ପୃଷ୍ଠା:Typical selections from Oriya literature.pdf/୩୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୧
ଓଡ଼ିଆ ସାହିତ୍ୟ-ପରିଚୟ

ଦ୍ରୋଣମଧ୍ୟ ତାଙ୍କ ମଙ୍ଗଳ ବିଚାରିଲେ ।
ଅନୁବରତରେ ଆଶିଷ ତାଙ୍କୁ କଲେ ।
ସୂତ-ସୂତ କର୍ଣ୍ଣ ଭୀଷ୍ମ‌ଙ୍କୁ କ‌ହିଲେ ।
ଯୁଦ୍ଧ ମୁଁ ନ କରିବି ତୁମ୍ଭେ ଜୀଇଥିଲେ ।
ଯୁଦ୍ଧରେ ମୋର ସେନା ପାଳଣା ନ କରି ।
ଅଲଗା ହୋଇ ଗଲେ କର୍ଣ୍ଣ ଧନୁର୍ଦ୍ଧାରୀ ।
ହେଲେ ଏକଠାବ ଅର୍ଜ୍ଜୁନ ନନ୍ଦସୂନୁ ।
ଅପ୍ରମେୟ ବଳ ଗାଣ୍ତୀବ ମହାଧନୁ ।
ଭାରତ-ଯୁଦ୍ଧ ଆଦ୍ୟେ ସୈନ୍ୟ ସନ୍ନିଧାନେ ।
ରଥେ ଥାଇ ଅର୍ଜ୍ଜୁନ ବିକଳ ହେଲେ ମନେ ।
ବେଳକୁ ବେଳ ମହାଶୀର୍ଣ୍ଣତା ଭଜିଲେ ।
କୃଷ୍ଣ ବିଶ୍ୱରୂପ ତାହାଙ୍କୁ ଦେଖାଇଲେ ।
ନିତି ନିତି ଯୁଦ୍ଧରେ ଭୀଷ୍ମ ମହାରଥୀ ।
ମାରନ୍ତି ପାଣ୍ତବଙ୍କ ଅୟୁତ ସଂଖ୍ୟା ରଥୀ ।
ପ୍ରଧାନ ହୋଇ କରି ତ‌ହିଁରେ ଯେ କେହି ।
ପାଣ୍ତବଙ୍କ ଆଡ଼ରୁ ଗୋଟିଏ ମଲେ ନାହିଁ ।
ଧାର୍ମ୍ମିକ ଗଙ୍ଗା ଦେବୀଙ୍କର ଯେ ନନ୍ଦନ ।
କ‌ହିଲେ ଯୁଦ୍ଧେ ନିଜ ମରଣ ବିଧାନ ।
ପାଣ୍ତୁସୁତମାନେ ତା ଶୁଣି ହୃଷ୍ଟ ହେଲେ ।
ସମସ୍ତେ ସେହିରୂପେ ବିଚାର ଯେ କଲେ ।
କେଉଁଣସି ଲୋକେ ଧରି ନ ପାରନ୍ତି ।
ଶୂରଙ୍କର ମଧ୍ୟରେ ଶୂର ସେ ବୋଲାନ୍ତି ।
ଶାନ୍ତନୁ ନୃପଙ୍କର ଅଟନ୍ତି ସେ ସୁତ ।
ତାହାଙ୍କୁ ବୋଲନ୍ତିଟି ଜଗତେ ଦେବବ୍ରତ ।
ଶିଖଣ୍ତିକି ଆଗ କରି ଅରଜୁନ ।
ଘେନିଲେ କାନ୍ତେ ତେଡ଼େ ଲୋକର ଜୀବନ ।
ସୋମଦ୍ଧ ସଇନ୍ୟଙ୍କୁ ଯୁଦ୍ଧେ ଶେଷ କଲେ ।
ବୃଦ୍ଧ ଭୀଷ୍ମ ଶରଶ‌ଯ୍ୟାରେ ଶୋଇଲେ ।
ଶରଶ‌ଯ୍ୟାରେ ଭୀଷ୍ମ ବୋଇଲେ ଅରଜୁନ ।
ଜୀବନ ଶାନ୍ତି ପାଇଁ ଦିଅହେ ଜୀବନ ।
ଅରଜୁନ ପୃଥ୍ୱୀକି ଶରରେ ଭେଦିଲେ ।
ସେ ଜଳରେ ଭୀଷ୍ମଙ୍କୁ ତୃପ୍ତମତି କଲେ ।
ଚନ୍ଦ୍ର ସୂର୍ଯ୍ୟ ପବନ ଇନ୍ଦ୍ରଙ୍କ ସ‌ହିତେ ।
ପାଣ୍ତବଙ୍କ ଜୟ ପାଇଁ ଏ ସମସ୍ତେ ।