ପୃଷ୍ଠା:Typical selections from Oriya literature.pdf/୩୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୧୧
ଓଡ଼ିଆ ସାହିତ୍ୟ-ପରିଚୟ

ବିଶେଷ ସାବଧାନେ ବାରଣାବତ ଜନ ।
ମାନଙ୍କୁ ଏ କଥାଟି କରିବ ଗୋପନ ।
ପାଣ୍ତବେ ଯେଉଁ ଦିନ ସେ ଘର ଭିତରେ ।
ନିର୍ଭୟ ହୋଇ ଶୋଇଥିବେ ବିଶ୍ୱାସରେ ।
ସେହି ଦିନ ସେ ଘର ଦ୍ୱାରକୁଟି ଯାଇ ।
ଜଳନ୍ତା ଅଗ୍ନୀନେଇ ଦେବ ହେ ଲଗାଇ ।
ଏରୂପେ ପୋଡ଼ି ପାଣ୍ତୁକୁମରେ ଗଲେମରି ।
ଆମ୍ଭଙ୍କୁ କେବେ ନିନ୍ଦା ନୋହିବ କାହାରି ।
କ‌ହ‌ନ୍ତେ ଦୁର୍ଯ୍ୟୋଧନ ଏରୂପେ ବଚନ ।
ପ୍ରତିଜ୍ଞା କରି ଗଲା ମନ୍ତ୍ରୀ ପୁରୋଚନ ।
ଗଧ‌ଯୋଚା ରଥ ଉପରେ ବସିଲା ।
ବାରଣାବତେ ଯାଇ ପ୍ରବେଶ ହୋଇଲା ।
ଯେ ରୂପେ ଦୁର୍ଯ୍ୟୋଧନ କ‌ହିଥିଲେ ତାକୁ ।
ବାରଣାବତେ କଲା ସେ ରୂପେ ଘରକୁ ।
ଏଥୁଅନ୍ତେ ପାଣ୍ତବମାନେ ସଜ ହେଲେ ।
ପବନୋପରି ଘୋଡ଼ା ରଥରେ ଯୋଡ଼ିଲେ ।
ମଳିନତା ଧରି ବଦନ-ନଳିନରେ ।
ନମିଲେ ପାଣ୍ତୁସୁତେ ଭୀଷ୍ମଙ୍କ ପାଦରେ ।
ଧୃତରାଷ୍ଟ୍ର ନୃପଙ୍କ ପାଦ ପୂଜାକଲେ ।
ଦ୍ରୋଣ କୃପ ବିଦୁର ବୃଦ୍ଧ ଜ୍ଞାତି ତୁଲେ ।
ସମ‌ବୟସରେ ଯେତେ ଲୋକ ଥିଲେ ।
ପାଣ୍ତବଙ୍କୁ ସାନ ଯେତେ ଜ୍ଞାତିଜନ ।
ସେମାନେ ତାଙ୍କ ପାଦେ ନମିଲେ ବ‌ହ‌ନ ।
ଯେତେ ମାତୃବର୍ଗ ନାରୀ ତ‌ହିଁଥିଲେ ।
ସେମାନଙ୍କୁ ପାଣ୍ତବେ ନମସ୍କାର କଲେ ।
ଦାସଜନମାନଙ୍କୁ ସଙ୍ଗତରେ ଧରି ।
ରଥଚଢ଼ିଗଲେ ବାରଣାବତ ପୁରୀ ।
ବିଦୁର ଭୀଷ୍ମ ଆଦି ପୁରଜନ ଯେତେ ।
କାନ୍ଦି କାନ୍ଦି ଗୋଡ଼ାଇଲେ ସେ ସଙ୍ଗତେ ।
କେଉଁମାନେ ପାଣ୍ତବମାନଙ୍କୁ ଦୁଃଖ ଦେଖି ।
ଏ ବଚନମାନ ବୋଇଲେ ହୋଇ ଦୁଃଖୀ ।
ଧୃତରାଷ୍ଟ୍ର ରଜା ହୋଇଲେ ବଡ଼ ମୂର୍ଖ ।
ଅଧର୍ମର କଥା ମଣିଲେ ଏବେ ସୁଖ ।