ଲକ୍ଷେବଳ ଧନୁଧରି ସେ ପଟାରେ ଉଠି ।
ତହିଁ ତଳେ ଅଛି ତୀର୍ଥଜଳ ଘଟ ଗୋଟି ।
ତହିଁ ଦୃଷ୍ଟ ଦେଇ ଉପରକୁ କରି ମୁଷ୍ଟି ।
ଚକ୍ରଭେଦି ମାଛ ବାମ ଚକ୍ଷୁ ଯିବ ଫୁଟି ।
ଏହେନେକ ସ୍ୱରୂପେ ଯେହୁ ଲାଖ ବିନ୍ଧିବ ।
ଏ ମୋର ଦୁହିତା ଦ୍ରୌପଦୀର ବିଭା ହେବ ।
କେଶିନୀ ନାମରେ ଯେ ଏକଇ ମୁଦୁସୁଲୀ ।
କନ୍ୟାକୁ ସ୍ନାନ କରାନ୍ତି ପରିବାରୀ ମିଳି ।
ତଇଳ ଅଏଁଳା ଚନ୍ଦନ ଶିରରେ ବୋଳି ।
ସୁବାସିତ ଜଳ ଢାଳି କାବେରୀ ପଖାଳି ।
ଘୋଟିକରି କୁଙ୍କୁମ ଯେ ଲେପନ୍ତି ଶରୀରେ ।
ମୃଗନାଭି କସ୍ତୁରୀ ଲେପିଲେ ତଥି ପରେ ।
ଆଲଟ ଚାମର ଧରି ସୁଖାବନ୍ତି କେଶ ।
ଅଙ୍ଗେ ପରିଧାପନ କରାନ୍ତି ଝିନବାସ ।
ଜାଈ ଯୂଇ ମଲି ଆଉ ମାଳତି ସେବତି ।
ସୁବେଶ କରି କାବେରୀ ସଜାଇଲେ ଝାତି ।
ସୁସଞ୍ଚ ପରିମଳ ଗନ୍ଧ କରେ ସୁବାସ ।
ଲୁବ୍ଧ ମଧୁପ କରୁଳୁଛନ୍ତି ଚଉପାଶ ।
ତହିଁର ପରେ ଖଞ୍ଜିଲେ ମୁକୁତାର ଜାଲି ।
ଲଲାଟ ପାଟିରେ ଗୋରଚନା ଚିତା ବୋଳି ।
କର୍ଣ୍ଣରେ ତଡ଼କା ଆଉ ନାସାରେ ବଶଣି ।
ହୃଦୟରେ ରତ୍ନହୀରା ଝଲକନ୍ତି ପୁଣି ।
ଭୁଜରେ ଶୋଭିତ ଯେ କଙ୍କଣ ସୁନା ଚୂଡ଼ି ।
ଅଙ୍ଗୁଳିରେ ଅଷ୍ଟରତ୍ନ ଜଡ଼ା ମୁଦି ଜଡ଼ି ।
ପାଦରେ ନୂପୁର ଯେ କିଙ୍କିଣି ତହିଁ ହୀରା ।
ନ ସହଇ ସୁନ୍ଦରୀ ବହୁତ ରତ୍ନ-ଭାରା ।
ମିଳିଣ ସଖିକଳାପ କରନ୍ତି ତିଳକ ।
ବେଶ ଭୂଷଣଙ୍କୁ ଦେବୀ ବୁଝିଲେ ବିମୁଖ ।
ଉପରେ ପରିଧାପକ ଦାସୀ ନେତ ଗୋଟି ।
ଅନଳ ତେଜ ଜାଣି ବିକାଶଇ ତନୁଟି ।
ପୃଷ୍ଠା:Typical selections from Oriya literature.pdf/୩୦୭
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୧
ଓଡ଼ିଆ ସାହିତ୍ୟ-ପରିଚୟ