ପୃଷ୍ଠା:Typical selections from Oriya literature.pdf/୩୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆ ସାହିତ୍ୟ-ପରିଚୟ
ଗୀତ
ସତେକ ମୋଜୀବ ଥିବ ଯିବି ବୃନ୍ଦାବନ ।
ଦର୍ଶନ କରିବି ଯାଇ ନନ୍ଦର ନନ୍ଦନ । ଘୋଷା
ଯିବି ଚାଣ୍ତେ ଶ୍ୟାମକୁଣ୍ତେ କରିବି ସ୍ନାହାନ ।
ରାଧାକୁଣ୍ତୁ ପଙ୍କଲାଗି ମଥାରେ ଚନ୍ଦନ ।
ରାସସ୍ଥଲୀ ନିକଟେ କରିବି ଶୟନ ।
ତୁଣ୍ତେ ହରି ନ ବୋଇଲେ ଶୁଣୁଥିବ କର୍ଣ୍ଣ ।
ମାଧୁକରି ଭିକ୍ଷାମାଗି ବଞ୍ଚୁଥିବି ଦିନ ।
ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ ।
କ‌ହେ ସାଲବେଗ ହୀନ ଜାତିରେ ଯବନ ।
ଶ୍ରୀରଙ୍ଗା ଚରଣ ତଳେ ରହୁ ମୋର ମନ ।
(୨)
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।
ମୋ ଆରତ ନଳିନୀ-ବନ‌କୁ କର ଦଳନ ।
ଗଜରାଜ ଚିନ୍ତା କଲା ଥାଁଇ ଘୋର ଜଳେଣ ।
ଚକ୍ର ପେଶି ଗ୍ରହା ନାଶି ଉଦ୍ଧରିଲ ଆପଣ ।
ଘୋର ବନେ ମୃଗୁଣୀକି ପଡ଼ିଥିଲା କଷଣ ।
କେଡ଼େ ବଡ଼ ବିପତ୍ତିରୁ କରିଅଛ ତାରଣ ।
କୁରୁ-ସଭାତଳେ ପୁଣି ଦ୍ରୌପଦୀର ଜଣାଣ ।
କୋଟିବସ୍ତ୍ର ଦେଇ ହେଳେ ଲଜ୍ଜାକଲ ବାରଣ ।
ରାବଣର ଭାଇ ବିଭୀଷଣ ଗଲା ଶରଣ ।
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।