ପୃଷ୍ଠା:Typical selections from Oriya literature.pdf/୩୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୦୯
ଓଡ଼ିଆ ସାହିତ୍ୟ-ପରିଚୟ

ତାଙ୍କଠାରୁ ଏହା ପାଣ୍ତୁପୁତ୍ରେ ଶୁଣି ।
ଯିବାକୁ ସେହିଠାରୁ ମନ କଲେ ପୁଣି ।
କଉତୁକ ପାଇ ସେ କଥା କଥା ହେଲେ ।
କିରୂପେ ଦେଖିଯିବା ବୋଲି ବିଚାରିଲେ ।
ତାହା ଜାଣିପାଇ ଅମ୍ବିକା କୁମର ।
ପାଣ୍ତବଙ୍କୁ ଡାକି କ‌ହିଲେ ଏ ଉତ୍ତର ।
ଆହେ ବାବୁମାନେ ମୋହର ଲୋକ ଯେତେ ।
ପ୍ରଶଂସନ୍ତି ବାରଣାବତକୁ ସମସ୍ତେ ।
ବଡ଼ ରମଣୀୟ ହୋଇଛି ସେ ପୁର ।
ଦେଖିବା ଇଚ୍ଛାଥିଲେ ଯାଅ ହେ ସତ୍ୱର ।
ବ୍ରାହ୍ମଣ ଅନ୍ଧ ଦୀନ‌ଜନ ଯେତେ ଜନ ।
ଏମାନଙ୍କୁ ବାବୁ ବ‌ହୁତ ଦିଅ ଧନ ।
ଯେବେ ତୁମ୍ଭ ମନ ତୃପତ ହୋଇବ ।
ତେବେ ହସ୍ତିନାକୁ ଲେଉଟି ଆସିବ ।
ଧୃତରାଷ୍ଟ୍ରଙ୍କର ମନୋରଥ ଜାଣି ।
ଆପଣା ସ‌ହାୟକୁ ମନେ ମନେ ଗୁଣି ।
କାହାକୁହିଁ ସ‌ହାୟ ନ ଦେଖି ଯୁଧିଷ୍ଠିର ।
ଯିବାକୁ ଇଚ୍ଛା କଲେ ତ‌ହିଁକି ସତ୍ୱର ।
ଭୀଷ୍ମ ଦ୍ରୋଣ ବିଦୁର ବାହ୍ଲୀକ ସେ ମହତ୍ତ୍ୱ ।
ଭୁରିଶ୍ରବା ଆଚାର୍ଯ୍ୟପୁତ୍ର ଶାରଦ୍ୱତ ।
ଧୃତରାଷ୍ଟ୍ରଙ୍କର ଭାରିଯା ଗାନ୍ଧାରୀ ।
ଯେତେ ଥିଲେ ହସ୍ତିନାପୁରେ ଘର କରି ।
ମନ୍ତ୍ରୀ ପୁରୋହିତ ସଙ୍ଗେ ଯେତେ ଦ୍ୱିଜ ।
ଏମାନଙ୍କୁ ଚାହିଁ ପାଣ୍ତୁଙ୍କ ତନୁଜ ।
ମୁଖ ଶୁଖାଇଣ ଏ ବଚନ ଭଣି ।
ଆଜ୍ଞା ଦେଲେ ଆଜି ହସ୍ତିନା ନରମଣି ।
ବଡ଼ ରମଣୀୟ ବାରଣାବତ ପୁରୀ ।
ତ‌ହିଁକି ଆମ୍ଭେମାନେ ଯିବୁ ଯାତ୍ରାକରି ।
ପ୍ରସନ୍ନ ହୋଇ ତୁମ୍ଭେ ଆଶିଷ ଆଜକର ।
ଯେ ରୂପରେ ହୋଇବ ମଙ୍ଗଳ ଆମ୍ଭର ।
ଯୁଧିଷ୍ଠିରଙ୍କର ଶୁଣି ଏ ବଚନ ।
ଆଶିଷ କଲେ ଜନେ ହୋଇଣ ପ୍ରସନ୍ନ ।
ଆହେ ଯୁଧିଷ୍ଠିର ବାଟରେ ତୁମ୍ଭର ।
ଅମଙ୍ଗଳମାନ ନାଶକୁ ସର୍ବମୁର ।