ପୃଷ୍ଠା:Typical selections from Oriya literature.pdf/୩୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୦
ଓଡ଼ିଆ ସାହିତ୍ୟ-ପରିଚୟ

କୁନ୍ତୀ ଉଚ୍ଚେ କଲେ ହୁରି ଦ୍ରୁପଦ ରାଜକୁମାରୀ
ସୁଭଦ୍ରାଙ୍କୁ ଘେନି ଯାଇଁ ଭିତରେ ପଶ ।
ବଳତ୍କାରେ ଦୁଃଶାସନ ପଶିଲା ଆମ୍ଭ ଭବନ
ଗୁପତଭାବରେ ରହି ହୁଅ ଅଦୃଶ୍ୟ ।
ତାହା ଶୁଣି ସୁଭଦ୍ରାଦେଈ ।
ଚନ୍ଦ୍ରଶାଳା ପୁରେ ବେଗେ ଲୁଚିଲେ ଯାଇଁ ।
ଦ୍ରୌପଦୀ ଯେ ଭୟ ପାଇ ଆକୁଳେ ଅଙ୍ଗ ଥରଇ
ତରତର ହୋଇ ଉଠି ଗଲେ ପଳାଇ ।
କେଶ ପାସ କଟିବାସ ଫିଟିବ‌ହେ ଖରଣ୍ୱାସ
ରୋଷାଇଶାଳ ମଧ୍ୟରେ ଲୁଚିଲେ ଯାଇଁ ।
ବ୍ୟାଧ ଭୟେ ଯେହ୍ନେ ମୃଗୁଣୀ ।
ଚଞ୍ଚଳନୟନ ମୁଖୁ ନ ସ୍ଫୁରେ ବାଣୀ ।
ପୁରେ ପୁରେ ଦୁଃଶାସନ ଖୋଜଇ ସର୍ବଭୁବନ
ନେତ୍ରପୁର ବାସପୁର ଡାଳିମ୍ବପୁର ।
ଝୀନପୁର ରତ୍ନପୁର କଉସ୍ତୁଭମଣିପୁର
ଇନ୍ଦ୍ର ଅବକାଶପୁର ଖୋଜଇ ବୀର ।
ଯୁଧିଷ୍ଠିର ଶୁଅନ୍ତି ଯେ ପୁରେ ।
ଇନ୍ଦ୍ରପୁର ସମନୋହେ ତାକୁ ଲକ୍ଷରେ ।
ଚାରିତ୍ରୋଶ ଦୀର୍ଘ ପ୍ରତି ଅଟଇ ସେ ପୁର-ସ୍ଥିତି
ହୀରା ନୀଳା ଖଞ୍ଜାଅଛି ଅଷ୍ଟରତନ ।
କ୍ଷୁଦ୍ର ମୋତି କେରା କେରା ଲମ୍ବିଛି ମୁକୁତାଝରା
ପ୍ରବାଳର ସ୍ତମ୍ଭ ହୋଇଅଛି ଶୋଭନ ।
ଦିବ୍ୟ ପାଟବସ୍ତ୍ର ଚାନ୍ଦୁଆ ।
ମର୍କତ ଚାମରମାନ ଲମ୍ବିଛି ନୂଆ ।
ସେ ପୁରରେ ଦୁଃଶାସନ ନ ପାଇ ଦ୍ରୌପଦୀ ଚିହ୍ନ
ବିସ୍ମୟ ହୋଇ ବ‌ହ‌ନ ଲେଉଟି ଆସେ ।
ଖୋଜି ନ ପାଇ‌ଣ ଭେଟ ରୋଷାଇଶାଳ ନିକଟ
ଆଣ୍ଠୁ ଭରା ଦେଇ ଚାହେଁ ଚାରି ପାରୁଶେ ।
ପୂର୍ବଦିଗେ ଉଦେ କି ଭାନୁ ।
ସେହିମତେ ଦିଶୁଅଛି ଦ୍ରୌପଦୀ-ତନୁ ।
ଦେଖିଣ ଦୁଃଶା ଚକିତ ବୋଲଇ କି ଦିନନାଥ
ଆକାଶକୁ ଛାଡ଼ି ଆସି ଏଥି ରହିଲା ।
କି ଅବା ରାହୁର ଭୟେ ଶଶଧର ଏଥି ରହେ
କେବଣ ଚରିତ ମୋତେ ଜଣା ନ ଗଲା ।