ପୃଷ୍ଠା:Typical selections from Oriya literature.pdf/୩୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୧୩
ଓଡ଼ିଆ ସାହିତ୍ୟ-ପରିଚୟ

ବ‌ହୁତ ଆଶିଷକୁ ତାଙ୍କର ବିଚାରି ।
ଆସିଲେ ସେ ବାହୁଡ଼ି ଘରକୁ ଯେ ଯାହାରି ।
ପୁରଜନମାନେ ଲେଉଟି ଯହୁଁଗଲେ ।
ପାଣ୍ତବକୁ ବୋଧି ବିଦୁର କ‌ହିଲେ ।
ସମସ୍ତ କଥାରେ ସେ ତ ଅଟନ୍ତି ଚତୁର ।
ସେପରି ଚତୁର ତ ଅଟନ୍ତି ଯୁଧିଷ୍ଠିର ।
ତାହାଙ୍କୁ ସେ ଦେଖାଇ କ‌ହିଲେ ଏମନ୍ତ ।
ନୀତି ଶାସ୍ତ୍ର ମତରେ ଜାଣି ପରଚିତ୍ତ ।
ବିପତ୍ତିରୁ ତୁମ୍ଭେ ଯେମନ୍ତେ ତରିବ ।
ଶାସ୍ତ୍ରକୁ ଅନୁସରି ସେରୂପ କରିବ ।
ଲୋହ ନୋହି ତୀକ୍ଷ୍ଣ ଶସ୍ତ୍ର ବୁଦ୍ଧି ଅଟେ ।
ପରର ମର୍ମ୍ମକୁ ସେ ଗଡ଼ କରି କାଟେ ।
ଯେଉଁ ଲୋକ ତାହା ଜାଣଇ ଭଲକରି ।
ଶତ୍ରୁଘେନି ନାଶ ନୁହଇ ତାହାରି ।
ମହାରଣ୍ୟେ ବିଳେ ଯେ ଘର କରିଥାଏ ।
ତାକୁକି ଅଗ୍ନି ନାଶ କରଣେ କ୍ଷମହୁଏ ।
ଏହା ଜାଣି ଆତ୍ମାକୁ ରଖଇ ଯେଉଁ ନର ।
ସବୁକାଳେ ଜୀବନ ରହଇ ତାହାର ।
ଚକ୍ଷୁ ବିନା ଲୋକ‌କୁ ମାର୍ଗ ନ ଦିଶଇ ।
ସେହିରୂପେ ଦିଗ ଜାଣିତ ନୁହଇ ।
ଏହି ସକାଶରୁ ଆହେ ଯୁଧିଷ୍ଠିର ।
ବାରଣାବତ ବାଟ ଜାଣିବା ବିଚାର ।
ଅଧୀର ହେଲେ ଲୋକେ ସମ୍ପତି ନ ଲ‌ଭଇ ।
ଏହା ବୁଝିଥିବ କ‌ହିଲି ମୁଁ ବୁଝାଇ ।
ଅହିତ ଲୋକ ଯାହା କ‌ରୁଥିବ ହିତ ।
ତ‌ହିକି ଜଗିଥିବ କୁନ୍ତୀଦେବୀ ସୁତ ।
ବିଷୟୀଭୂତ ହେଲେ ଶତ୍ରୁ ଲୌକାସ୍ତର ।
କରିବ ଝିଙ୍କି ପର ଦିମୁହାଁ ବିବର ।
ଏମନ୍ତ ବିବଇରେ ଯେହୁ ଥାଏ ରହିଁ ।
ତାହାକୁ ଅଗ୍ନି ଅବା କି କରି ପାରଇ ।
ବୁଲିଲେ ସବୁ ବାଟ ହୋଇ ଯାଏ ବଣା ।
ନକ୍ଷତ୍ର ଯୋଗେ ରାତ୍ରେ ଦିଗକୁ ହେବଣା ।
ଯେ ପଞ୍ଚ ଇନ୍ଦ୍ରିୟଙ୍କୁ ଯତ୍ନରେ ।
ସଂଯତ କରି ରଖେ ଆପଣା ବୁଦ୍ଧିରେ ।