ଅସହାୟ ହୋଇ ଯୁଧିଷ୍ଠିର ଥିଲେ ।
ତାହାଙ୍କୁ ମାରିବାକୁ ଏମାନେ ବେଢ଼ିଲେ ।
ଦ୍ରୋଣପୁତ୍ର କୃତବର୍ମା ଦୁଃଶାସନ ।
ତଥାପି ଜିଣିଲେ ଯେ ଧର୍ମଙ୍କ ନନ୍ଦନ ।
ଆହେ ସୁତ ଧର୍ମରାଜ ଯୁଧିଷ୍ଠିର ।
ପ୍ରାଣ ନେଲେ ରଣେ ମଦ୍ର ନୃପଙ୍କର ।
କୃଷ୍ଣତୁଲେ ସଂଗ୍ରାମ କରିବା ଶରଧା ।
ବହିଥାନ୍ତି ମନେ ଯେ ଶଲ୍ୟ ମହା ଯୋଦ୍ଧା ।
ଗାନ୍ଧାର ଦେଶ ପ୍ରଜାଙ୍କର ମହୀପାଳ ।
ଶକୁନି ଶଳା ମୋର କଳହର ମୂଳ ।
ମାୟାବଳକୁ ସେ ମାତ୍ରକ ଆଶ୍ରେ କରି ।
ପଶା ଖେଳିବାକୁ ଶରଧାଥାଏ ଧରି ।
ସେ ପାପୀ ସଙ୍ଗେ ସହଦେବ କରି ରଣ ।
ହେଳେ ଘେନିଗଲେ ତାହାର ପରାଣ ।
ଦୁର୍ଯ୍ୟୋଧନ ମୋର ବିରଥୀ ହୋଇଲା ।
ଉତ୍ସାହ-ଶକ୍ତି ଗୋଟି ମନୁ ଭାଙ୍ଗି ଦେଲା ।
ଅତିଶ୍ରାନ୍ତ ହୋଇ ହ୍ରଦର ଭିତରେ ।
ଜଳସ୍ତମ୍ବି ଦେଇ ଶୋଇଲା ତହିଁରେ ।
ପାଣ୍ତବେ ସେ ଶୋଇବା ହ୍ରଦଠାକୁ ଗଲେ ।
ଶ୍ରୀକୃଷ୍ଣଙ୍କୁ ମଧ୍ୟ ସଙ୍ଗେ ଘେନି ଗଲେ ।
ଅସହିଷ୍ଣୁ ଅଟଇ ନୃପ ଦୁର୍ଯ୍ୟୋଧନ ।
ତାହାକୁ ବହୁତ ସେ କଲେ ଭରତ୍ସନ ।
ଦୁର୍ଯ୍ୟୋଧନ ଭୀମସେନ ଦୁଇବୀରେ ।
ଆରମ୍ଭ କଲେ ଗଦାଯୁଦ୍ଧ ଏ ଅନ୍ତରେ ।
ନାନା ପ୍ରକାରେ ଆଶ୍ଚର୍ଯ୍ୟ ମଣ୍ତଳ ।
କରୁଥିଲେ ତହିଁ ସେ ବେନି ମହାବଳ ।
ଶ୍ରୀକୃଷ୍ଣଙ୍କ ବୁଦ୍ଧି ଘେନି ଭୀମସେନ ।
ନେଲେ ଦୁର୍ଯ୍ୟୋଧନ ନୃପତି ଜୀବନ ।
ଦ୍ରୌପଦୀଙ୍କ ପାଞ୍ଚପୁତ୍ରେ ଶୋଇଥିଲେ ।
ଦ୍ରୋଣପୁତ୍ର ଯାଇ ତାହାକୁ ମାଇଲେ ।
ଏଡ଼େ ମହା ବିକୃତ କର୍ମ କରି ବୀର ।
ଲୋକରେ ଅପକୀର୍ତ୍ତି ପାଇଲେ ଅପାର ।
ଭୀମ ମହାବଳୀ ମହାକ୍ରୋଧ ହେଲେ ।
ଦ୍ରୋଣଗୁରୁ ପୁତ୍ର ପଛରେ ଗୋଡ଼ାଇଲେ ।
ପୃଷ୍ଠା:Typical selections from Oriya literature.pdf/୩୪୦
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୪
ଓଡ଼ିଆ ସାହିତ୍ୟ-ପରିଚୟ