ପୃଷ୍ଠା:Typical selections from Oriya literature.pdf/୩୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୦
ଓଡ଼ିଆ ସାହିତ୍ୟ-ପରଚିୟ

ମଣିମା ମଣିମା ନିତି ବୋଲୁ ଯେ ଥାଅ ।
ଏବେ ଯୁଧିଷ୍ଠିରଠାରେ ଦୟା ନ ବ‌ହ ।
କପଟପାଶାରେ ଜିଣି ରାଜ୍ୟ ସମ୍ପଦ ।
ସଭାତଳେ ବସାଇଛି ମାନ‌ଗୋବିନ୍ଦ ।
ମୋହର ଏ ଦୁଃଖ ପ୍ରଭୁ କ‌ହିବି କେତେ ।
କେଶ ଧରି ଦୁଃଶାସନ ଆଣିଲା ମୋତେ ।
ବିବସ୍ତ୍ର କରୁଛି ମୋତେ ଦୁଃଶା ପାମର ।
ତୁମ୍ଭେ ନ ରଖିଲେ ମୁଁ ଯେ ହେବି କାହାର ।
ଗୋବିନ୍ଦ ବୋଇଲେ ଛାଡ଼ ମନ-ବେଦନା ।
ଏ ଛାର କଥାକୁ କିପାଁ କର ଭାବନା ।
ଯେତେ ବସ୍ତ୍ର ଅଭ୍ୟାଗତେ ଦେଇଛ ଦାନ ।
ଆଦିତ୍ୟଙ୍କ ଠାରେ ରଖାଇଛୁଁ ସେମାନ ।
ସମ୍ପଦକାଳେ ଯେ ଯାହା ଦାନ କରଇ ।
ବିପଦକାଳରେ ତାହା ତାକୁ ମିଳଇ ।
ଆଦିତ୍ୟଙ୍କୁ ସୁମରଣା କର ସରାଗେ ।
ଶତେଗୁଣ ହୋଇ ତାହା ମିଳିବ ବେଗେ ।
ଗୋବିନ୍ଦଙ୍କ ଆଜ୍ଞା ପାଇ ଦ୍ରୌପଦୀ ସତୀ ।
ଆଦିତ୍ୟଙ୍କୁ ଚାହିଁ ମନେ କରନ୍ତି ସ୍ତୁତି ।
ହେ ପ୍ରଭୁ ଛାୟାରମଣ । ହୁଅ ପ୍ରସନ୍ନ ।
ଅନୁଗ୍ରହ କରି ମୋତେ ଦିଅ ବସନ ।
ଏ ମାୟାସଂସାର ପ୍ରଭୁ ତୁମ୍ଭର ଲୀଳା ।
ତ୍ରାହିକର ଦୀନବନ୍ଧୁ ବୁଡିଲା ଭେଳା ।
ଏ କଷଣୁ ପ୍ରଭୁ ମୋତେ କର ଉଦ୍ଧାର ।
ଶରଣ ମାଗୁଛି ପାଦେ ଭୀମା ପାମର ।

ନବମ ଛାନ୍ଦ
ରାଗ - କଳହଂସ କେଦାର

ଶୁଣ ସୁଜନେ ମନ ଶ୍ରବଣ ଦେଇ ।
ଯାହା ଶୁଣନ୍ତେ କଳମଷ ଖଣ୍ତଇ ହେ ।
କୃଷ୍ଣ ଚରିତ୍ର ଏହି ପୀୟଷରସ ।
ନିରତେ ସାଧୁଜନେ ଏ ରସେ ରସ ହେ ।
ଆଦିତ୍ୟ ରଥ ଶୂନ୍ୟେ ଯାଉ ଯେ ଥିଲା ।
ଦ୍ରୌପଦୀ-ସ୍ତୁତି ଶୁଣି ସ୍ତମ୍ଭିତ ହେଲା ଯେ ।