ପୃଷ୍ଠା:Typical selections from Oriya literature.pdf/୩୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୫
ଓଡ଼ିଆ ସାହିତ୍ୟ-ପରିଚୟ

ନରତ ଭଗବାନ ଜଳ ସରଜନା ।
କରିବାରୁ ତା ନାମ ନାର ହେ ମହାମନା ।
ଜଳ ଆଶ୍ରେକରି ରହିବାରୁ ହରି ।
ନାରାୟଣ ନାମ ହେଲା ତାହାଙ୍କରି ।
ନାରାୟଣ ବୀଜ ଜଳରେ ଉପଗତ ।
ହୋଇବାରୁ ବ୍ରହ୍ମାଣ୍ତ ହେଲା ତ‌ହୁଁ ଜାତ ।
ବ୍ରହ୍ମାଣ୍ତରୁ ବ୍ରହ୍ମା ଜନମ ହୋଇଲେ ।
ବରଷେ ରହି ତ‌ହିଁ ତାକୁ ଦ୍ୱିଖଣ୍ତ କଲେ ।
ସେ ଦ୍ୱିଖଣ୍ତ ମର୍ତ୍ତ୍ୟ ସ୍ୱର୍ଗ ବୋଲାଇଲା ।
ମଞ୍ଚ‌ଯାକ ଆକାଶ ନାମକୁ ବ‌ହିଲା ।
ତଳଖଣ୍ତେ ମହୀ ଦଶଦିଗ ଯାକ ।
ସରଜନା କରି ସାବିତ୍ରୀ ନାୟକ ।
କାଳ ମନ ବଚନ କାମକ୍ରୋଧ ରତି ।
ସରଜନା ଇଚ୍ଛା କରନ୍ତେ ବେଦପତି ।
ସାତ ପ୍ରଜାପତିଙ୍କି କଲେ ସରଜନା ।
କ‌ହିବା ତାଙ୍କ ନାମ ହୁଅ ଏକମନା ।
ପୁଲସ୍ତି ଅତ୍ରି କ୍ରତୁ ପୁଲହ ବଶିଷ୍ଠ ।
ଅଙ୍ଗିରି ମରୀଚି ଏ ସାତ ଋଷି ଶ୍ରେଷ୍ଠ ।
ବ୍ରହ୍ମାଙ୍କର ସମାନ ଏହାକୁଟି କ‌ହି ।
ବ୍ରହ୍ମାଙ୍କ ବୋଲେ ସୃଷ୍ଟିକଲେ ସେ ପ୍ରୀତି ବ‌ହି ।
କ୍ରୋଧରୁ ବ୍ରହ୍ମାଋଦ୍ର ଦେବଙ୍କୁ କରି ଜାତ ।
ସରଜିଲେ ସନତକୁମାର ତପୋବନ୍ତ ।
ସାତ ପ୍ରଜାପତି ଋଦ୍ରଙ୍କୁ ସଙ୍ଗେ ଧରି ।
ପ୍ରଜାସର୍ଜନାରେ ହୋଇଲେ ଅଧିକାରୀ ।
ଉର୍ଦ୍ଧ୍ୱରେତା ହୋଇ ସନତ କୁମାର ।
ବ୍ରହ୍ମା ଭାବନାରେ ସାରିଲେ ବାସର ।
ବିଜୁଳି ବଜ୍ରାଶନି ମେଘେ ଇନ୍ଦ୍ରଧନୁ ।
ପର୍ଜ୍ଜନ୍ୟାଦି ସର୍ଜ୍ଜିଲେ ବ୍ରହ୍ମା ବିଷ୍ଣୁ ସୂନୁ ।
ଋକ୍ ଯଜୁ ସାମ ବେଦକୁ ଯାଗପାଇଁ ।
ମୁଖୁଁ ଜାତ କରି ସେ ହେଲେ ବେଦ ସାଇଁ ।
ଏ ବାହାରେ ବ୍ରହ୍ମାଙ୍କ ଅଙ୍ଗରୁ ନାନା ପ୍ରାଣୀ ।
ଜାତ ହୋଇ ମ‌ହୀରେ ହେଲେ ଶ୍ରେଣୀ ଶ୍ରେଣୀ ।
ଶିଶିନାରାୟଣଙ୍କର ଭଗିନୀ ତ୍ରିଗର୍ତ୍ତ ।
ରଜାଙ୍କର ଜାଣ ଅଟନ୍ତି ଦୁହିତ ।