ୍ଦି ଯେ ରାଜାର । ଶୂଦ୍ରା ନାମ୍ନୀ ଭାର୍ଯ୍ୟା ତାହାର ।
ତା ଗର୍ଭୁଁ ହୋଇବ କୁମର । ନନ୍ଦ ନାମ ହୋଇବ ତାର ।
ମହାପଦ୍ମ ନାମ ଅପରେ । ରାଜା ହୋଇବ ବାହୁବଳେ ।
ତାପୀ ହୋଇବେ ରାଜକୁଳ । ଯୁଦ୍ଧେ ହୋଇବ ମହାମଲ୍ଲ ।
ସକଳ କ୍ଷତ୍ରିୟ ବିନାଶ । ସେ ରାଜା କରିବ ଅବଶ୍ୟ ।
ଏହାର ପରେ ହେବେ ପୁଣ । ପାରିଦଣ୍ତ ଯେତେ ରାଜନ ।