ପୃଷ୍ଠା:Typical selections from Oriya literature.pdf/୩୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୧୦
ଓଡ଼ିଆ ସାହିତ୍ୟ-ପରିଚୟ

ଏହା ଶୁଣି ପାଣ୍ତବେ ମଙ୍ଗଳ କର୍ମ କରି ।
ବାହାରିଲେ ବେଗେ ବାରଣାବତପୁରୀ ।
ଏମନ୍ତେ ଧୃତରାଷ୍ଟ୍ର ବୋଲନ୍ତେ ପାଣ୍ତବଙ୍କୁ ।
ଦୁରାତ୍ମା ଦୁର୍ଯ୍ୟୋଧନ ପାଇଣ ହର୍ଷକୁ ।
ଏକାନ୍ତରେ ପୁରୋଚନ‌କୁ ଡାକିଲେ ।
ହାତ ଧରି ତାକୁ ବଚନ କ‌ହିଲେ ।
ଆହେ ପୁରୋଚନ ଏ ପୃଥ୍ୱୀ ମୋହର ।
ଯେଉଁରୂପେ ସେରୂପେ ଅଟଇ ତୁମ୍ଭର ।
ତୁମ୍ଭ ବିନୁଁ ମୋହର ବିଶ୍ୱାସୀ କେହି ନାହିଁ ।
ଏବେ ଏ ପୃଥ୍ୱୀ ରକ୍ଷା କର କ‌ହୁଥାଇ ।
ଯେରୂପେ ମୁଁ ତୁମ୍ଭଙ୍କୁ କ‌ହିବି ବିଚାର ।
ସେ କଥା ମନେ ରଖିଥିବ ମନ୍ତ୍ରୀବର ।
ମୋ ଶତ୍ରୁମୂଳ ତୁମ୍ଭେ ଉପୁଡ଼ାଇ ଦେବ ।
ତ‌ହିଁକି କ‌ହିବି ଯା ତାହାଟି କରିବ ।
ଧୃତରାଷ୍ଟ୍ର ରଜା ବାରଣାବତକୁ ।
ପେଷିଲେ ଆଜି ଡାକି ପାଣ୍ତବମାନଙ୍କୁ ।
ସେମାନେ ସୁଖେ ଯାଇ ତ‌ହିଁ ବିହରିବେ ।
ପାଶୁପତ ଉତ୍ସବ ଦର୍ଶନ କରିବେ ।
ଚଢ଼ି ଗଧ‌ଯୋଚା ଦିବ୍ୟ ରଥବର ।
ତ‌ହିଁକି ବେଗେ ତୁମ୍ଭେ ଯିବାର ବିଚାର ।
ନ‌ଗର ପ୍ରାନ୍ତେ ତ‌ହିଁ ଚତୁଃଶାଲା ଘର ।
ମନୋରମ କରି ନିର୍ମାଣ ବେଗେ କର ।
ଆୟୁଧ ରଖିବାକୁ ଘର ମଧ୍ୟଥିବ ।
ସେ ଘରେ ଛଣସର୍ଜ୍ଜରସକୁ ରଖାଇବ ।
ଘିଅ ବସା ଜଉ ମାଲପା ମାଟିରେ ।
ଚକଟି କରି କାନ୍ଥ ଛାଟିବ ଯତ୍ନରେ ।
ସେ ଘର ଚାଣପଟେ ତଇଳ ଘିଅଛଣି ।
ଜଉ କାଷ୍ଠ ରଖାଇବ ଯତ୍ନେ ପୁଣି ।
ତା ଦେଖି ପଚାରିଲେ ପାଣ୍ତବେ ତୁମ୍ଭଙ୍କୁ ।
ବନ୍ଦୀଇ କ‌ହିବଟି ସେ କଥା ତାହାଙ୍କୁ ।
ସେ ଘରେ କୁନ୍ତୀ ତୁଲେ ପୁତ୍ରଙ୍କୁ ଆଦରେ ।
ରଖାଇବ ପୂଜା କରିଣ ବିଧିରେ ।
ସେ ଘରେ ଦିବ୍ୟ ଯାନ ଆସନ ଭିଆଇ ।
ଥୋଇଥିବ ତୁମ୍ଭେ ପାଣ୍ତବଙ୍କ ପାଇଁ ।