ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୬
ଓଡ଼ିଆ ସାହିତ୍ୟ-ପରିଚୟ
ପୃଥ୍ୱୀରେ ଯେତେ ରେଣୁ ଅଛି । ତା ପୂଣ୍ୟ ସେହି ମତ ଲେଖି ।
ସୌରାଷ୍ଟରାଜ୍ୟେ ନୃପବର । ଥିଲା ସେ କଳଙ୍କୀ ନଗର ।
ତହିଁ ଯେ ଏକଇ ବ୍ରାହ୍ମଣ । କାଶୀ ମିଶ୍ର ଯେ ତାର ନାମ ।
ସେ ବିପ୍ର ନିଯୁକ୍ତ ଯେ ହୋଇ । ହରି ଯେ ବାସରେ ପାଳଇ ।
ସେ ଅତି ଦରିଦ୍ର ବ୍ରାହ୍ମଣ । ଶାନ୍ତ ସୁଶୀଳ ବୁଦ୍ଧିମାନ ।
ଭିକ୍ଷା ମାଗି ଦିନ କାଟଇ । ଆନନ୍ଦେ ଉଦର ପୋଷଇ ।
ଏମନ୍ତେ କେତେକାଳ ଗଲା । କାଳେ ସେ ମୃତ୍ୟୁକୁ ଲଭିଲା ।
ଯମ ଆଜ୍ଞାରେ ଦୂତେ ନେଲେ । କୃତାନ୍ତ ଆଗେ ଉଭା କଲେ ।
ଏମନ୍ତେ କାଳ ଦଣ୍ତଧାରୀ । ଚିତ୍ରଗୁପତକୁ ହକାରି ।
ପାଞ୍ଜି ଦେଖି ସେ ବିଚାରିଣ । କହିଲେ ଯମ ସନ୍ନିଧାନେ ।
ଶୁଣ ଦଇବସୁତ ତୁମ୍ଭେ । ଶୁଣ ବ୍ରାହ୍ମଣ କଥା ଏବେ ।
ହରିବାସରେ ନାଶ ଗଲା । ଅନେକ ପୁଣ୍ୟ ଅରଜିଲା ।
ଏହାକୁ କି ଦଣ୍ତ ଉଚିତ । କହହେ ପ୍ରଭୁ ଜନ୍ତୁନାଥ ।
ଶୁଣିଣ ଯମ ଯେ କହଇ । ତାଠାରେ ଅଧିକାର ନାହିଁ ।
ବିଷ୍ଣୁ ଲୋକରେ ବେଗେ ନେଇ । ବିପ୍ରଙ୍କୁ ଛାଡିଆସ ଯାଇ ।
ବିମାନେ ବିପ୍ରକୁ ବସାଇ । ବୈକୁଣ୍ଠେ ଛାଡିଆସ ଯାଇ ।