ପୃଷ୍ଠା:Typical selections from Oriya literature.pdf/୩୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୮
ଓଡ଼ିଆ ସାହିତ୍ୟ-ପରିଚୟ

ଦୁଃଶା ବୋଲେ ଭୀମ-ତୁଲେ ପାଞ୍ଚ ଯେ ହୋଇଲ ।
ଆମ୍ଭକୁ ନୀରସ ଅଶ୍ୱତ୍ଥମାକୁ ଯେ ଦେଲ ।
ଭୀମସେନ ହସିଲା ଦୁଃଶାସନ ବଚନେ ।
ତୁମ୍ଭର କତି ହୁଅନ୍ତୁ ସବୁ ଭାଇମାନେ ।
ଶଲ୍ୟ କୃପ ଅଶ୍ୱତ୍ଥମା କର୍ଣ୍ଣର ସ‌ହିତେ ।
ତୁମ୍ଭ କତିରେ ହୁଅ ପାଞ୍ଚଉତ୍ତରେ ଭ୍ରାତେ ।
ପୂର୍ବଦିଗେ ହୋଇଲେ ଯୁଧିଷ୍ଠି ପାଞ୍ଚଭାଇ ।
ମଧ୍ୟରେ ବେନିସ୍ତମ୍ଭ ଗାର କରି ପୋତାଇ ।
ପୂର୍ବେ ଯୁଧିଷ୍ଠିର ଦୁଯ୍ୟୋଧନ ପଶ୍ଚିମରେ ।
ଲାଗିଲା ଉଚ୍ଚବାଚ ଯେ ଝୈମାଣିର ଖେଳେ ।
ପ୍ରଥମେ ରାମ ଧରି ଗୋଡ଼ାଏ ଦୁଃଶାସନ ।
ପଳାନ୍ତି ପଞ୍ଚଭ୍ରାତ ଯେ ହରିଣ ବିଧାନ ।
ବନପତି ଦେଖି ଯେହ୍ନେ ଖେଦଇ ହରିଣୀ ।
ନିଃଶ୍ୱାସରେ ମାଇଲା ଦୁଃଶା କୁମରମଣି ।
ରେ ରେ କାର କରିଣ ସେ ମାଇଲାକ କ୍ଷେପି ।
ଚିରାଏକ କ୍ଷେପିଣ ମାଇଲା ଯୁଧିଷ୍ଠିଙ୍କି ।
ଅସାଷ୍ଟମେ ପଡ଼ିଲେ ଦୁଃଶାର ପାଦଘାତେ ।
ନାସିକା ବେନି ପୁଡ଼ାରୁ ବାହାର ଶୋଣିତେ ।
ମାରି ଦୁଃଶାସନ ଯ‌ହୁଁ ଅଇଲା ଲେଉଟି ।
ଆରେ ଦୁଃଶାସନ ବୋଲି ଭୀମ ଯାଏ ଛୁଟି ।
ମଧ୍ୟଦାଣ୍ତରେ ସେ ମାଇଲା ଦୁଃଶାସନ‌କୁ ।
ନାତ ପ୍ରହାରରେ ସେ ଭାଙ୍ଗିଲା ତାର ବୁକୁ ।
ଦୁର୍ଯ୍ୟୋଧନ ପଳାଏ ଯେ ଗୋଡ଼ାଏ ମାରୂତି ।
ଏକା ଚାପୁଡ଼ାକରେ ପଡ଼ିଲା କୁରୁପତି ।
ଦୁର୍ଜୟ ଦୁବାଳ ଆଉ ଦୁରାସର ମୂଳେ ।
ଜଣକେ ନାତେ ଲେଖାଁଏ ମାରେ କୁତୂହଳେ ।
ଶଲ୍ୟ ପଳାନ୍ତି ଭୀମର ଆସିବାର ଜାଣି ।
ଅସମ୍ଭାଳେ ଲୋଡ଼ନ୍ତି ସେ ଗୁପ୍ତସ୍ଥାନ ପୁଣି ।
ଚିରାଏକ ମାରିଣ ହାବୋଡ଼ିଲା ପଛକୁ ।
ପାଦ ପ୍ରହାରି ମାଡ଼ି ବସିଲା ଶଲ୍ୟ ବୁକୁ ।
ବାମ ପାଦ ପଡ଼ିଲା ଶଲ୍ୟଙ୍କ ମଧ୍ୟଖଣ୍ତେ ।
ଡାହାଣ ପାଦ ପଡ଼ିଲା ପୁଣି ତାଙ୍କ ମୁଣ୍ତେ ।
ଘନ ଘନ ହୋଇଣ ଯେ ବ‌ହଇ ଶୋଣିତ ।
ପଡ଼ିଲେ ଶଲ୍ୟ ବୀର ଯେ ମୃତ୍ୟୁ ଶରବତ ।