ପୃଷ୍ଠା:Typical selections from Oriya literature.pdf/୩୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୬
ଓଡ଼ିଆ ସାହିତ୍ୟ-ପରିଚୟ

ତ‌ହୁଁ ସ‌ହଦେବ ପାର୍ଥ ଗଲେ ଭାଇ ବେନି ।
କୋଳକରି ଭୀମ‌କୁ ସେ ଅଇଲେକ ଘେନି ।
ଭୀମସେନ ବୋଲେ ଦେବ ଏ ସ୍ଥାନେ ନ ରହି ।
ଏହା ପାରି ହେଲେ ପିତା ପୁତ୍ର ଦେଖା ନାହିଁ ।
ଦେବ ! କଥା ଜାଣି ନ ଶୁଣନ୍ତି ଶାସ୍ତ୍ରବାଟ ।
ରନ୍ଧାଶାଳେ ଭୁଞ୍ଜିଲେ ନ ନିଅନ୍ତି ଉଚ୍ଛିଷ୍ଟ ।
ଗୋ ବ୍ରାହ୍ମଣ ମାରନ୍ତି ସେ ନ ଜାଣନ୍ତି ହତ୍ୟା ।
ନ ଜାଣନ୍ତି ତ‌ହିଁ ଦେହ ହରି-ହର-କଥା ।
ଏହି ନ‌ଦୀ ପାରି ହୋଇ ନ ଗମନ୍ତି ଜନ୍ତୁ ।
ଶ୍ରବଣରେ ହସ୍ତ ଦେଇ ଏଥୁ ବାହୁଡନ୍ତୁ ।
ତ‌ହୁଁ ସର୍ବେ ଫେରି ଆସି ଏକାମ୍ବର ବନେ ।
ଭୂତବାସ ଦକ୍ଷିଣେ ରହିଲେ ଏକଦିନେ ।
ଭୀମସେନ ଅନ୍ନପୁଡା କଲା ଯେ ରନ୍ଧନ ।
ବିନ୍ଦୁହ୍ରଦେ ସ୍ନାନ ସାରି କଲେ ତା ଭୋଜନ ।
ଚିତ୍ରୋତ୍ପଳା ପାରି ହୋଇ ପାଞ୍ଚଭାଇ ଗଲେ ।
ପଶ୍ଚିମ ଦିଗକୁ ତ‌‌ହୁଁ ଯାତ୍ରା ଆରମ୍ଭିଲେ ।
ବୈତରଣୀ ନ‌ଦୀତୀରେ ରହି ପାଞ୍ଚରାତି ।
ଚଳନ୍ତି ପାଣ୍ତବେ ତ‌ହୁଁ ପଶ୍ଚିମ ମୂରତି ।
ତ‌ହୁଁ ଯାଇଁ ପ୍ରୟାଗରେ ରହି ପାଞ୍ଚଦିନ ।
ସାରିଲେ ଶ୍ରାଦ୍ଧଆଦି ଯେ ପିତୃକାର୍ଯ୍ୟ ମାନ ।
ଯଥାବିଧି ସେହିଠାରେ ବାଲିପିଣ୍ତ ଦେଲେ ।
ଶ୍ରୀଗଦାଧର ପ୍ରତ୍ୟକ୍ଷେ ପିତୃକାର୍ଯ୍ୟକଲେ ।
ଗୟାଶ୍ରାଦ୍ଧ ସେହିଠାରେ ସମସ୍ତଙ୍କୁ କଲେ ।
ପାପ ନାଶ ପିତୃଲୋକେ ସ୍ୱର୍ଗେ ବସାଇଲେ ।
ତାହାପରେ ପାଞ୍ଚଜଣ ସେହିଠାରୁ ଆସି ।
ପ୍ରବେଶ ହୋଇଲେ ଯାଇ କ୍ଷେତ୍ର ବାରାଣସୀ ।
ମକରର କୃଷ୍ଣପକ୍ଷ ପ୍ରତିପଦା ଦିନ ।
ପୁଷ୍ୟାନକ୍ଷତ୍ର ଯେ ଗୁରୁବାର ବିଦ୍ୟମାନ ।
ବାଳବ ନାମେ କରଣ ବ୍ୟତିପାତ ଯୋଗ ।
ମକରର ସଂକ୍ରମଣ ସେ ଦିନର ଭୋଗ ।
ପାଣ୍ତବେ ବିଜୟ କଲେ ଯାଇଁ କାଶୀପୁରେ ।
ଏକମାତ୍ର ଦ୍ରୋପଦୀ ଅଛନ୍ତି ସଙ୍ଗତରେ।
ମଣିକର୍ଣ୍ଣିକାରେ ତ‌ହୁଁ ସ୍ନାହାନ କରିଲେ ।
କାଶୀ ବିଶ୍ୱନାଥେ ଯାଇଁ ଦରଶନ କଲେ ।