ପୃଷ୍ଠା:Typical selections from Oriya literature.pdf/୩୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୬
ଓଡ଼ିଆ ସାହିତ୍ୟ ପରିଚୟ

ଏ କଥା ମଧ୍ୟ ଭୀଷ୍ମଙ୍କର ସନମତ ।
ରାଜ୍ୟ ଉଚ୍ଛା ତାଙ୍କର ହୋଇଛି ଦୂରତ ।
ହସ୍ତୀନାବାସୀ ଆମ୍ଭ ପୀଡ଼ା ଇଚ୍ଛା କରି ।
ଅଛନ୍ତି ଆହେ ଧୃତରାଷ୍ଟ୍ର ଦଣ୍ତଧାରୀ ।
ପାଣ୍ତୁପୁତ୍ରେ ଯେବେ ଏ ରାଜ୍ୟ ପାଇବେ ।
କ୍ରମରେ ପୁତ୍ରନାତି ତୁଲରେ ରଜାହେବେ ।
ରାଜ ବଂଶ ଆମ୍ଭେ ହୋଇବା ବାହାର ।
ଆଦର କାହିଁ ପାଇଁ କରିବେଟି ନର ।
ତାର ଅନ୍ନ ଖାଇ ପାଇବା ଆମ୍ଭେ ଦୁଃଖ ।
ଏଥିକି ବିଚାରତ କର ନୃପଶିଖ ।
ପୂର୍ବେ ଯେବେ ରାଜ୍ୟ ପାଇଥାନ୍ତ ତୁମ୍ଭେ ।
ଏବେ କିପାଁ ଭୋଗ ନ କରନ୍ତୁ ଆମ୍ଭେ ।
ପୁତ୍ରମୁଖୁଁ ଏହା ଶୁଣି ନରମଣି ।
କଶିକଙ୍କ ବଚନ ମନେ ମନେ ଗୁଣି ।
ଶୋକରେ ସେ ଅତି ଆରତ ହୋଇଲେ ।
ଆପଣାର ଚିତକୁ ଦୁଇଭାଗ କଲେ ।
ଦୁର୍ଯ୍ୟୋଧନ କର୍ଣ୍ଣ ଶକୁନି ଦୁଃଶାସନ ।
ଏକଠା ହୋଇ ବସି ଭାଳିଲେ ବ‌ହ‌ନ ।
ତଦନ୍ତେ ଧୃତରାଷ୍ଟ୍ର ମୁଖକୁ ଚାହିଁଲେ ।
କର‌ଯୋଡ଼ି ଦୁର୍ଯ୍ୟୋଧନ ଜଣାଇଲେ ।
ଉପାୟରେ ବାରଣାବତକୁ ପାଣ୍ତବଙ୍କୁ ।
ପଠିଆଇ ଦିଅ ଆସୁଛି ମୋ ମନ‌କୁ ।
ତେବେ ପାଣ୍ତବ ସକାଶରୁ ଭୟ ।
ନୋହିବ ଆମ୍ଭମାନଙ୍କରଟି ଉଦୟ ।
ପୁତ୍ରଠାରୁ ଶୁଣି ଏରୂପେ ବଚନ ।
ମୁହୂର୍ତ୍ତେ ଚିନ୍ତା କରି ଅମ୍ବିକା-ନନ୍ଦନ ।
କ‌ହିଲେ ଆହେ ପୁତ୍ର ଶୁଣ ମୋ ଉତ୍ତର ।
ଧର୍ମରେ ତ ପାଣ୍ତୁ ଅଟନ୍ତି ତ‌ତପର ।
ମୋତେତ ଧର୍ମରେ ସେ ସେବା କରିଥାନ୍ତି ।
ମୋ ବୋଲରୁ କେବେ ବାହାର ନୁହ‌ନ୍ତି ।
ମୋଠାରେ ସେ ରାଜ୍ୟ ସମର୍ପିଥାନ୍ତି ନିତି ।
ତାହାଙ୍କ ପୁତ୍ରେ ସେହି ପରିତ ଅଟନ୍ତି ।
ଗୁଣମାନଙ୍କର ଅଟନ୍ତି ଆକର ।
ପରଦେଶେ କୀର୍ତ୍ତି ଖ୍ୟାତ ତାହାଙ୍କର ।