ପୃଷ୍ଠା:Typical selections from Oriya literature.pdf/୩୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୯
ଓଡ଼ିଆ ସାହିତ୍ୟ-ପରିଚୟ

ଯେବେ ଦୌପଦୀର ତୁମ୍ଭେ ହୋଇଛ ସାହା ।
ମୋ ମନେ ପରତେ ନୁହେ ଦେଖାଅ ତାହା ।
ଗରୁଡ଼କୁ ସୁମରିଲେ ରୁକ୍ମଣୀନାହା ।
ରମ୍ୟକଦ୍ୱୀପରେ ପକ୍ଷୀ ଜାଣିଲା ତାହା ।
ଗରୁଡ଼ ବୋଇଲେ ତାଙ୍କ ପତ୍ନୀକି ଚାହିଁ ।
ଅମୃତ ଭୋଜନ ମୋତେ ପିତା ଲାଗଇ ।
ମଦନା ବୋଲଇ ଶୁଣ ପ୍ରାଣଈଶ୍ୱର ।
ପ୍ରମାଦ ପଡିଲା ଅବା ଦ୍ୱାରକାପୁର ।
ଶୁଣିକରି ଖଗବର ବେଗେ ଚଳିଲା ।
ଲକ୍ଷେକ‌ଯୋଜନ ଡେଣା ବିସ୍ତାରି ଦେଲା ।
ଗୋବିନ୍ଦ ସୁମରି ପକ୍ଷୀ ଗଲାକ ଚଳି ।
କ୍ଷଣକଭିତରେ ଯାଇଁ ଦ୍ୱାରକା ମିଳି ।
ଆସ୍ଥାନ ଉପରେ ବସିଛନ୍ତି ଗୋସାଇଁ ।
ପଦ୍ମ‌ପାଦତଳେ ପକ୍ଷୀ ପଡିଲା ଯାଇଁ ।
ଉଠ ଉଠ ବୋଲି ପ୍ରଭୁ ଧଇଲେ ତୋଳି ।
ଦେଖିଣ ହରଷ ସତ୍ରାଜିତ ଦୁଲାଳୀ ।
ଗରୁଡ଼ ବୋଲଇ କିପାଁ କଲ ସ୍ମରଣ ।
କି କାର୍ଯ୍ୟ କରିବି କ‌ହ ଲକ୍ଷ୍ମୀରମଣ ।
ଗୋବିନ୍ଦ ବୋଇଲେ ବାବୁ ପିଠି ବିସ୍ତାର ।
ଆମ୍ଭଙ୍କୁ ଘେନିଣ ଯିବୁ ହସ୍ତିନାପୁର ।
ଶୁଣିକରି ଖଗେଶ୍ୱର ପିଠି ବିସ୍ତାରି ।
ସତ୍ୟଭାମା ଘେନି ପ୍ରଭୁ ବିଜୟ କରି ।
ପ୍ରବେଶ ହୋଇଲେ ଯାଇଁ ହସ୍ତିନାପୁରେ ।
ଅଦୃଶ୍ୟ ହୋଇ ରହିଲେ ଅନ୍ତରୀକ୍ଷରେ ।
ମଥା ଟେକି ଦ୍ରୌପଦୀ ଯେ ଦେଲେ ଅନାଇଁ ।
ଗରୁଡ-ପିଠିରେ ବିଜେ ତ୍ରୈଲୋକ୍ୟ ସାଇଁ ।
ଚର୍ମନେତ୍ର ଘେନି ଦେବୀ କଲେ ଦର୍ଶନ ।
ନିସ୍ତରିଲି ନିସ୍ତରିଲି ବୋଲି ବଚନ ।
କୋଟି କୋଟି ଜନ୍ମେ ଯେତେ ପାତକ ମୋର ।
ଶ୍ୱେତପଦ୍ମଡ଼ୋଳା ଦେଖି ହୋଇଲା ଦୂର ।
ଦ୍ରୌପଦୀ ଡ଼ାକିଲେ ପ୍ରଭୁ ପଦ୍ମଲୋଚନ ।
ତୁମ୍ଭଘେନି ବଡ଼ଲୋକ ପଣ୍ତୁ-ନନ୍ଦନ ।
ରାଜସୂୟ ଯାଗକାଳେ ଦେବ ଅନନ୍ତ ।
ପ୍ରତିହାରୀପଣେ ତୁମ୍ଭେ ଧଇଲ ବେତ ।