ପୃଷ୍ଠା:Typical selections from Oriya literature.pdf/୩୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୮
ଓଡ଼ିଆ ସାହିତ୍ୟ-ପରିଚୟ

ପାପକୁ ଭୟ କରି ପ୍ରକାଶ ନ କଲି ।
ତୁମ୍ଭଠାରୁ ଶୁଣି ଏହା ମୁଁ କ‌ହିଲି ।
ଭୀଷ୍ମ ଦ୍ରୋଣ ବିଦୁର ଗୁରୁ କୃପଦ୍ୱିଜ ।
ଏହାଙ୍କର ଏମତି ନୁହ‌ଇ ତନୁଜ ।
କୁରୁ ପାଣ୍ତୁଙ୍କରେ ସମାନ ତାଙ୍କ ପ୍ରୀତି ।
ଧର୍ମକୁ ତ ସେମାନେ ଲବେ ନ ଛାଡ଼ନ୍ତି ।
ଏଣୁକରି ଏଡ଼େ ବିଷମ କଥାମାନ ।
ଇଚ୍ଛା ନ କରିବେ ଆହେ ଦୁର୍ଯ୍ୟୋଧନ ।
ଏ କଥା ଆମ୍ଭେ ଯେବେ କରିବା ନିଶ୍ଚୟେ ।
ଜଗତରେ ନିନ୍ଦା କରିବେ ସଭିଏ ।
ଦୁର୍ଯ୍ୟୋଧନ ଶୁଣି ବୋଇଲେ କୁରୁପତି ।
ମଧ୍ୟସ୍ଥ ହୋଇ ଭୀଷ୍ମ ଦୁଇକୁଳେ ଛନ୍ତି ।
ନ ଛାଡ଼ିବେ ମୋତେ ତ ଦ୍ରୋଣଙ୍କ କୁମର ।
ପୁତ୍ରସ୍ନେହେ ଦ୍ରୋଣ ହୋଇବେ ମୋହର ।
ଦ୍ରୋଣ ଅଶ୍ୱତ୍ଥାମା ଦୁହିଁଙ୍କ ବାତ୍ସଲ୍ୟରେ ।
କୃପାଚାର୍ଯ୍ୟ ରହିବେ ଆମ୍ଭରି ପଟରେ ।
ବିଦୁରତ ପୁଣି ଅଟନ୍ତି ଆମ୍ଭର ।
ଆଚ୍ଛନ୍ନରେ ହୋଇ ଥାଆନ୍ତି ତାଙ୍କର ।
ପାଣ୍ତବଙ୍କର ପାଇଁ ଆମ୍ଭର ଅଧିକାରୀ ।
ହୋଇ ନ ପାରନ୍ତି କେବେ ସେ ଦଣ୍ତଧାରୀ ।
ପାଣ୍ତବଙ୍କୁ ବିଶ୍ୱାସ ଦେଖାଇ କୁନ୍ତୀତୁଲେ ।
ବାରଣାବତେ ପେଷ ନୃପମଣି ଭଲେ ।
ପାଣ୍ତବଙ୍କ ସକାଶୁଁ ମୋର ଶୋକଦ୍ରୁମ ।
ହୃଦରେ ବଢ଼ୁଅଛି ଆହେ ନୃପୋତ୍ତମ ।
କ‌ହି ଏହା ଧୃତରାଷ୍ଟ୍ରଙ୍କୁ ଦୁର୍ଯ୍ୟୋଧନ ।
ସଙ୍ଗତରେ ଘେନି ଭାଇ ଦୁଃଶାସନ ।
ହସ୍ତିନାପୁର ଲୋକେ ଡକାଇ ଆଣିଲେ ।
ବ‌ହୁତ ରତ୍ନ ବସ୍ତ୍ର ଧନ ତାଙ୍କୁ ଦେଲେ ।
ଧୃତରାଷ୍ଟ୍ରଙ୍କର କୁଶଳ ମନ୍ତ୍ରୀ ଯେତେ ।
ବାରଣାବତକୁ ସେ ପ୍ରଶଂସିଲେ ନିତ୍ୟେ ।
ପରସ୍ପରେ କଥା ହୋଇଲେ ଏପରି ।
ବଡ଼ ରମଣୀୟ ବାରଣାବତ ପୁରୀ ।
ବାରଣାବତେ ମହାଦେବଙ୍କ ଉତ୍ସବ ।
କରୁଛନ୍ତି ଭକ୍ତିରେ ବ‌ହୁତ ମାନବ ।