ପୃଷ୍ଠା:Typical selections from Oriya literature.pdf/୩୬୧

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


<poem>ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି ୤ ଶୋକ ସାଗରୁ ଯେବେ ହୋଇବୁ ପାରି ରେ୥ ହୁଡ଼ିଲେ ଯେତେ ଜନ ହରି ନାମକୁ ୤ ହୀନଗତିକି ଗଲେ ବୁଡ଼ି ତଳକୁ ରେ ୥ ହଜିଲେ ଦେହ ଆଉ ପାଇବୁ ନାହିଁ ୤ ହାଟ ବସାଇଥିବେ ତୋ ଦେହ ପାଇଁ ରେ ୥ କ୍ଷୟ ଦୁର୍ଲ୍ଲଭ ଦେହ ହୋଏ ଆୟୂଷ ୤ କ୍ଷୟ ନଯିବ ନାମ ହୃଦରେ ଘୋଷ ରେ ୥ ଛାର ଦେହକୁ ମନ ନ ଯା ବିଶ୍ବାସ ୤ ଛାର ଦୁର୍ବୁଦ୍ଧି କହେ ଭକତ ଦାସ ଯେ ୥ ମଥୁରା ମଙ୍ଗଳ ଭକ୍ତ ଚରଣ ଦାସ ...................................................................................................................................... ପ୍ରଥମ ଛାନ୍ଦ ରାଗ ଚକ୍ରକେଳି କଂସର ଅକ୍ରୁରଙ୍କୁ ମଥୁରା ଗମନର ଆଦେଶ୤ ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର୤ ଜୟ ରାମଅନୁଜ ଦାମୋଦର୥ ଜୟ କଂସାରି ଜଗତତାରଣ୤ ଜୟ ମାଧବ ମନ୍ଦରଧାରଣ୥ .............................................................................................................................................................................................................. ନାନାରୂପ ଅରୂପ ତୁହି ହେଉ୤ ପ୍ରାଣୀମାନଙ୍କୁ ହିତେ ଦୟାବହୁ୥ ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ୤କେହି ନଜାଣେ ଆଦ୍ୟ ମଧ୍ୟ ଅନ୍ତି୥ ସର୍ବ ଆତ୍ମାରେ ତୁହି ଆତ୍ମାରାମ୤ ତୋର ବିହୀନେ ନାହିଁ କର୍ମାକର୍ମ୥ ତୁ ସେ ଆଦି ଅନାଦି ନିରାକାର୤ ଶ୍ରୁତି ସ୍ମୁରୁତିକି ନାହିଁ ଗୋଚର୥ ତୋର ଆଜ୍ଞା ଶିରେ ଧରି ବିରଞ୍ଚି୤ ଚତୁର୍ଦ୍ଦଶଭୁବନ ଅଛି ରଚି୥ ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା୤ ତୋର ସର୍ଜିଲାରୁ ଏହୁ ବକତା୥ ତୋଅର ନ କଲା ଆଊ ନାହିଁ କେହି୤ ତୁ ସେ ସର୍ବ କରତା ଭାବଗ୍ରାହୀ୥ ଏଣୁ ମନରେ କରଇଁ ବିଚାର୤ ତୋହ ବିନା କେ ଗତି ନାହିଁ ଆର୥ ଯେବେ ସୁଦୟା କରିବ ମୋହରେ୤ ମନ ରଖାଇ ପଙ୍କଜପୟରେ୥ ଆଉ ସମ୍ପଦେ ନାହିଁ ପ୍ରୟୋଜନ୤ ଭକ୍ତିବିନେ ଦରିଦ୍ର ମୋ ଜୀବନ୥ ସୁଜ୍ଞଜନଙ୍କ ମୁଖରୁ ଶୁଣିଲି୤ କୃଷ୍ଣ ଭଜିଲେ ତରନ୍ତି ଜାଣିଲି୥