ପୃଷ୍ଠା:Typical selections from Oriya literature.pdf/୨୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୦
ଓଡ଼ିଆ ସାହିତ୍ୟ-ପରିଚୟ

ସେ ଅନ୍ତର୍ଯ୍ୟାମୀ ମନ୍ତ୍ରୀ ନାମ । ବ୍ରଜକୁ ମାରିଣ ରାଜନ ।
ତା ଅନ୍ତେ ଭାଇ କୃଷ୍ଣ-ନାମ । ରାଜା ହୋଇବେ ବିଦ୍ୟମାନ ।
ଶ୍ରୀ ଶାନ୍ତକର୍ଣ୍ଣ ତାର ପୁତ୍ର । ପୌର୍ଣ୍ଣମାସ ତା ତହୁଁ ଜାତ ।
ତା ସୁତ ନାମ ଲମ୍ବୋଦର । ଚିବିଳିକ ଯେ ତା କୁମର ।
ତା ପୁତ୍ର ନାମ ମେଘସ୍ୱାତି । ଦୃଢ଼ମାନ ତାର ସନ୍ତତି ।
ଅନିଷ୍ଟକର୍ମା ତାର ପୁଅ । ତା ପୁତ୍ର ନାମ ଯେ ହାନେୟ ।
ତଳ ତାହାର ଅଟେ ସୁତ । ପୁରୁଷଭରୁ ତାର ପୁତ୍ର ।
ସୁନନ୍ଦନ ଯେ ତା କୁମର । ତା ସୁତ ନାମ ଯେ ଚକୋର ।
ଚକୋର ତହୁଁ ଜାତ ହେବ । ବଟକ ନାମ ସେ ଧରିବ ।
ତା ସୁତ ନାମ ଶିବସ୍ୱାତି । ଶୁଣ ହେ ତାହାର ସନ୍ତତି ।
ତା ସୁତ ନାମ ଯେ ଗୋମତି । ପୁରୀମାନ ତାର ସନ୍ତତି ।
ତା ସୁତ ନାମ ମେଦଶିରା । ତା ସୁତ ଶିରସ୍କନ୍ଧ ବୀରା ।
ଯଜ୍ଞଶ୍ରୀ ପୁତ୍ର ନାମ ତାର । ବିଜୟ ତାହାର କୁମର ।
ଭାଗ୍ୟ ଅଟଇ ତା ସନ୍ତତି । ତା ପୁତ୍ର ନାମ ଯେ ଲୋମତି ।
ତିରିଶି ପୁରୁଷ ଆନନ୍ଦେ । ଭବନ ହେବେ ଯେ ସ୍ୱଚ୍ଛନ୍ଦେ ।
ଚାରିଶ ଛପନ ଅବଧି । ଏମନ୍ତେ କଲେ ରାଜବିଧି ।
ଏଥୁ ଅନ୍ତରେ କଥା ଶୁଣ । ଅଭୃତା ନଗରୀରେ ପୁଣ ।
ସପ୍ତ ଆଭୀର ରାଜା ହେବେ । ଦଶ ଗର୍ଦ୍ଧଭୀ ଏହି ଭବେ ।
ଯୋଡଶକଙ୍କ ଏଥି ପରେ । ରାଜା ହୋଇବେ ଏ ସଂସାରେ ।
ଧର୍ମାର୍ଥପଣ ନ କରିବେ । ଅଧର୍ମ ମାର୍ଗେ ଦିନ ନେବେ ।
ଅତ୍ୟନ୍ତ ଲୋଭେ ଗ୍ରସ୍ତ ହେବେ । ପ୍ରଜାଙ୍କୁ ଅତି ଦୁଃଖ ଦେବେ ।
ମ୍ଳେଚ୍ଛ ଆଚାର ତାଙ୍କ କର୍ମ । ସଂସାରେ ନ ସ୍ଥାପିବେ ଧର୍ମ ।
ଏ ଯେଣୁ ମେଳଛ ହୋଇବେ । ଏ ଭୂମି ମ୍ଳେଚ୍ଛ ଆକର୍ଷିବେ ।
କଳଙ୍କି ବଂଶ ଅନ୍ତେ ପୁଣ । ହିନ୍ଦୁ ଜନମ ଉତପନ ।
ଦଶ ପୁରୁଷ ରାଜାପଣ । ତିନିଶ ସପ୍ତବର୍ଷ ଜାଣ ।
ଏଅନ୍ତେ ହୋଇବେ ଯବନ । ଆଠ ପୁରୁଷ ସେ ରାଜନ ।
ଚଉଦ ପୁରୁଷ ତୁରୁସ୍କ । ରାଜାପଣେ ସେ ଅଭିଷେକ ।
ପୁଣି ଯେ ଶୁରଣ୍ତକ ବଂଶ । ହୋଇବେ ସେ ଦଶ ପୁରୁଷ ।
ଏଣୁ ସକଳ ଧର୍ମ ଯିବ । ବର୍ଣ୍ଣ ଆମ୍ଭର ନ ରହିବ ।
ଏ ଅନ୍ତେ ମଉଲ ମୁଗୁଲ । ପୃଥ୍ୱୀକି ହୋଇବେ ସେ ଶଲ ।
ଏଗାର ପୁରୁଷ ରାଜନ । ହୋଇବେ ମୁଗୁଲ ବଂଶେଣ ।
ରାଜା ହୋଇବେ ସର୍ବ ଦେଶ । ଇନ୍ଦ୍ରପ୍ରସ୍ଥରେ ସେ ପ୍ରକାଶ ।
ଖୁରୁଷାଣି ଜନମ ଆଦି । ଚାରି ଜାତିରେ ସେ ପ୍ରସିଦ୍ଧି ।
ଛୟାଳିଶି ପୁରୁଷେ ପୁଣ । ଏଗାରଶତ ଏକ ଊନ ।