ପୃଷ୍ଠା:Typical selections from Oriya literature.pdf/୩୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୯
ଓଡ଼ିଆ ସାହିତ୍ୟ-ପରିଚୟ

କାଳକେୟ ପୌଲୋମମାନେ ବରପାଇ ।
ମହାଗର୍ବକୁ ସେ ହୃଦରେ ଥିଲେ ବ‌ହି ।
ଦେବତାମାନଙ୍କେ ସେ ଅଜେୟ ଅଟନ୍ତି ।
ନାଶିଲା ତାଙ୍କୁ ଶରେ ସୁଭଦ୍ରାଦେବୀ ପତି ।
କର୍ଣ୍ଣର ଶିଖାଇବା ବୁଦ୍ଧି ଘେନି ମନେ ।
ଘୋଷ‌ଯାତ୍ରା କରିଗଲେ ମୋ ସୁତମାନେ ।
ଗନ୍ଧର୍ବେ ତାଙ୍କୁ ବାନ୍ଧି ଘେନି ଗଲେ ।
ଅର୍ଜୁନଟି ତ‌ହିଁରୁ ଫିଟାଇ ଆଣିଲେ ।
ଶତ୍ରୁମାନଙ୍କର ଗରବ ଗଞ୍ଜନ ।
କୁନ୍ତୀଦେବୀଙ୍କର ଆନନ୍ଦ ବର୍ଦ୍ଧନ ।
ପାଣ୍ତବମାନଙ୍କରେ ଅଟନ୍ତି ଜୟକାରୀ ।
ବିଜୟ କିରୀଟି ନାମ ଯେ ତାହାଙ୍କରି ।
ଅସୁର ସଂହାରିବା ପାଇଁ ସେ ବୀର ।
ଗଲେ ଏ ମହୀଦେଶ ଛାଡ଼ି ସ୍ୱର୍ଗପୁର ।
ତ‌ହିଁରେ କୃତକାର୍ଯ୍ୟ ହୋଇଣ ଆସିଲେ ।
ସବୁରି ମୁଖରୁ ସେ ପ୍ରଶଂସା ଶୁଣିଲେ ।
ମନୁଷ୍ୟମାନଙ୍କରେ ଅଗମ୍ୟ ସେ ଦେଶ ।
ଭାଇଙ୍କ ସଙ୍ଗେ ଯୁଧିଷ୍ଠିର ନରଈଶ ।
କୁବେର ଦେବଙ୍କର ସଙ୍ଗେ ଦେଖା ହୋଇ ।
ହୋଇଲେ ଯେ ଅତିଶୟରେ ତୋଷ ସେହି ।
ଧର୍ମରାଜାଙ୍କର ସଙ୍ଗରେ ଆହେ ସୁତ ।
ପକ୍ଷୀରୂପେ ଧର୍ମ ହୋଇଲେ ସମାଗତ ।
ସେ ଯେଉଁ କଥାମାନ ଏହାଙ୍କୁ ପଚାରିଲେ ।
ଏ ତାହାଙ୍କୁ ସବୁ ଫିଟାଇ କ‌ହିଲେ ।
ଆଚ୍ଛନ୍ନରୂପ ହୋଇ ପାଣ୍ତବ ମହାବୀରେ ।
ଦ୍ରୁପଦ ନନ୍ଦନାଙ୍କୁ ଘେନି ସଙ୍ଗତରେ ।
ଯାଇ ରହିଲେ ଯେ ବିରାଟ ଦେଶରେ ।
ଜାଣି ନ ପାରିଲେ ତା ମୋ ସେବକନରେ ।
ବିରାଟଙ୍କ ଘରେ ଅର୍ଜୁନ ଯେବେ ଥିଲେ ।
ମୋଲୋକରୁ ଶ୍ରେଷ୍ଠ ଲୋକଙ୍କୁ ଜିଣିଲେ ।
ମତ୍ସ୍ୟ ଦେଶରେ ଯେ ବିରାଟ ନୃପତି ।
ଉତ୍ତରା ହୋଇ ନାମ ତାଙ୍କର ଦୁହିତୀ ।
ତାହାଙ୍କୁ ଭୂଷଣରେ ଭୂଷିତ ସେ କଲେ ।
ବୀରବର ଅର୍ଜୁନଙ୍କୁ ଆଣିଦେଲେ ।