ପୃଷ୍ଠା:Typical selections from Oriya literature.pdf/୩୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୭
ଓଡ଼ିଆ ସାହିତ୍ୟ-ପରିଚୟ

ଏମନ୍ତ୍ରୀବର ପଣ୍ତୁକୁମର ଆମ୍ଭର ସାନଭାଇ ।
ଅର୍ଦ୍ଧେକ ରାଜ୍ୟ ଏହାଙ୍କୁ ଦେଇ କରିବା ନୃପସାଇଁ ।
ଭୀମ ବୋଲଇ ଦୁଃଶାକୁ ଚାହିଁ ଯୁଧିଷ୍ଠି-ଆଜ୍ଞା ନାହିଁ ।
ନୋହିଲେ ଚାପୋଡ଼େକେ ତୋ ଶିର ଦିଅନ୍ତି ମୁଁ ଛିଣ୍ତାଇ ।
ଶୁଣିଣ ଦୁଃଶା ଅତ୍ୟନ୍ତ ଘୋଷା ହୋଇଲା ପରଚଣ୍ତା ।
ବୋଇଲା ତୋର ଗଦାରେ ଶିର କରିବି ମସିଗୁଣ୍ତା ।
ତା ଶୁଣି ଭୀମ କୋପ କରିଣ ବୋଲଇ ରେ ପାମର ।
ଗଦାପର୍ବରେ ଆଦ୍ୟ ସମରେ ଛେଦିବି ତୋର ଶିର ।
ଏମନ୍ତ କ‌ହି ବୀର ତୁହାଇ ଧଇଲା ବେନି ଗଦା ।
ରେ ରେ ଶବଦ କରିଣ ବୀର ମାଇଲା ବେନି କୁଦା ।
ମାନ‌ଗୋବିନ୍ଦ ଦେଖିଣ ଦ୍ୱନ୍ଦ ସଭାଜନ‌ଙ୍କୁ ଚାହିଁ ।
ବୋଇଲେ ଏବେ ନିସତ ହେଲେ ଯୁଧିଷ୍ଠି ନୃପସାଇଁ ।
ତା ସାନଭାଇ ଦ୍ୱନ୍ଦ ଭିଆଇ ହେଉଛି ଛଟପଟ ।
ନିସତ ହେଲେ ମୁଖେ ବୋଇଲେ ନେଉତା ରାଜ୍ୟ ରାଷ୍ଟ୍ର ।
ଶୁଣି ଯୁଧିଷ୍ଠି ସଭାରୁ ଉଠି ବୋଇଲେ ଆରେ ଭୀମ ।
କଥା ନ ଜାଣୁ ତୁ ଅକାରଣୁ କିପାଁ କରୁଛୁ ତମ ।
ତୋ ମୂର୍ଖବୁଦ୍ଧି ଆଜ ଅବଧି ନ ଗଲା କିଛି ଛଡ଼ା ।
ଜାଣିଲି ତୋର ମୂର୍ଖ ବିଚାର ତୁ ହେଲୁ ଘରବୁଡ଼ା ।
ଦ୍ରୌପଦୀ ପରାଶତେ ଯୁବତୀ ମିଳିବେ ଆରେ ଭାଇ ।
ନିଜ ସୋଦର ମରାଇ ଭାଇ ପାଇବା ଆଉ କାହିଁ ।
ଭ୍ରାତ ସୋଦର ଦ୍ୱନ୍ଦ ଆମ୍ଭର କରୁଛୁ କିସ ପାଇଁ ।
ଶୁଣି କୁପିତ ପବନସୁତ ଯୁଧିଷ୍ଠି-ମୁଖ ଚାହିଁ ।
ଅନ୍ଧରାଜନ ଶତେନନ୍ଦନ ମାରି କରିବି ପଦା ।
କାହାର ବଳେ କି କରି ପାରେ ହସ୍ତେ ମୋ ଥିଲେ ଗଦା ।
ପାର୍ଥ କ‌ହଇ ଧର୍ମ ନୁହଇ ଆମ୍ଭର ଜ୍ୟେଷ୍ଠଭାଇ ।
ତାହାଙ୍କ ଆଜ୍ଞା ମେଣ୍ଟନ କଲେ ପଶ୍ଚାତେ ଦୁଃଖ ପାଇ ।
ନୁହ କାତର ନୁହ ଅସ୍ଥିର ନୁହ ହେ କୋପ ମୂର୍ତ୍ତି ।
ଅର୍ଜୁନ ବୋଲେ ପବନସୁତ ବସିଲା ହୋଇ ଶାନ୍ତି ।
ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେସନ ବିରାଜି ଦିଶୁଥାଇ ।
ଚାରି ଭାଇଙ୍କ ମଧ୍ୟରେ ବୀର ସେହିରୂପେ ଦିଶଇ ।
ଭୀମ ବୋଲଇ ଦ୍ରୌପଦୀ ଚାହିଁ ନ କର ମୋତେ ମାନ ।
ଯେବଣ କରେ କେଶ ତୋହର ଧରିଛି ଦୁଃଶାସନ ।
ଛେଦିବି ଶିର ଭୁଜ ତାହାର ଶପଥ ଯୁଧିଷ୍ଠିର ।
ଯାଇଁ ପାଶରେ ବୋଲିଣ ବୀର ହୃଦେ କାଟିଲା ଗାର ।