ପୃଷ୍ଠା:Typical selections from Oriya literature.pdf/୩୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୫
ଓଡ଼ିଆ ସାହିତ୍ୟ-ପରିଚୟ

କ୍ରୋଧେ ଦ୍ରୋଣି ଐଷିକ ଅସ୍ତ୍ରକୁ ପେଷିଲେ ।
ସେ ଅସ୍ତ୍ରେ ଉତ୍ତରା ଗର୍ଭକୁ ନାଶିଲେ ।
ଅର୍ଜୁନ ନାଶ ପାଇଁ ବ୍ରହ୍ମଶିର ଅସ୍ତ୍ର ।
ପ୍ରୟୋଗ କଲେ ଦ୍ରୋଣପୁତ୍ର ବଳବନ୍ତ ।
ସ୍ୱସ୍ତିମନ୍ତ୍ର ପଢ଼ି ଦିବ୍ୟାସ୍ତ୍ର ପ୍ରହାରି ।
ଦେଲେ ଅର୍ଜୁନ ସେ ଅସ୍ତ୍ରକୁ ନିବାରି ।
ଅଶ୍ୱତ୍ଥାମା ଦେଲେ ମଣି ରତନ‌କୁ ।
ଜିଣି ନ ପାରିଲେ ପାଣ୍ତବ ମାନଙ୍କୁ ।
ଦ୍ରୋଣ ନନ୍ଦନର ପାଇ ଅସ୍ତ୍ରତ୍ରାସ ।
ବିରାଟ ନନ୍ଦିନୀର ହେଲା ଗର୍ଭନାଶ ।
ବ୍ୟାସ ମହାଋଷି କୃଷ୍ଣ ନରହରି ।
ଶାପଦେଲେ ଦ୍ରୋଣ ପୁତ୍ରକୁ କୋପକରି ।
ଏହା ସବୁ ଶୁଣି ସଞ୍ଜୟ ମୋ ମନରେ ।
ବିଜୟ ହେବା ଆଶା ନଥିଲା କିଞ୍ଚିତରେ ।

ଜତୁଗୃହ ଦାହ

ବଳରେ ଅଧିକତ ହୋଇଲେ ଭୀମସେନ ।
ସେହିରୂପେ ବିଦ୍ୟାରେ ବଳିଲେ ଅରଜୁନ ।
ଦୁଷ୍ଟ ଦୁର୍ଯ୍ୟୋଧନ ନିତି ତାହା ଦେଖି ।
ଅତି ସନ୍ତାପରେ ହେଉଥାଏ ଦୁଃଖୀ ।
ଶକୁନି କର୍ଣ୍ଣ ଦୁହେଁ ଉପାୟମାନଙ୍କରେ ।
ପାଣ୍ତବଙ୍କ ନାଶ ଚିନ୍ତିଲେ ମନରେ ।
ପାଣ୍ତବମାନେ ବିଦୁରଙ୍କମତେ ଥାଇ ।
ଉପାୟ କରୁଥାନ୍ତି ତ‌ହିଁକି ଯତ୍ନ ବ‌ହି ।
ଦୁର୍ଯ୍ୟୋଧନ ହେଲେ ଅତି ସନ୍ତପତ ।
ଅଟନ୍ତି ସେ ଯେଣୁ ଦୁର୍ମ୍ମତି ଯୁକତ ।
ବାପଙ୍କପାଶେ ଯାଇ ଏକାନ୍ତେ ଭେଟିଲେ ।
ନାନାପରକାରେ ପୂଜାବିଧି କଲେ ।
ପୁରଜନଙ୍କର ପାଣ୍ତବଙ୍କରେ ପ୍ରୀତି ।
ଶୁଣିତ ଦୁଃଖ‌ଯୁତ ହୋଇଥିଲା ମତି ।
ସେ କଥାବାବୁ ଆଗେ କଲେ ନିବେଦନ ।
ଯେଣୁ ଅତି କୁମତି ଅଟନ୍ତି ଦୁର୍ଯ୍ୟୋଧନ ।
ପୁରଜନମାନେ ଭୀଷ୍ମଙ୍କୁ ତୁମ୍ଭଙ୍କୁ ।
ଅତିକ୍ରମି ପଢି ଇଛନ୍ତି ପାଣ୍ତବଙ୍କୁ ।