ପୃଷ୍ଠା:Typical selections from Oriya literature.pdf/୩୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୬
ଓଡ଼ିଆ ସାହିତ୍ୟ-ପରିଚୟ

ତାଙ୍କୁ ଗର୍ଗ ମହାଋଷି ବିଭା ହେଲେ ।
ନ କରି ଭୋଗତାଙ୍କୁ ଉର୍ଦ୍ଧରେତା ହେଲେ ।
ଏ ସକାଶୁଁ ଶିଶିନାରାୟଣ କ୍ରୋଧ ହୋଇ ।
ଗର୍ଗଙ୍କୁ ବୋଇଲେ ହେ ନପୁଂସକ ତୁହି ।
ଗର୍ଗ ତାହା ସ‌ହି ନ ପାରି ଶିବଙ୍କୁ ।
ବ‌ହୁତ ସେବା କରି ମାଗିଲେ ବରକୁ ।
ମୋ ବୀଜରେ ଯେଉଁ କୁମର ହୋଇବ ।
ମଥୁରାବାସିଙ୍କରେ ଅଜେୟ ହୋଇବ ।
ଶିବ ଏହା ଶୁଣି ବୋଇଲେ ତୁମ୍ଭ ସୁତ ।
ହେବ ସେ ରୂପେ ହେ ଗର୍ଗ ତପୋବନ୍ତ ।
ଯବନ ଦେଶ ରାଜା ଏ ବର ଶୁଣି ପାରି ।
ଗର୍ଗକୁ ଦେଲା ଗୋପାଳୁଣୀ ନାମେ ନାରୀ ।
ସେ ନାରୀକି ଗର୍ଗ ସଂଭୋଗ କରନ୍ତେ ।
ଗର୍ଭ ରହି ଲାଟି ଜାଣ ହେ ମହାମତେ ।
ସେ ଗର୍ଭ ଯେଉଁ କାଳେ ଜନମ ହୋଇଲା ।
କାଳ ଯବନଟି ତା ନାମ ବୋଲାଇଲା ।
ଯବନରାଜାଙ୍କର ହୋଇ ସେ କୁମର ।
ହବନ ପ୍ରାଣିଙ୍କର ହେଲା ସେ ଈଶ୍ୱର ।
ଦିନେ ସଭାମଧ୍ୟେ ଯୁଦ୍ଧକାମୀ ହୋଇ ।
କେ ମୋ ପରିଅଛି ପୁଛେ ହସି ଦେଇ ।
ନାରଦ ବୋଇଲେ ହେ ବୃଷ୍ଣିମାନେ ଭଲ ।
ଯୋଧା ବୋଲି ଶୁଣୁ ଥାଇ ହେ ମହାମଲ୍ଲ ।
ଏହା ଶୁଣି ଯବନ ନିଶଦୁଇ ମୋଡ଼ି ।
ବସିଲା ରଥବର ମଧ୍ୟକୁ ଯାଇମାଡି ।
ସଙ୍ଗତରେ ଘେନି ଅକ୍ଷୌହିଣୀ ସେନା ।
ବାହାରିଲା ମଥୁରା ଦେଶକୁ ମହାମନା ।
ବୃଷ୍ଣିମାନେ ଶୁଣି ଯବନ ଆସିବାର ।
ପଳାଇଲେ କୁଶ ସ୍ଥଳିକି ନରବର ।
ସେ ଦିନୁ କୁଶସ୍ଥଳୀ ଦ୍ୱାରକା ବୋଲାଇଲେ ।
ମୋ କ‌ହିବାରୁ ରାଏ ଜାଣିଥାଅ ଭଲେ ।
କୃଷ୍ଣ ଏକା ମଥୁରାପୁର ଦ୍ୱାରେ ଥାଇ ।
ଯବନ‌ଙ୍କୁ ଦେଖି ଦେଲେ ହେ ନରସାଇଁ ।
ଯବନ ତାଙ୍କ ସଙ୍ଗେ ଆରମ୍ଭନ୍ତେ ଯୁଦ୍ଧ ।
ପଳାଇଲେ ସେଠାରୁ ଭାବି ସେ ଅବଧ ।