ପୃଷ୍ଠା:Typical selections from Oriya literature.pdf/୩୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୮
ଓଡ଼ିଆ ସାହିତ୍ୟ-ପରିଚୟ

ଦେଖି ନିଷ୍ଠୁର ପାଣ୍ତବଙ୍କର ସତୀ ମନରେ ବ୍ୟଥା ।
ପାଇଣ ଦେବୀ ବସିଲେ ଭାବି ସୁମରି ଜଗଜ୍ଜିତା ।
ମନ-ପବନ-ଚୈତନ୍ୟ-ଧ୍ୟାନ ଗୋବିନ୍ଦ-ପାଦେ ଦେଇ ।
ମନ ବିରସ କ‌ହେ ଏ ରସ ଭୀମାଧୀବର ଧ୍ୟାୟି ।

ଅଷ୍ଟମ ଛାନ୍ଦ
ରାଗ-ସଙ୍ଗମତିଆରୀ ବାଣୀ

ଏଥୁ ଅନନ୍ତରେ ଶୁଣ ଦିବ୍ୟ ବଚନ ।
ଦ୍ରୌପଦୀ ଡ଼ାକିଲେ ରଖ ଶ୍ରୀଭଗବାନ ।
ତୁମ୍ଭେ ନ ରଖିଲେ ମୁଁ ଯେ ହେଲି ଅନାଥ
ରଖ ରଖ ଜଗନ୍ନାଥ ଦୁଖିସଙ୍ଗାତ ।
କୁରୁସଭା-ତଳେ ମୋର ଯାଉଛି ମାନ ।
ଏତେବେଳେ ରକ୍ଷାକର ଦୁଃଖନାଶନ ।
ଲଗାଇଲେ ପଦ୍ମ‌ପାଦ-ତଳରେ ଧ୍ୟାନ ।
ଦ୍ୱାରକାରେ ଜାଣିଲେ ଯେ ଶ୍ରୀଭଗବାନ ।
ସତ୍ୟଭାମା ସଙ୍ଗେ ପଶା ଖେଳନ୍ତି ହରି ।
ଦ୍ରୌପଦୀର ଡ଼ାକ ପ୍ରଭୁ ଶ୍ରବଣ କରି ।
ରଖିଲୁ ରଖିଲୁ ଆମ୍ଭେ ବୋଲି ବୋଇଲେ ।
ଅଜାନୁଲମ୍ବିତଭୁଜ ବେଗେ ଟେକିଲେ ।
ସତ୍ୟଭାମା ବୋଲୁଛନ୍ତି ଶ୍ରୀକୃଷ୍ଣେ ଚାହିଁ ।
କେଉଁଠାରେ କାହାକୁ ରଖିଲ ଗୋସାଇଁ ।
ପଞ୍ଚୁଆତି ଦାନ ମୋର ପଡିଛି ସାର ।
କାହାକୁ ରଖିଲ କ‌ହ ପ୍ରାଣଈଶ୍ୱର ।
ଗୋବିନ୍ଦ ବୋଇଲେ ପଶାଖେଳ ନୁହଇ ।
ଦ୍ରୌପଦୀ ଡ଼ାକିଲେ କୁରୁସଭାରେ ଥାଇଁ ।
ଦୁର୍ଯ୍ୟୋଧନ ସଙ୍ଗେ ଧର୍ମ ପଶା ଖେଳିଲେ ।
ଅବିବେକ ପଣେ ଦ୍ରୌପଦୀଙ୍କି ହାରିଲେ ।
ବିବସ୍ତ୍ର କରୁଛି ତାଙ୍କୁ ଦୁଃଶା ପାମର ।
ଦ୍ରୌପଦୀ ଡ଼ାକିଲେ ମୋତେ ରଖ ଠାକୁର ।
ସ‌ତ୍ୟଭାମା ବୋଇଲେ ଏ ମିଥ୍ୟାବଚନ ।
ହସ୍ତିନାକୁ ଦ୍ୱାରକା ଯେ ଲକ୍ଷେ ଯୋଜନ ।
ଏତେଦୂର କି ପ୍ରକାରେ ଶୁଭିଲା ଡ଼ାକ ।
ମିଛେ ମୋତେ ଭଣ୍ତାଉଛ ପ୍ରାଣନାୟକ ।