ପୃଷ୍ଠା:Typical selections from Oriya literature.pdf/୩୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୪
ଓଡ଼ିଆ ସାହିତ୍ୟ-ପରିଚୟ

ତୁମେ ବୋଲାଅ ଯେ ଧର୍ମରାଜା । ସର୍ବ ନୃପତି କରନ୍ତି ପୂଜା ।
ମହାସଭାତଳେ, ବିବସ୍ତ୍ର କରୁଛି, ତୁମ୍ଭଙ୍କୁ କି ନୋହିବ ଏ ଲଜ୍ଜା ହେ ।
ପୁଣି ଅର୍ଜୁନ-ମୁଖକୁ ଚାହିଁ । ଶୋକେ ଗଦ ଗଦ ହୋଇ କ‌ହି ।
ବାସବନନ୍ଦନ ମୋଠାରେ ବିମନ ଏବେ ପ୍ରସନ୍ନ ନୁହ କିପାଁଇ ହେ । ବିବତ୍ସ ।
ତୁମ୍ଭେ ଦ୍ୱିତୀୟ କୃଷ୍ଣ ବୋଲାଅ । ମୋର କଷଣ କିରୂପେ ସ‌ହ ।
ଧିକ ବୀରପଣ, ଧିକ ତୁମ୍ଭପ୍ରାଣ, ଜୀବେ ଅଛ କି ମରିଛ କ‌ହ ହେ ।
ଦେବୀ ଦ୍ରୌପଦୀ ଠାରୁ ଏ ବାଣୀ । ବୀର ଅର୍ଜୁନ ଶ୍ରବଣେ ଶୁଣି ।
ନ ଜାଣି ଧିକ୍କାର, କରୁ ଯୋଷାମଣି, ମୋର ପ୍ରତିଜ୍ଞା ନାହୁଁ କି ଶୁଣି ଗୋ । ସୁନ୍ଦରି ।
ପୂର୍ବେ ଗୋସିଂହ ଦୈତ୍ୟ ଅଇଲା । ରାତ୍ରେ ସତ୍ୟଭାମା ହରି ନେଲା ।
ରଖ ହେ ଅର୍ଜୁନ, ବୋଲି ସତ୍ୟଭାମା, ଅତି ଉଚ୍ଚସ୍ୱରେ ଡାକି ଦେଲା ଗୋ ।
ମୋର କର୍ଣ୍ଣେ ସେ ଡାକ ସମ୍ଭାଇ । ପୁଣି ଶତଧନୁ ଦେଲା କ‌ହି ।
ଶରେ ଶର ଭେଦି, ରଖିଲି ଆଚ୍ଛାଦି, ନ ପାରିଲା ଆଉ ଦୈତ୍ୟ ଯାଇ ଗୋ ।
ଯୁଦ୍ଧେ ଗୋସିଂହ ଦୈତ୍ୟକୁ ମାରି । କଷ୍ଟୁଁ ସତ୍ୟଭାମାକୁ ଉଦ୍ଧରି ।
ରୈବତଗିରିରେ, କୃଷ୍ଣଙ୍କୁ ଭେଟିଲି, ଦେଲି ସତ୍ୟଭାମା ନେଇ କରି ଗୋ ।
ସଖି ମୋତେ ନ କର ଧିକ୍କାର । କୁରୁ ସୈନ୍ୟହିଁ କେତେ ମାତର ।
ଶରେ ଶରେ ସବୁ, ମୋହିତ କଜନ୍ତି, ଆଜ୍ଞା ନାହିଁ ଯୁଧିଷ୍ଠିରଙ୍କର ଗୋ ।
ବୀର ଅର୍ଜୁନ-ମୁଖୁଁ ଏ ବାଣୀ । ଦେବୀ ଦ୍ରୁପଦକୁମାରୀ ଶୁଣି ।
ନ‌କୁଳ-ମୁଖକୁ, ଅନାଇ ବୋଇଲେ, ପଣ୍ତୁ-ନନ୍ଦନଙ୍କ ପାଟରାଣୀ ହେ । ନ‌କୁଳ ।
ଆହେ ବାବୁଅଶ୍ୱିନୀକୁମାର । ତୁମ୍ଭେ ବୀରମଧ୍ୟେ ବଳୀଆର ।
ମୋତେ ସଭାତଳେ, ଉଲଙ୍ଗ କରୁଛି, ତୁମ୍ଭେ ପାରିଲେ ହେଁ ରକ୍ଷାକର ହେ ।
ତୁମ୍ଭେ ଅଶ୍ୱିନୀସୁତ ବୋଲାଅ । କରେ ନବନିଶି କୁନ୍ତ ବ‌ହ ।
ଧିକ ବୀରପଣ, ଧିକ ତୁମ୍ଭ ପ୍ରାଣ, ଏହା ଦେଖି ଯା ଧରିଛ ଦେହ ହେ ।
ଶୁଣି ନ‌କୁଳ ବୋଲେ ବଚନ । ସଖି କର୍ମରେ ଯାହା ଲିଖନ ।
ବିଧାତା ପୁରୁଷ, କରିଥାଇ ତାହା, କେହି କରି ନ ପାରିବ ଆନ ଗୋ ।
ସଖି ମୋତେ ନ କର ଝିଙ୍ଗାସ । ଯେବେ ଆଜ୍ଞାଦ୍ୟନ୍ତେ ଧର୍ମଶିଷ୍ୟ ।
କୁରୁସୈନ୍ୟଙ୍କୁ ମୁଁ, କୁନ୍ତମୁନେ ଗୁନ୍ଥି, ପେଶି ଦିଅନ୍ତି ଶମନପାଶ ଗୋ । ସୁନ୍ଦରି ।
ପୁଣି ସ‌ହଦେବ-ମୁଖ ଚାହିଁ । ଶୋକେ ବୋଲୁଛନ୍ତି ଚାନ୍ଦମୁଖୀଁ ।
ତୁମ୍ଭେ ମନ୍ତ୍ରୀବର ଯୁଧିଷ୍ଠିଛାମୁର ଭୂତ ଭବିଷ୍ୟ ଦିଅ ବତାଇ ହେ । ସୁମନ୍ତ୍ରୀ ।
ସୁମନ୍ତ୍ରୀ ଅଛି ଏଡେ ଆଶ୍ଚାର୍ଯ୍ୟ ଶକତି । ନ ଜାଣ କି ପଡିବ ବିପତ୍ତି ।
ଆଗ‌ହୁ ମୋଠାର, ନ କଲ ଗୋଚର, ଏବେ ହରିବ କିଏ ଦୁର୍ଗତି ହେ ।
ମନ୍ତ୍ରୀବର ବୋଲେ ସଖି ଶୁଣ । ଏବେ ଦେବତା କୁଟ ଭିଆଣ ।
ତୁମ୍ଭଙ୍କୁ କଷଣ, ନୋହିଲେ ସୁମୁଖି, ନ ମରିବେଟି ସେ ଦୁଷ୍ଟଗଣ ଗୋ । ସୁନ୍ଦରି ।
ଏ ଯେ ଦୁର୍ଯ୍ୟୋଧନ ଶତଭାଇ । ମହା ମହାବୀରଛନ୍ତି ରହି ।
ତୁମ୍ଭଙ୍କୁ କଷଣ, ଦେଲେ ଦେବଗଣ, ଏହିମାନଙ୍କର ନାଶ ପାଇଁ ଗୋ ।