ପୃଷ୍ଠା:Typical selections from Oriya literature.pdf/୩୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୩
ଓଡ଼ିଆ ସାହିତ୍ୟ-ପରିଚୟ

ଦ୍ରୋଣଙ୍କର ସୈନ୍ୟେ ବ‌ହୁତ ଥିଲେ କରି ।
ଯୁଯୁଧାନ ତାହାବଳେ ମନ୍ଥି କରି ।
କୃଷ୍ଣ ଅରଜୁନ ଥିଲେ ଯେଉଁଠାରେ ।
ପରବେଶ ହୋଇଲେ ଯାଇ ସେହିଠାରେ ।
କର୍ଣ୍ଣ ଭୀମ ଯୁଦ୍ଧେ ହେଲେ ଭେଟାଭେଟି ।
ମାଇଲେ ଭୀମ ପେଟେ କର୍ଣ୍ଣ ଧନୁ ଗୋଟି ।
ବଚନ ମାତ୍ର କରେ ଭୀମକୁ ଦେଲେ ଗାଳି ।
ନ ମାଇଲେ ଯୁଦ୍ଧରେ କର୍ଣ୍ଣ ମହାବଳୀ ।
ଦ୍ରୋଣ କୃତବର୍ମା କୃପ କର୍ଣ୍ଣ ଦ୍ରୋଣି ।
ମଦ୍ରଦେଶ ଈଶ୍ୱର ଶଲ୍ୟ ଶୂରମଣି ।
ସିନ୍ଧୁଦେଶ ନୃପତି ଯୁଦ୍ଧରେ ପ୍ରାଣ ଦେଲା ।
ଏ କଥା ଏ ସବୁରି ଦେହେ ସୁହାଗଲା ।
ଶରୀପତି ବର ଦେଇଣ କର୍ଣ୍ଣକୁ ।
ଶକତି ଦେଲେ ଏକ ବୀରର ବଧକୁ ।
ସେ ଶକତି କର୍ଣ୍ଣ କୃଷ୍ଣଙ୍କ ମାୟାରେ ।
ମାଇଲେ ଯେ ଘଟଉତ୍କଚ ହୃଦରେ ।
ଦ୍ରୋଞୁରୁ ରଥ ଉପରେ ଶସ୍ତ୍ର ଥୋଇ ।
କେବଳ ମାତ୍ରଥିଲେ ଗତପ୍ରାଣ ହୋଇ ।
ଆପଣାର କ୍ଷତ୍ରିୟ ଧର୍ମକୁ ଲଙ୍ଘିଲା ।
ଦ୍ରୁପଦସୁତ ତାଙ୍କ ମୁଣ୍ତକୁ କାଟିଲା ।
ସ‌ହଦେବ ଅଗ୍ରଜ ଦ୍ରୋଣିଙ୍କର ତୁଲେ ।
ଦୁଇରଥି ଯୁଦ୍ଧେ ସମାନ ହୋଇଲେ ।
ଦ୍ରୋଣମଲାଦିନ ଦ୍ରୋଣି ମହାବୀର ।
କଲେ ନାରାୟଣ ଅସ୍ତ୍ର ଅସ୍ତ୍ରୀବର ।
ତେବେହେଁ ପାଣ୍ତବଙ୍କ ନୋହିଲାଟି କ୍ଷୟ ।
ନ ପାଇଲେ ଦ୍ରୋଣ କୁମର ବିଜୟ ।
ଦୁଃଶାନନ‌କୁ ମୋ ମାଡ଼ି ବସି ବଳେ ।
ପିଇଲା ରକ୍ତ ଭୀମ ଚଢ଼ି ବକ୍ଷଃସ୍ଥଳେ ।
ମୋ ଯୋଦ୍ଧାଏ ସବୁ ଆତଙ୍କେ ଚାହୁଁଥିଲେ ।
ପ୍ରତିକାର କେ କିଛି କରି ନ ପାରିଲେ ।
ଯୁଦ୍ଧେ କାହାରି ସେ ନୁହେ ଧରଷଣ ।
କର୍ଣ୍ଣ ମହାରଥୀ ରଥିଙ୍କର ରାଣ ।
ଧନଞ୍ଜୟଠାରୁ ଜୟକୁ ନ ପାଇଲେ ।
ଆପଣେ ମଧ୍ୟ ପ୍ରାଣ‌ଗୋଟି ହରାଇଲେ ।