ପୃଷ୍ଠା:Typical selections from Oriya literature.pdf/୩୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୨
ଓଡ଼ିଆ ସାହିତ୍ୟ-ପରିଚୟ

ଅନୁକୂଳ ହୋଇ ତାହାଙ୍କୁ ରହିଲେ ।
ଶ୍ୱାପଦେ ନିତି ପୁଣି ଆମ୍ଭଙ୍କୁ ଡ଼ରାଇଲେ ।
ଅସ୍ତ୍ର‌ଯୋଧୀ ଦ୍ରୋଣ ବିବିଧ ଅସ୍ତ୍ର ବିନ୍ଧି ।
ଦେଉଥିଲେ ଯୁଦ୍ଧଭୂମିକି ସେ ରୁନ୍ଧି ।
ତେବେ ହେଲେ ପାଣ୍ତବଦିଗରୁ ଶ୍ରେଷ୍ଠ ହୋଇ ।
ଗୋଟିଏ ତ‌ହିଁରୁ କେବେ ମଲେ ନାହିଁ ।
ମହାରଥୀ ମୋହର ସଂଶପ୍ତକମାନେ ।
ଅର୍ଜୁନଙ୍କୁ ମାରିବୀ କରିଥିଲେ ମନେ ।
ସେମାନଙ୍କ ପ୍ରାଣ କିଞ୍ଚିତ କାଣ୍ତେ ମାରି ।
ଅରଜୁନ ଯୁଦ୍ଧରେ ପାଇଲେ ଜୟଶିରୀ ।
ବ୍ୟୁହ କରି ଦ୍ରୋଣ ଜଖିଥିଲେ ଦ୍ୱାର ।
ଅଭେଦ୍ୟ ଅଟଇ ସେ ଆନମାନଙ୍କର ।
ସୁଭଦ୍ରାଙ୍କ ସୁତ ଅଭିମନ୍ୟୁ ତ‌ହିଁ ।
ପଶିଗଲେ ସମସ୍ତ ବୀରଙ୍କୁ ବଳିଆଇ ।
ଯେଥେଥିଲେ ମୋହର ମହାରଥୀ ପୂରି ।
ବିଜୟଙ୍କୁ ଜୟସେ ନପାରିଲେ କରି ।
ବାଳକ ତ ଅଟନ୍ତି ସୁଭଦ୍ରାଙ୍କ ସୁତ ।
ତାହାଙ୍କୁ ମାରି ହୃଷ୍ଟ ହୋଇଲେ ବ‌ହୁତ ।
ମୋ ପୁତ୍ରମାନେ ତାହା ଦେଖିଣ ସମରେ ।
ଆକାଶ ପୂରାଇଲେ ଗର୍ଜି ହରଷରେ ।
ଜୁଆଇଁ ସିନ୍ଧୁଦେଶ ନୃପତିଙ୍କି ପୁଣି ।
କ୍ରୋଧକଲା ଗାଣ୍ତୀବପାଣି ବୀରମଣି ।
ଦୁଷ୍କର ପ୍ରତିଜ୍ଞାକୁ କଲା ଅରଜୁନ ।
ସିନ୍ଧୁଦେଶ ନୃପର ନେବାକୁ ଜୀବନ ।
ସମସ୍ତ ଶତ୍ରୁମାନେ ନୟନେ ଚାହୁଁଥିଲେ ।
ଅର୍ଜୁନ ସେ ପ୍ରତିଜ୍ଞା ସତ୍ୟ କରି କଲର ।
ଅର୍ଜୁନଙ୍କ ଘୋଡ଼ା ଯୁଦ୍ଧରେ ଶ୍ରାନ୍ତ ହେଲେ ।
କୃଷ୍ଣ ତାଙ୍କୁ ପାଣି ପିଆଇ ଯେ ଗଲେ ।
କିଛିହିଁ ଖେଦକୁ ସେ ମନରେ ନବ‌ହି ।
କପିଧ୍ୱଜ ରଥେ ଏକା ଥିଲେ ରହି ।
ତେବେ ସବୁ ଯୋଦ୍ଧାମାନଙ୍କୁ ନିବାରିଲେ ।
କେହି ତାଙ୍କୁ କିଛି କରି ନ ପାରିଲେ ।
ପୁଣି କୃଷ୍ଣ ଅଶ୍ୱଙ୍କୁ ବାନ୍ଧିଲେ ରଥରେ ।
ଯୁଦ୍ଧକୁ ବାହାର ଯେ ହେଲେ ସେ ଦୁଇବୀରେ ।