ପୃଷ୍ଠା:Typical selections from Oriya literature.pdf/୨୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୦
ଓଡ଼ିଆ ସାହିତ୍ୟ ପରିଚୟ

ମନ୍ଦର-ଦେଶ-ରାଜା କଉସ୍ତୁଭ ନୃପତି ।
ତା ଦୁହିତା ନାମ ଅଟଇ ମନ୍ଦାରବତୀ ।
ଦୁଷ୍ମନ୍ତର ମହିଁମା ଯେ ନ ଯାଇ କ‌ହିଣ ।
ସମୁଦ୍ର ଘୁଞ୍ଚାଇଲା ସେ ଅଶିସସ୍ର ଯୁଣ ।
ସମୁଦ୍ର ମଧ୍ୟେ ନେଇ ଶୁଭ ଖମ୍ବ ପୋତିଲା ।
ସେହିଠାବରୁ ସମୁଦ୍ର ଲଙ୍ଘି ନ ପାରିଲା ।
ଦୁଷ୍ମନ୍ତର ନନ୍ଦନ ଅଟଇ ବୀର ଭ୍ରତ ।
ସମୁଦ୍ର ଘୁଞ୍ଚାଇ ନେଲା ସେ ଯୋଜନ ସାତ ।
ସାତ ସାତ ଯୋଜନେ ଖଣ୍ତେ ଲେଖାଏଁ କଲା ।
ତ‌ହୁଁ ଭ୍ରତଖଣ୍ତ ନାମ ଏହାର ହୋଇଲା ।
ଏଣେ ଭିଆଇଲେ ସେହି ଗ୍ରାମକେଶୀ ମାୟେ ।
ନଳ ମାପେ ମୂଳ ପୃଥ୍ୱୀ ବାଣ୍ଟି କରି ଦିଏ ।
ଭ୍ରତଙ୍କର ନନ୍ଦନ ଯେ ହୋଇଲେ ଭୁମନୁ ।
ସର୍ବ ଶାସ୍ତ୍ର ସାଧିଲେ ଭୂତ ଭବିଷ୍ୟ ଜ୍ଞାନୁ ।
ଏ ପୃଥ୍ୱୀକି ପୁଣି ଭାଗ ଭାଗ ମୂଳ କଲେ ।
ମଣ୍ତଳ ଖଣ୍ତ କରି ନବ ସୃଷ୍ଟି ଭ୍ୟାଇଲେ ।
ଭୁମନୁ ନନ୍ଦନ ଉପୁଜିଲେ ବୀରଭ୍ରତ ।
ସେଟି ଭିଆଇଲେ ଯୁଦ୍ଧପାଇଁ ଅମନାତ୍ୟ ।
ଏହାଙ୍କର ନନ୍ଦନ ଉପୁଜିଲା ବିଭୁକ୍ଷ ।
ଖଣ୍ତ ମଣ୍ତଳ କରି ଭିଆଇଲେକ ଦକ୍ଷ ।
ବିଭୁକ୍ଷର ନନ୍ଦନ ଶମ୍ଭୁ ରାଣ ନୃପତି ।
ଦିଗପାଳମାନ ସେହି ବରିଲା ସବୁନ୍ତି ।
ତ୍ରିଦଶ ଦେବତାମାନେ ବସିଲେ ଆସନେ ।
ତାପତି ସ୍ୱୟମ୍ବର କରିତ ବିଦ୍ୟମାନେ ।
ନବ ସାଗର ଆଦି ଯେ ବ୍ରହ୍ମଲୋକ ଘେନି ।
ମଳୟ ମଣ୍ତଳେ ଯେ ପ୍ରବେଶ ପଦ୍ମ‌ଯୋନି ।
ଚଉଦ କୋଟି ଶିବଗଣ ସେ ସଙ୍ଗେ ଘେନି ।
ବୃକ୍ଷ‌ପୃଷ୍ଠେ ବିଜେ କଲେ ତ୍ରିଲୋଚନ ପୁଣି ।
ଅଳକାଭୁବନେ ସ୍ଥିତ କୁବେର ଦେବତା ।
ଧନପତି ଘେନି ବିଜେ ସମ୍ଭାରେ ଶକତା ।
ଅଳକାମଣ୍ତଳ ସେ ତେଜିଣ ଅମରାଧି ।
ଐରାବତ ଆରୋହିଣ ଦେବ ଜମ୍ଭଭେଦୀ ।
ଚଉଷ‌ଠୀ ପୁତ୍ର ଘେନି ସେ ଅମରଗଣ ।
ବିଜୟେ ସୁରନାଥ ସଭାରେ ସମ୍ଭର୍ବେଣ ।