ପୃଷ୍ଠା:Typical selections from Oriya literature.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କପଟପାଶା

By BHIMA DHIVAR
ପ୍ରଥମ ଛାନ୍ଦ

ରାଗ-ନଳିନୀଗୌଡ଼ା

ଜୟ ଜୟ ବିଘ୍ନରାଜ ଗଉରୀ-ନନ୍ଦନ ।
ପୃଥୁଳ ଉଦର ନାଥ ଇନ୍ଦୁର-ବାହ‌ନ ହେ ।
ଗଜମୁଖ ଏକଦନ୍ତ କପୋଳେ ସୁନ୍ଦୂର ।
ଯୋଗେଶ୍ୱର ପୁରୁଷ ତୁ କେ କରୁ ଗୋଚର ହେ ।
ଯଜ୍ଞବିଧି ଆରମ୍ଭେ ପ୍ରଥମେ ତୋର ପୂଜା ।
ଗଙ୍ଗାଧର ତାତ ତୋର ଜନନୀ ଗିରିଜା ହେ ।
କର ଅନୁଗ୍ରହ ମୋତେ ଅମ୍ବିକା-ନନ୍ଦନ ।
କ‌ହିବାକୁ ଇଛା ମୋର ଭାରତ-ବିଧାନ ଯେ ।
କୁରୁପତି ଯୁଧିଷ୍ଠିର ପଶାଖେଳ-ରସ ।
କ‌ହିବାକୁ ଇଛା, ଛନ୍ଦପ୍ରତିବନ୍ଧ ଭାଷ ଯେ ।
ବନ୍ଦଇଁ ଗୋ ଶାରଦା ଝଙ୍କଡପୁର-ବାସୀ ।
ତୋର ଆଜ୍ଞା ହେଲେ ମୁର୍ଖ ପଣ୍ତିତରେ ମିଶି ଗୋ ।
ତୋ ଚରଣେ ରହୁ ମା ଗୋ ସର୍ବଦା ଭକତି ।
ଭୀମା ଧୀବରକୁ ଦିଅ ଏହି ସଦଗତି ଗୋ ।

ଦ୍ୱିତୀୟ ଛାନ୍ଦ
ରାଗ-ବଙ୍ଗଳାଶ୍ରୀ

ଏଥୁ ଅନନ୍ତରେ ବିଲଙ୍କ ଦେଶର ବୈବଶ୍ୱତମ‌ନୁ ରାଜା ।
ଅଗସ୍ତି-ଚରଣ ଧରି ନୃପରାଣ କଲେ ଧୂପ ଦୀପ ପୂଜା ।
ଉତ୍ତମ ପଦାର୍ଥ ଦେଇ ନୃପତି-ଚରଣେ ହୋଇ ବିନୟୀ ।
କରପତ୍ର ଯୋଡି ମୁନିପାଦେ ପଡି ମଧୁର ବାଣୀ ଭାଷଇ ।
ତୁମ୍ଭେ ବ୍ରହ୍ମ‌ବେତ୍ତା କର୍ତ୍ତା ମୋକ୍ଷଦାତା ସକଳ ଶାସ୍ତ୍ରର ଜ୍ଞାତା ।
ଭାରତ-ଚରିତ୍ର ପରମ‌ପବିତ୍ର କ‌ହି ଫିଟୁ ମ‌ନୋବ୍ୟଥା ।
ଯୁଧିଷ୍ଠିର ଦେବ ଦୁର୍ଯ୍ୟୋଧନ ସଙ୍ଗେ କପଟ ପାଶାରେ ହାରି ।
ତଦନ୍ତେ କି କଲା ଗାନ୍ଧାରୀର ବଳା କ‌ହ ମୋତେ ବ୍ରହ୍ମଚାରୀ ।
ଅଗସ୍ତି ବୋଲନ୍ତି ଶୁଣ ମହୀପତି କ‌ହିବା ତ‌ହୁଁ ଚରିତ ।
ରାଜ୍ୟ ଦଣ୍ତସିଂହାସନ ସ‌ହିତରେ ହାରିଲେ ଧର୍ମଙ୍କ ସୁତ ।