ପୃଷ୍ଠା:Typical selections from Oriya literature.pdf/୩୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୩
ଓଡ଼ିଆ ସାହିତ୍ୟ-ପରିଚୟ

ସିଂହ ଭୟରେ ପଶିଲି ବିଳରେ । ଏବେ ପଡିଲି ଶୃଗାଳ-ମୁଖରେ।
ମୋର ନିଶ୍ଚୟ ହୋଇଲା ମରଣ । ଶଶା ଡ଼ାକିଲା ରଖ ନାରାୟଣ ।
ତୁମ୍ଭେ ନ ରଖିଲେ ହେଲି ଅନାଥ । ଏଥୁଁ ନାହିଁ ପ୍ରଭୁ ଆଉ ଆରତ ।
ଶଶା ଆରତ ଗୋବିନ୍ଦ ଶୁଣିଲେ । ରକ୍ଷାକଲୁ ଆଜ ବୋଲି ବୋଇଲେ ।
ଶଶା-କଣ୍ଠେ ବିଜେ କଲେ ଗୋବିନ୍ଦ । ତାକୁ ଦିଶିଲା ସବୁକଥା ଛନ୍ଦ ।
ଯହୁଁ ଶୃଗାଳ ଦେଖିଲା ଶଶାକୁ । ବଡ଼ ହରଷ ହୋଇଲା ମନ‌କୁ ।
ତାକୁ ଖାଇବା କଥାମୂଳ କଲା । ତୁରେ କାହିଁକି ଅଇଲୁ ବୋଇଲା ।
ଶଶା ବୋଲେ ଦେବ ଶୁଣ ଉତ୍ତର । ସର୍ବଜନ୍ତୁ ପେଷିଲେ ତୁମ୍ଭ ପୁର ।
ମୋତେ ବୋଇଲେ ଶଶା ବେଗେ ଯିବୁ । ଗର୍ତ୍ତ ମଧ୍ୟରୁ ଶୃଗାଳ ଆଣିବୁ ।
ସେ ଯେ ନୃପତି ହୋଇବେ ବନରେ । ସର୍ବେ ସେବିବୁଁ ତାହାଙ୍କ ପୟରେ ।
ସର୍ବଜନ୍ତୁଙ୍କ ପରେ ହେବେ ରାଜା । ଆମ୍ଭେ ହୋଇବା ତାହାଙ୍କ ପରଜା ।
ତେଣୁକରି ଅଇଲି ତୁମ୍ଭ ପାଶ । ବନେ ନୃପତି ହେବ ବେଗେ ଆସ ।
ଶୁଣି ଶୃଗାଳ ହରଷ ହୋଇଲା । ଶଶା-ମୁଖକୁ ଅନାଇ ବୋଇଲା ।
ଯେତେବେଳେ ରାଜାପଣେ ବସିବି । ତୋତେ ମନ୍ତ୍ରୀପଶେ ଶାଢ଼ୀ ବାନ୍ଧିବି ।
ଚାଲ ଗର୍ତ୍ତରୁ ହୁଅସି ବାହାର । ଶଶା ବୋଲେ ଦେବ ହୁଅ ଆଗର ।
ତୁମ୍ଭେ ନୃପତିପଣକୁ ଭାଜନ । ଛାର ସେବକ କି ଆଗେ ଗମନ ।
ତୁମ୍ଭେ ବିଜେ କର ଦେବ ଆଗରେ । ମୁହିଁ ଯାଉଛି ତୁମ୍ଭର ପଛରେ ।
ଶଶା-କପଟ ଜାଣି ନ ପାରିଲା । ଗର୍ତ୍ତ ମଧ୍ୟରୁ ବାହାର ହୋଇଲା ।
ସିଂହ ଜଗି ବସିଥିଲା ଦ୍ୱାରକୁ । ଶୀଘ୍ର ମାଡ଼ିବସିଲା ଶୃଗାଳକୁ ।
ଶଶା ଗୋବିନ୍ଦ ଆଶ୍ରୟ ନେବାରୁ । ପ୍ରାଣ ପାଇଲା ଦୁହିଙ୍କ ମୁଖରୁ ।
ତୁମ୍ଭେ ହରିନିନ୍ଦା କର ନୃପତି । ତାଙ୍କୁ ଚିନ୍ତିଲେ ନ ଥାଇ ଦୁର୍ଗତି ।
ଶୁଣି ଦୁର୍ଯ୍ୟୋଧନ ରୋଷେ କ‌ହିଲା । ଦୁଃଶାସନ-ମୁଖ ଚାହିଁ ବୋଇଲା ।
ଫେଡ଼ ଦ୍ରୌପଦୀ-ଅଙ୍ଗରୁ ବସନ । ସଭାଜନେ ଦେଖନ୍ତୁ ଯଉବନ ।
ହରି କେମନ୍ତେ ଏହାକୁ ରଖିବ । ଫେଡ଼ ବସନ ମନୁ ପ୍ରତେ ଯିବ ।
ଏହା ଶୁଣି ଦୁଃଶାସନ ଉଠିଲା । ଯାଇ ଦ୍ରୌପଦୀ ସନ୍ନିଧେ ମିଳିଲା ।
ଦୁଃଶା ଅଙ୍ଗରୁ କାଢ଼ନ୍ତେ ବସନ । ସତୀ ବୋଲେ ରହ ରହ ବଚନ ।
ବସି ଅଛନ୍ତି ମୋ ପଞ୍ଚଭର୍ତ୍ତାଏ । ଏତେବେଳେ ମୁ କ‌ହିବି କଥାଏ ।
ଦେବୀ ଚାହିଁ ଯୁଧିଷ୍ଠିର-ବଦନ । ଅତି ଆରତେ କରନ୍ତି ରୋଦନ ।
ସତୀ ଯୁଧିଷ୍ଠି ଦେବଙ୍କ ଚରଣ । ଭୀମା ହୀନ ନିରନ୍ତରେ ଶରଣ ।

ଷଷ୍ଠ ଛାନ୍ଦ
ରାଗ-ଚିନ୍ତାଦେଶାକ୍ଷ

ଯୁଧିଷ୍ଠିଙ୍କି ଚାହିଁ ଚନ୍ଦ୍ରମୁଖୀ । ଛନ ଛନ କଲେ ବେନି ଆଖି ।
ଭୋଦେବ ତୁମ୍ଭର, ପରାୟେ ଠାକୁର, ଥାଉଁ ହେଲି ମୁହିଁ ନିରିମାକ୍ଷୀ ହେ । ଭୋ ଦେବ ।