ପୃଷ୍ଠା:Typical selections from Oriya literature.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୧
ଓଡ଼ିଆ ସାହିତ୍ୟ-ପରିଚୟ

ଏଥୁ ଅନ୍ତରେ ନୃପବର । କିଳିକିଳା ନାମେ ନଗର ।
ଭୂତନନ୍ଦ ଯେ ରାଜା ହେବ । ଦ୍ୱିତୀୟେ ବଦିରି ହୋଇବ ।
ଶିଶୁନନ୍ଦି ନାମେ ରାଜନ । କରିବ ପ୍ରଜା ସେ ପାଳନ ।
ତାହାର ଭାଇର ବଂଶରେ । ଶିଶୁନନ୍ଦି ନାମ ତାହାରେ ।
ପ୍ରବୀର ତାହାଙ୍କର ପୁତ୍ର । ମହାପଦ୍ମ ତାହାଙ୍କ ସୁତ ।
ତାହାର ପୁତ୍ର ପଦ୍ମ ନାମ । ପାଞ୍ଚପୁରୁଷ ସେ ରାଜନ ।
ଶଏ ଷଟଦଶ ବର୍ଷେଣ । ଭୋଗ କରିବେ ଏବେ ଶୁଣ ।
ବାହ୍ଲିକ ଦେଶରେ ରାଜନ । ବାହ୍ନିକ ନୃପତି ତା ନାମ ।
ପୁଷ୍ପମିତ୍ର ପୁତ୍ର ତାହାର । ଏ ପୁଣ ହେବ ନୃପବର ।
ଦୁମିତ୍ର ତାହାର ସନ୍ତତି । ସୁମିତ୍ରା ତହୁଁ ଉତପତ୍ତି ।
ସୁବଳ ତାହାର ତନୟେ । ସୁବାହୁ ତାର ପୁତ୍ର ହୋଏ ।
ସୁବୀର୍ଯ୍ୟ ତାହାର ସନ୍ତତି । ସୁଶର୍ମା ତହୁଁ ଉତପତି ।
ସୁଯୋଗ ତାହାର କୁମର । ସୁତେଜା ସୁତ ଯେ ତାହାର ।
ସୁହୋତ୍ର ତାହାର ଯେ ସୁତ । ଦର୍ଶନକର୍ମା ତାର ପୁତ୍ର ।
ଦମ ଯେ ତାହାର ସନ୍ତତି । ଏ ତେର ପୁରୁଷ ନୃପତି ।
ସାତଶଛଠି ବରଷ । ଏହୁ ପାଳିବେ ରାଜ୍ୟ ଦେଶ ।
ଏମନ୍ତେ ଅନ୍ଧକୁ ଯେ ପୁଣ । ଶତ ପୁରୁଷ ସେ ରାଜନ ।
ଏମନ୍ତେ କୋଶଳ ଦେଶରେ । ସାତ ପୁରୁଷ ନୃପବରେ ।
ଏ ଅନ୍ତେ ବିଦୁର ନବରେ । ସପ୍ତ ପୁରୁଷ ନୃପବରେ ।
ଏ ଅନନ୍ତରେ ସେ ରାଜନ । ହୋଇବେ ନିଷେଧ ଦେଶେଣ ।
ସାତ ପୁରୁଷ ହେବେ ରାଜା । ଏମାନେ ପାଳିବେ ପରଜା ।
ଏ ଯେ ରାଜନ ଅଠାଇଶ । ଚଉଦ ସତୁରି ବରଷ ।
ଏ ଅନ୍ତେ ମଗଧ ଦେଶେଣ । ବିଶ୍ୱସ୍ଫୁର୍ଜି ନାମେ ରାଜନ ।
ପୁରଂଜୟର ସମ ବଳୀ । ଅତି ଗ୍ରାସିବ ଯୁଗ କଳି ।
ସେ ଅତି ଅଧାର୍ମିକ ପଣ । କରିବ ପରଜା କଷଣ ।
ଏକ ଆଚାର ଯେ କରିବେ । ବର୍ଣ୍ଣ ଧର୍ମ ସେ ନ ରଖିବେ ।
ମେଳଛ ଜୀବନ ଶବର । ଚାଣ୍ତାଳ ନାନା ବର୍ଣ୍ଣାଚାର ।
ସବୁ ଜାତି ଏକତ୍ର କରି । ଅଧାର୍ମିକ ପଣ ଆଚରି ।
କର୍ମ ଧର୍ମ ସବୁ ଛଡ଼ାଇ । ଦୁଷ୍ଟ ଆଚରଣ ବଢ଼ାଇ ।
ବଳବନ୍ତରେ ଜିଣି ମହୀ । ସବୁ କ୍ଷତ୍ରିୟ ମାରି ସେହି ।
ପଦ୍ମାବତୀ ନାମ ନଗରେ । ରାଜା ହୋଇବ ତେଜଭରେ ।
ହସ୍ତିନା ଦ୍ୱାରକା ମଥୁରା । ଗଙ୍ଗା ପ୍ରୟାଗ ସୌରାଷ୍ଟରା ।
କୁରୁକ୍ଷେତ୍ର ଏ ଯେ ଅଯୋଧ୍ୟା । ଗୁଆଳି ଅବନ୍ତି ବିବୁଧା ।
ଶୂର ଯେ ଆବର ଅର୍ବୁଦ । ଏ ଅନ୍ତେ ହୋଇବେ ନରେନ୍ଦ୍ର ।