ପୃଷ୍ଠା:Typical selections from Oriya literature.pdf/୩୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୯
ଓଡ଼ିଆ ସାହିତ୍ୟ-ପରିଚୟ

ସବୁ କୁରୁ ପଡ଼ିଲେ ଯେ ଅଷାଷ୍ଟମ ହୋଇ ।
ଶଲ୍ୟ କୃପ ଅଶ୍ୱତ୍ଥାମା କାର ଚେତା ନାହିଁ ।
କ‌ହ‌ନ୍ତି ମନୁରାଜାଙ୍କୁ ମୁନି ଯେ ଅଗସ୍ତି ।
ଆଜିଠାରୁ କୁରୁ ପାଣ୍ତବଙ୍କର ଅପ୍ରୀତି ।

(୬)

ସ୍ୱୟମ୍ବରର ସଭା (Adi-Parva)
ବ୍ରାହ୍ମଣ ରୂପ ତ‌ହିଁ ଧଇଲେ ପାଞ୍ଚବୀରେ ।
ତ୍ରିକଚ୍ଛ କରି ବସନ ପିନ୍ଧିଲେ କଟିରେ ।
ନବଗୁଣ ପଇତା ଯେ କନ୍ଧରେ ଉତ୍ତରୀ ।
ଅଧ୍ୟୟନ ମନ୍ତ୍ର ପୋଥି ହାତେ ଛନ୍ତି ଧରି ।
ଦ୍ୱାଦଶ ବର୍ଣ୍ଣରେ ଚିତା ଶ୍ରୀବତ୍ସ ଲକ୍ଷଣ ।
କାଖରେ ବେଦକାଣ୍ତି ଯେ ସ୍ୱରୂପେ ବ୍ରାହ୍ମଣ ।
କାନ୍ଧରେ ଛତା ପ୍ରୋକ୍ଷଣି କରେ ଶ୍ରୁବଶ୍ରୁଚ ।
ଧୀରେ ଧୀରେ ଚାଲନ୍ତି ବୀରବର ସେ ପଞ୍ଚ ।
ମାଜିଲା ରତନ ଜାଣି ଦିଶେ କୁଶ ବିଡ଼ି ।
ଶିଳା ଶାଳଗ୍ରାମ ଦେବତା ବିଜୟ ପେଡ଼ି ।
ଗଡ଼ୁତମ୍ବାପାତ୍ରି କରେ ଶୋଭେ ଜପାମାଳି ।
କଣ୍ଠେ ଶୋଭିତ ଯେ ତୁଳସୀ ରୁଦ୍ରାକ୍ଷ ମାଳି ।
କ୍ଷତ୍ରିବୃତ୍ତି ଛାଡ଼ିକରି ବ୍ରାହ୍ମଣ ସ୍ୱରୂପେ ।
ସଭାକୁ ପାଣ୍ତବେ ଚଳିଯାନ୍ତି ଗୁପ୍ତରୂପେ ।
ଯଦ୍ୟପି ଚଳନ୍ତି ବୀରେ ଗୁପ୍ତ କରି କାୟ ।
ସ୍ୱରୂପ ବିକାଶଇ ନିର୍ଧୂମ ଅଗ୍ନି ପ୍ରାୟ ।
ଛାୟାମଣ୍ତପ ଦକ୍ଷିଣେ ବ୍ରାହ୍ମଣଙ୍କ ସଭା ।
ମହାସମ୍ଭବେ ବିଜେ ଆଦିତ୍ୟ-ଜ୍ୟୋତି ପ୍ରଭା ।
ବ୍ରାହ୍ମଣଙ୍କ ସଭାରେ ବିଜୟ ପାଞ୍ଚ ବୀର ।
ପ୍ରତ୍ୟକ୍ଷେ ବିଜୟେ କି ବ୍ରହ୍ମା ଇନ୍ଦ୍ର କୁବେର ।
ଅନେକ ଉତ୍ସବ ହୁଏ ଦ୍ରୁପଦ-ଭୁବନେ ।
ରାଜା ସର୍ବେ ପ୍ରବେଶିଲେ ପଞ୍ଚଦିଶ ଦିନେ ।
ନିଜ ହସ୍ତେ ଅର୍ଘ୍ୟ ଘେନିଣ ଧୃଷ୍ଟଦ୍ୟୁମନ ।
ସମସ୍ତ ନୃପତିଙ୍କ କରଇ ସମ୍ବୋଧନ ।
ଶିରେ ମଣିମୁକୁଟ ହୃଦରେ ରତ୍ନମାଳ ।
କର୍ଣ୍ଣେ କୁଣ୍ତଳ ଲୋଳଇ ଗଜମୁକ୍ତା ଫଳ ।