ପୃଷ୍ଠା:Typical selections from Oriya literature.pdf/୩୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୦
ଓଡ଼ିଆ ସାହିତ୍ୟ-ପରିଚୟ

ଅର୍ଜୁନ ତାଙ୍କପୁତ୍ର ଅଭିମନ୍ୟୁ ପାଇଁ ।
ଘେନିଲେ ସେ ଅତିଶୟ ତୋଷ ହୋଇ ।
ଆମ୍ଭଠାରେ ପାଣ୍ତବେ ଖେଳରେ ହାରିଲେ ।
ଅଶ୍ୱଗଜ ମହୀ ରଥ ଧନୁ ତୁଲେ ।
ସ୍ୱଜନ ମାନଙ୍କର ସଙ୍ଗଛାଡ଼ି କରି ।
ରହିଲେ ସେ ଯାଇ ଅରଣ୍ୟେ ବାସ କରି ।
ତେମନ୍ତ ହେଲେ ପାଣ୍ତୁସୁତମାନେ ଭଲେ ।
ସାତ ଅକ୍ଷୌହିଣୀ ସୈନ୍ୟ ମଧ୍ୟ କଲେ ।
ବସୁଦେବଙ୍କର ନନ୍ଦନ ବାସୁଦେବ ।
ଲକ୍ଷୀଦେବୀଙ୍କର ଅଟନ୍ତି ପ୍ରାଣଧବ ।
ଇନ୍ଦ୍ରାଦି ଦେବେ ତାଙ୍କ ବଳଙ୍କୁ ମାନନ୍ତି ।
ଏ ପରି ଆଉ କେହି ନୋହିବେ ବୋଲନ୍ତି ।
ପାଣ୍ତବଙ୍କ କାର୍ଯ୍ୟରେ ସକଳ ପ୍ରକାରେ ।
ସେ ହରି ପରିବେଶ ହେଲେ ନିରନ୍ତରେ ।
ନାରଦ ବଚନରେ ମୋତେ ଛନ୍ତି କ‌ହି ।
ବ୍ରହ୍ମଲୋକ ଦେଖି ଯାଇଥିଲି ମୁହି ।
ନର-ନାରାୟଣ କୃଷ୍ଣ ଅରଜୁନ ।
ଏ କଥାରେ କିଛି ନାହିଁ ପରାଭିନ୍ନ ।
ଲୋକମାନଙ୍କର ବିଚାରି ଯେ ହିତ ।
କୁରୁଙ୍କଠାରେ କୃଷ୍ଣ ହେଲେ ଉପଗତ ।
ବ‌ହୁତରୂପେ ଶାନ୍ତି ବଚନ କ‌ହିଲେ ।
ଶାନ୍ତ କରି ନ ପାରି ବାହୁଡ଼ି ସେ ଗଲେ ।
କର୍ଣ୍ଣ ଦୁର୍ଯ୍ୟୋଧନ ଦୁର୍ବିଚାର ପଣେ ।
କୃଷ୍ଣଙ୍କୁ ମାରିବାକୁ ବିଚାରିଲେ ମନେ ।
ସେକାଳେ ସେହରି ମାଧବମୁରାରି ।
ଗୋପୀଜନ ମଧ୍ୟେ ରାସ-ନାଟକାରୀ ।
ଆପଣାର ରୂପକୁ ବ‌ହୁତ ପ୍ରକାରେ ।
ଦେଖାଇଲେ କୁରୁମାନଙ୍କୁ ସଭାରେ ।
କୃଷ୍ଣ ଯିବାକାଳେ ରଥ ଆଗେ ରହି ।
କାନ୍ଦୁଥିଲେ କୁନ୍ତୀ ବିକଳମତି ହୋଇ ।
ତାହାଙ୍କୁ ସେ ସାନ୍ତ୍ୱନା କରାଇଲେ ପୁଣି ।
କେଶବ କେଶିରିପୁ ଶଙ୍ଖଚକ୍ରପାଣି ।
ପାଣ୍ତବମାନଙ୍କର ହିତ ମନେ ଧରି ।
କୃଷ୍ଣ ତୁଲେ ଭୀଷ୍ମ ହୋଇଲେ ବିଚାରି ।