ପୃଷ୍ଠା:Typical selections from Oriya literature.pdf/୩୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୨
ଓଡ଼ିଆ ସାହିତ୍ୟ-ପରିଚୟ
(୭)

ଯୁଧିଷ୍ଠିରଙ୍କ ପ୍ରତି ଭୀଷ୍ମଙ୍କର ଉପଦେଶ (Santi Parva)
ବୈବସ୍ୱତ ମନୁ ଆଗେ ବଦନ୍ତି ଅଗସ୍ତି ।
କୃଷ୍ଣ ସଙ୍ଗେ ଗଲେ ଯେ ପାଣ୍ତବ ପାଞ୍ଚମୂର୍ତ୍ତି ।
ଏଥୁ ଅନନ୍ତରେ ଯେ ବୋଇଲେ ଜନାର୍ଦ୍ଦନ ।
ଅଭିଷେକ ବିଧିମାନ କର ଆୟୋଜନ ।
ଶୁଣି ଯୁଧିଷ୍ଠିର ବୋଇଲେ ଯେ ଦେବ ହରି ।
ଭୀଷ୍ମକ କ‌ହିଲେ ସିନା ରାଜା ହୋଇ ପାରି ।
ତ‌ହୁଁ ଭୀଷ୍ମଙ୍କ ପାଖକୁ କଲେ ଯେ ଗମନ ।
ସୈନ୍ୟ ସଖା ନାହିଁ କେହି ସେହି ଷଡ଼ଜଣ ।
ଯ‌ହିଁ ଭୀଷ୍ମ ଦେବ କରିଥିଲେ ଶରଶ‌ଯ୍ୟା।
ସେଠାରେ ପ୍ରବେଶ ଯାଇଁ ହେଲେ ଧର୍ମରାଜା ।
ଭୀଷ୍ମ ଆଗରୁ ଆଚରି ଥିଲେ ମୌନବ୍ରତ ।
ଯୁଧିଷ୍ଠିଙ୍କି ଦେଖି ପୁଣି ଫିଟାଇଲେ ନେତ୍ର ।
ଭୀଷ୍ମଦେବ କ‌ହିଲେ ଯେ ଯୁଧିଷ୍ଠିଙ୍କି ଚାହିଁ ।
ସୁଖେ ନିଷ୍କଣ୍ଟକ ରାଜ୍ୟ କର ବାବୁ ଯାଇଁ ।
କିପାଇଁ ହୋ ଧର୍ମରାଜା ଅଇଲୁ ମୋ ପାଶ ।
ବଦନ୍ତି ଯୁଧିଷ୍ଠି ଶୁଣ କୁରୁକୁଳ-ଈଶ ।
ଆମ୍ଭହିତେ ଦେବ ତୁମ୍ଭେ ତେଜିଲ ଜୀବନ ।
ତ୍ରିଭୁବନେ କିଏ ଅଛି ତୁମ୍ଭଙ୍କୁ ସମାନ ।
ଯୁଗଥିଲେ ତୁମ୍ଭଙ୍କୁ ଜିଣନ୍ତା ଅବା କିଏ ।
ଆନ୍ଧଙ୍କୁ ତୁମ୍ଭର ସଦା ଚିତ୍ତେ ଦୟା ଥାଏ ।
ପ୍ରଥମ ଯୁଦ୍ଧେ ଯେ ଆଜ୍ଞା ଦେଇଥିଲ ଦେବ ।
ଶତ୍ରୁ ମାରି ପଞ୍ଚକଟକରେ ରାଜା ହେବ ।
ମହତ ବଚନ କେଭେ ନୁହଇ ଅନ୍ୟଥା ।
ହସିଲେ ଯେ ଭୀଷ୍ମ ଶୁଣି ଯୁଧିଷ୍ଠିଙ୍କ କଥା ।
ଦ୍ରହସିତ ହୋଇ ଭୀଷ୍ମ ଦିଅନ୍ତି ଉତ୍ତର ।
ଏବେ ନିଷ୍ମଣ୍ଟକ ହେଲା ସୁଖେ ରାଜ୍ୟ କର ।
ନାନା ଉପଭୋଗ କରେ ସୁଖେ ରାଜା ହୋଇ ।
ଶ୍ରୀକୃଷ୍ଣ ପ୍ରସନ୍ନେ ତୋତେ କିଛି ଭୟ ନାହିଁ ।
ନିପାତ ହୋଇଲେ ଏବେ ଧୃତରାଷ୍ଟ୍ରପୁତ୍ରେ ।
ଏହା ହେବ ବୋଲି ସନ୍ଦେହ ଥିଲା ମୋ ଚିତ୍ତେ ।