ପୃଷ୍ଠା:Typical selections from Oriya literature.pdf/୩୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୭
ଓଡ଼ିଆ ସାହିତ୍ୟ-ପରିଚୟ

କନ୍ଦରାରେ ମୁଚୁକୁନ୍ଦ ଶୋଇ ଥିଲେ ।
ସେଠାକୁ ଯାଇଁ କୃଷ୍ଣ ଅନ୍ତର୍ଦ୍ଧାନ ହେଲେ ।
କୃଷ୍ଣ ବୋଲି ମନେ କରି ସେ ଯବନ ।
ମୁଚୁକୁନ୍ଦ ଉପରେ ସେ ମାଇଲା ଚରଣ ।
ମୁଚୁକୁନ୍ଦ ରଜା ଛାଡିଣ ନିଦ୍ରାଟି ।
ଚାହାଁନ୍ତେ ଜଳିଗଲା ଯବନ ବେଟାଟି ।



ମହାଭାରତ

BY RAJA KRSNA SINHA

ଧୃତରାଷ୍ଟ୍ରଙ୍କ ବିଳାପ

ଯେଉକ୍ଷ କାଳୁ ଏହା ଶୁଣିଲି ସଞ୍ଜୟ ।
ମହାଧନୁ କରେ ଝିଙ୍କି ଧନଞ୍ଜୟ ।
ଲାଖବିନ୍ଧି ପୃଥ୍ୱୀମଧ୍ୟେ ପକାଇଲେ ।
କୃଷ୍ଣାଙ୍କୁ ହରିଲେ ସେ ନୃପେ ଚାହୁଁଥିଲେ ।
ଦ୍ୱାରକାରେ ଯାଇ ବଳେ ସୁଭଦ୍ରାଙ୍କୁ ।
ବିଭା ହୋଇ ଅର୍ଜୁନ ଆଣିଲେ ଘରକୁ ।
ଏମନ୍ତ ହେଲେ ରାମ କୃଷ୍ଣ ଦୁଇ ବୀର ।
ଆସିଲେ ତାହାଙ୍କର ଇନ୍ଦ୍ରପ୍ରସ୍ଥ ପୁର ।
ବୃଷ୍ଟି କରୁଛିଲେ କ୍ରୋଧରେ ମଘବାନ ।
ଦିବ୍ୟ କାଣ୍ତବିନ୍ଧି ତା ରୁନ୍ଧିଲେ ଅରଜୁନ ।
ଖାଣ୍ତବ ବନ ଅଗ୍ନିମୁଖେ ଭୁଞ୍ଜିଦେଲେ ।
ଅର୍ଜୁନଙ୍କଠାରେ ବଡ଼ ସୁଖକଲେ ।
ଜତୁଘରୁ ପଞ୍ଚପାଣ୍ତବେ ମୁକ୍ତ ହେଲେ ।
କୁନ୍ତୀ ମଧ୍ୟ ତାଙ୍କ ସଙ୍ଗତରେ ଥିଲେ ।
ସେମାନଙ୍କ କାର୍ଯ୍ୟ ସିଦ୍ଧ ହେବାପାଇଁ ।
ବ‌ହୁତ ଉଦ୍‌ଯୋଗ ବିଦୁର କଲେ ଯାଇଁ ।
ମାଗଧ ମାନଙ୍କ ଉପରେ ନରପତି ।
ଜରାସନ୍ଧ ନାମେ ଅଟଇ ତାର ଖ୍ୟାତି ।
କ୍ଷତ୍ରିୟ ମାନଙ୍କ ମଧ୍ୟରେ ବଳବନ୍ତ ।
ଜଳନ୍ତା ଅଗ୍ନିପରି ତେଜରେ ଶୋଭିତ ।