ପୃଷ୍ଠା:Typical selections from Oriya literature.pdf/୨୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୨
ଓଡ଼ିଆ ସାହିତ୍ୟ-ପରିଚୟ

କୁବେର ଦେବ ତ‌ହୁଁ ସଭାରେ ନ ରହିଲେ ।
ଉଠିଣ ଆପଣାର ଭୁବନରେ ମିଳିଲେ ।
ତ‌ହୁଁ ମାଳା ଘେନିଣ ଚଳିଲେ ସୁର‌ଯାନୀ ।
ସନ୍ନିଧିରେ ଦେଖିଲେ ସେ ଦେବ ପଦ୍ମ‌ଯୋନି ।
ତାପତୀର ତେଜ ମହା ଅନଳର ପ୍ରାୟେ ।
ମରାଳ ଆରୋହି ପିତା ହେଲେ ଅନ୍ତର୍ଧ୍ୟାୟେ ।
ପିତାକୁ ନ ଦେଖି ସେ ଦିନ‌କର-କୁମାରୀ ।
ମାଳା ଘେନି ଯାଇଣ ଭେଟିଲା ତ୍ରିପୁରାରି ।
ସଦାଶିବ କତିକି ସେ ଚଳନ୍ତେ ଅବଳା ।
ରୁଦ୍ରଙ୍କର ଶରୀରେ ଲାଗିଲା ମହାଜ୍ୱାଳା ।
ଭୟରେ ଘୁଞ୍ଚିଲେ ତ‌ହୁଁ ସେ ପଞ୍ଚମଉଳି ।
ଶିବଗଣ ଘେନି କଇଳାସେ ଗଲେ ଚଳି ।
ପୁଣି ମାଳା ଘେନିକରି ଚଳିଲେ ତାପତୀ ।
ବିଜୟେ ସୁନ୍ଦରୀ ଯାଇଁ ହେମ‌ବନ୍ତ କତି ।
ଦେଖିଣ ଭୟ ମନରେ କଲେ ହେମ‌ବନ୍ତ ।
ବିମାନ ଆରୋହି ତ‌ହୁଁ ଗଲେ ଶୂନ୍ୟପଥ ।
ତାପତୀର ତେଜ ଦେଖି କରି ବୃନ୍ଦାଅର୍କେ ।
ଯେ ଯାହାର ମନ୍ଦିରେ ମିଳିଲେ ଦେବଲୋକେ ।
ଆଦିତ୍ୟ ବୋଇଲେ ସ୍ୱୟମ୍ବରହିଁ ସରିଲା ।
କେହିତ କନ୍ୟାକୁ ମୋର ବରହିଁ ନୋହିଲା ।
କନ୍ୟା ହୋଇ ପିତା ଘରେ ହେଲେ ରଜୋବତୀ ।
ପିତୃଲୋକମାନେ ଯେ ହୁଅନ୍ତି ନର୍କଗତି ।
ଏସ‌ନ‌କ ବିଚାର କରନ୍ତେ ଦେବଧର୍ମ ।
ଅଶ୍ୱଏକ ଚଢ଼ିଣ ମିଳିଲା ଶମ୍ଭୁରାଣ ।
ମାଳା ଘନି ତାପ‌ତୀ ତାହାର ଆଗେ ମିଳି ।
ନୃପତିର ହୃଦେ ନେଇ ଦେଲା ପୁଷ୍ପମାଳି ।
ଭୁଜରେ ଶମ୍ଭୁରାଣ କଲାକ ନେଇ କୋଳ ।
ଦେଖିଣ ପରମ ତୋଷ କଶ୍ୟପଙ୍କ ବାଳ ।
ଆନନ୍ଦ ହୋଇଣ ସେହୁ ପଞ୍ଚମନେ ଭାଳି ।
ଧନ୍ୟ ଶମ୍ଭୁରାଣ ବୋଲି ଜୟ ଜୟ ବୋଲି ।
ଅନେକ ସମ୍ଭାରେ ସେହୁ ରଜା ଅଧିପତି ।
ତାପତୀକି ବିବାହ ଯେ ହେଲା ଯଥାରୀତି ।
ଶମ୍ଭୁରାଣ ବିଳ‌ସଇ ସୁନ୍ଦରୀ ତାପତୀ ।
କୁରୁନାମେ ପୁତ୍ରେକ ହୋଇଲା ଉତ୍ପତ୍ତି ।