ପୃଷ୍ଠା:Typical selections from Oriya literature.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୯
ଓଡ଼ିଆ ସାହିତ୍ୟ-ପରିଚୟ

ଶୂଦ୍ରପ୍ରାୟ ସେ ଅଧାର୍ମିକ । ହୋଇ ପାଳିବେ ପ୍ରଜା ଲୋକ ।
ଏହା ନନ୍ଦନ ଗଉତମ । ଏକଷଷ୍ଠି ବର୍ଷ ରାଜନ ।
ଶୂଦ୍ରେ ହୋଇବେ ସର୍ବେ ରାଜା । ଅଧର୍ମେ ପୀଡ଼ିବେ ପରଜା ।
ଅଧାର୍ମିକ ପଣେ ରାଜନ । କରିବେ ପରଜା କର୍ଷଣ ।
ଅଳପ ଦିନେ ନାଶ ଯିବେ । ଅଧର୍ମମିଥ୍ୟା ମତ୍ତଗର୍ବେ ।
ଚବିଶ ବରଷ ରହିବ । ସେ ପୁଣି ଅବସାନେ ଯିବ ।
ପୁଣି ସେ ରାଜା ଅବସାନେ । ଯାତନା ଶମନ-ଭୁବନେ ।
ଏକଛତ୍ରେ ନନ୍ଦରାଜନ । ସୂର୍ଯ୍ୟାର ପ୍ରାୟ ବିଦ୍ୟମାନ ।
ସର୍ବାଧିକାରୀ ରାଜା ହୋଇ । ପାଳନ କରିବ ସେ ମହୀ ।
ନନ୍ଦର ଅଷ୍ଟସୁତ ହୋଇ । ସୁମାଲ୍ୟ ଆଦି ଅଷ୍ଟ ଭାଇ ।
ଶତେ ବତ୍ସର ପୃଥ୍ୱୀପତି । ହୋଇ ପାଳିବେ ବସୁମତୀ ।
ଚାଣକ୍ୟ ନାମରେ ବ୍ରାହ୍ମଣ । ତାହାଙ୍କୁ କରିବ ନିଧନ ।
ତାହାଙ୍କ ଅଭାବରେ ପୁଣ । ମଉର୍ଯ୍ୟେ ହୋଇବେ ରାଜନ ।
ଚାଣକ୍ୟ ମନ୍ତ୍ରିଦ୍ୱାରା ଜାଣ । ଚନ୍ଦ୍ରଗୁପ୍ତ ହେବ ରାଜନ ।
ତାହାକୁ ଅଭିଷେକ କରି । ବାରିସାର ପୁତ୍ର ଏହାରି ।
ରା ସୁତ ଅଶୋକବର୍ଦ୍ଧନ । ସୁଯଶା ତାହାର ନନ୍ଦନ ।
ତା ପୁତ୍ର ନାମ ଯେ ସଙ୍ଗତ । ଶାଳିଶୁକ ନାମ ତା ସୁତ ।
ତା ସୁତ ନାମ ସୋମଶର୍ମ୍ମା । ତା ସୁତ ନାମ ଶତଧନ୍ୱୀ ।
ବୃହଦ୍ରଥ ଯେ ତା ତନୟେ । ତା ପୁତ୍ର ଦଶରଥ ହୋଏ ।
ଏ ଦଶ ପୁରୁଷେଣ ଭୋଗ । ଶଏ ସପତତ୍ରିଂଶ ଯୋଗ ।
ବୃହଦ୍ରଥର ସେନାପତି । ପୁଷ୍ପମିତ୍ର ନାମେ ବିଖ୍ୟାତି ।
ରାଜାକୁ ମାରି ରାଜା ହେବ । ଶୁଙ୍ଗବଂଶରେ ତା ସମ୍ଭବ ।
ପୁଷ୍ପମିତ୍ରଜ ଅଗ୍ନିମିତ୍ର । ସୁଜ୍ୟେଷ୍ଟ ନାମେ ତାର ସୁତ ।
ବସୁମିତ୍ର ଯେ ସୁତ ତାର । ଭଦ୍ରକ ପୁଳିନ୍ଦ ଆବର ।
ପୁଳିନ୍ଦ ତହୁଁ ଯେ ତନୟେ । ଉଦ୍ଘୋଷ ନାମେ ଜାତ ହୋଏ ।
ବଜ୍ରମିତ୍ର ତାହାର ପୁତ୍ର । ଭାଗବତ ତାହାର ସୁତ ।
ଦେବଭୂତି ତାର ସନ୍ତତି । ଶୁଙ୍ଗବଂଶେ ଦଶ ଉତ୍ପତ୍ତି ।
ଏ ଶଏ ଦ୍ୱାଦଶ ବରଷ । ରାଜା ପଣେ ଭୋଗ ବିଶେଷ ।
ଦେବଭୂତି ରାଜାର ମନ୍ତ୍ରୀ । କଣ୍ୱ ନାମରେ ସେ ବିଖ୍ୟାତ ।
ରାଜାକୁ ମାରି କଣ୍ୱରାଜା । ସମୟେ ପାଳିବେ ପରଜା ।
ତା ସୁତ ବସୁଦେବ ନାମ । ଭୂମିତ୍ର ତାହାର ନନ୍ଦନ ।
ତା ସୁତ ନାମ ନାରାୟଣ । ସୁଶର୍ମା ଏହାର ନନ୍ଦନ ।
ଏ କଣ୍ୱ ପଞ୍ଚରାଜ୍ୟେ ଯୋଗ । ତିନିଶ ପଞ୍ଚାଳିଶ ଭୋଗ ।
ସୁଶର୍ମା ନାଶି ରାଜା ଏକ । ବଳି ନାମରେ ତା ସେବକ ।