ପୃଷ୍ଠା:Typical selections from Oriya literature.pdf/୩୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୬
ଓଡ଼ିଆ ସାହିତ୍ୟ-ପରିଚୟ

ବିଷ୍ଟି ନାମେ କରଣ ବ୍ୟତିପାତ ଯେ ଯୋଗ ।
ଋଷଭ ସଂକରାନ୍ତିକି ବାରଦିନ ଭୋଗ ।
ସେ ଦିନ ବଡ଼ ଗ୍ରାସ ବଢ଼ିଲା ବାଳଶିଷି ।
ମହାଗ୍ରାସ କରିଣ ସମସ୍ତ ଗଲା ଗ୍ରାସି ।
ଭୁଞ୍ଜି ଭୁଞ୍ଜି କୁମର ସମସ୍ତ ମନଇଚ୍ଛା ।
ଯୋଗାଡ଼ ସରିଲା ସବୁ ହାଣ୍ତିମାନ ତୁଚ୍ଛା ।
ବାହୁଡ଼ି ଶୋଇଲା ଯାଇ ଶଯ୍ୟାର ଉପରେ ।
ସ୍ନାନ ସାରି କୁନ୍ତୀ ବିଜେ କଲେ ସେହିଠାରେ ।
କେମନ୍ତ ଚରିତ ବୋଲି ପୁଛି ମହୀପତି ।
ଯୋଗାଡ଼ ବେଗେ ଯାଇ କର ଗୋ ଶ୍ରୀଘ୍ର କୁନ୍ତି ।
କୁନ୍ତୀ ବୋଇଲେ ଦେବ ହେ ମଣୋହି- ଯୋଗାଡ଼ ।
କିଛିହିଁ ନାହିଁ ଦେବ ଯେ ଭଣ୍ତାର ଭିତର ।
ପାଣ୍ତୁ ବୋଇଲେ ତୁ ସ୍ଥିର ହୁଅ ଆଗୋ ପ୍ରିୟା ।
ତଦନ୍ତ କରିଣ ଦେବି ବୁଝିବାକ ଏହା ।
ଶୀତଳ ଦ୍ରବ୍ୟମାନ ଭୁଞ୍ଜିଲେ ନୃପମଣି ।
ଦିନଅସ୍ତ ଗଲା ପୁଣି ପାହିଲା ରଜନୀ ।
ପାଣ୍ତୁ ରାଜା ବୋଲେ ଆଜ କ୍ଷୁଧା ବଡ଼ ଲାଗି ।
ଦ୍ୱିଗୁଣ ରାନ୍ଧଣା ଯୋଗାଡ଼ କର ଗୋ ବେଗି ।
ନିଜପତି ବୋଲେ ଦେବୀ ରାନ୍ଧଣା ଯେ କଲେ ।
କପାଟ ପାଡ଼ି କୁନ୍ତୀ ମାଦ୍ରୀ ସ୍ନା‌ନ‌କୁ ଗଲେ ।
କ‌ହ‌ନ୍ତି ଅଗସ୍ତି ଶୁଣ ଆହେ ନରନାଥ ।
ଭୀମସେନ ବାଳୁତର କୌତୁକ ଚରିତ ।
ଶୋଇଲା ଠାବରୁ ଗୁଲୁଘୁଞ୍ଚା ଦେଇ ଉଠି ।
ରାନ୍ଧଣାଶାଳେ ପଶି ପାଗମାନଙ୍କୁ ଝୁଣ୍ଟି ।
ପାଣ୍ତୁ ଗୁପ୍ତ ହୋଇ ରହି ଥିଲେ ପରବତେ ।
ଝଟତି କପାଟ ଫେଡ଼ି ପଶିଲେ ଯୁକତେ ।
ମଢ଼ଫୁଲି ଘରେ ପଶିଲେକ ଗୁପ୍ତ ହୋଇ ।
ଦେଖିଲେ ଭୀମସେନ ପାଗ ସକଳ ଖାଇ ।
ହାଣ୍ତିକି ଉପରେ କରି ତଳେ ତୁଣ୍ତ ପାତେ ।
ପାଣ୍ତୁରାଜା ବସିଥିଲେ ସେଠାରେ ଗୁପତେ ।
ଏହା ଦେଖି ପାଣ୍ତୁ କୋପ ସ‌ହି ନ ପାରିଲେ ।
ହାଣିବି ବୋଲି ରାୟେ ଖଣ୍ତା ବେଗେ ତୋଳିଲେ ।
ହାଣ୍ତିଶାଳକୁ ରାୟେ ଆଣନ୍ତେ ଅସିବର ।
ବାହାର ହୋଇ ପଳାଏ ବାଳୁତ କୁମର ।