ପୃଷ୍ଠା:Typical selections from Oriya literature.pdf/୩୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨୮
ଓଡ଼ିଆ ସାହିତ୍ୟ-ପରିଚୟ

ଶାଢ଼ୀବନ୍ଧାଇ ରାଜନପଣ ଦେଇ ସୁଖେ ଗୃହେ ବସିଥାଅ ।
ଆମ୍ଭର ଯେତେ ହାନି ଲାଭ ହୋଇବ କରିବେ ତୋହର ପୁଅ ।
ନିଶି ପାହିଲେ ଧନୁପୂଜା ହୋଇବ ଅଳସ ନ କରି ଆସ ।
ଏମନ୍ତ ବୋଲି ଚିଟାଉ ଲେଖିଅଛି ପଢ଼ି ହେଲେ ନନ୍ଦ ତୋଷ ।
ବିସ୍ମୟଚିତ୍ତରେ ହୃଦୟ ଭିତରେ କଲା ମହାଘୋର ଭୀତି ।
ଯହୁଁ ଶୁଣିଲେ ମଥୁରା ଯିବେ ଦୂତ ସଙ୍ଗେ ରାମ ଶିରୀପତି ।
ପରିଜନ ରାଇ ବୋଲେ ଗୋପସାଇଁ ଗୋପରେ ଘୋଷଣା ଦିଅ ।
ନିଶି ପାହିଲେ ମଥୁରାପୁର ଯିବେ ସମ୍ଭାର ସଜାଡ଼ି ଥାଅ ।
ଏତେକ ଭାଷି ଅକ୍ରୁରକୁ ଚରଚା କରଇ ବରଜ ରାଜା ।
ବୋଲେ ବଇରାଗୀ ଭକତ ଚରଣ ଗୋପରେ ବାଜଇ ବାଜା ।

ପଞ୍ଚମ ଛାନ୍ଦ
ରାଗ ମଧୁପ ଚଉତିଶା ବୃତ୍ତେ
ଗୋପୀମାନଙ୍କ ବିଳାପ

କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ । ଚାହିଁ ଶ୍ରୀମୁଖ ଅରବିନ୍ଦକୁ ।
ମଥୁରା ଗଲେ ଅକ୍ରୁର ସଙ୍ଗେ ରଙ୍ଗେ ଗୋପୀମାନଙ୍କୁ ଦେବ ହାକୁ ହେ । ମୋହନ ।
ତୁମ୍ଭ ପଛେ ପଛେ ଜୀବ ଯିବ । କାହାପାଇଁ ଏ ପିଣ୍ଡରେ ଥିବ ।
ଯାହା ବାହା ସାହା ପାଇ ବଞ୍ଚିଥିଲୁ ସେହୁ ଯେବେ କଂସପୁର ଯିବ । ମୋହନ ।
ବିଷ ଦେଇ ନାଶ କରି ଯାଅ । ନିର୍ଜ୍ଜଞାଳେ ମଧୁପୁରେ ଥାଅ ।
ତିଳେ ଅନ୍ତର ହୋଇଲେ ମରୁଥାଉଁ ଏବେ ଦୁଇ ଚାରିଦିନ କହ । ମୋହନ ।
ଯେତେବେଳେ ଯାଅ ବୃନ୍ଦାବନେ ।ସଙ୍ଗେ ଗୋପାଳ ବାଳକ ମାନେ ।
ବଛା ଛରାଇ ବାହୁଡ଼ି ଆସିବାକୁ ପଥ ଚାହୁଁ ଥାଉଁ ଗୋପୀମାନେ । ମୋହନ ।
ଗୋପେ ପେଶ ଆସି ଯେତେବେଳେ । ପ୍ରାଣ ପଶଇ ହୃଦୟସ୍ଥଳେ ।
ଚନ୍ଦ୍ର ଦେଖି ଯେହ୍ନେ କୁମୁଦବିପିନ ମହାଆନଦେ ଫୁଟଇ ଜଳେ । ମୋହନ ।
ରବି ଦେଖି ଯେହ୍ନେ ଅରବିନ୍ଦ । ଚକ୍ଷୁ ପାଇଲେ ଯେସନେ ଅନ୍ଧ ।
ଚିରକାଳଦୁଃଖି ରତନ ଲିଭିଲେ ଯେହ୍ନେ ହୁଅଇ ସେହୁ ଆନନ୍ଦ । ମୋହନ ।
ନବଲାବଣ୍ୟ ବାରିଦତନୁ ।ଦେଖି ଦୁଃଖ ଦୂର କରୁଁ ମନୁ ।
ଜୀବନଜଡୋଳା ଦେଖିଲେ କି ଡୋଳା କେବେ ପାସୋରି ପାରିବ ନୁହେ । ମୋହନ ।
କର୍ଣ୍ଣ ଡେରି ଶୁଣୁଥାଉଁ ବଂଶୀ । କାମକାଣ୍ଡେ ହେଉଥାଉଁ ଧ୍ବଂସି ।
ଏବେ ସେମାନେ ଆଝୁଁଶୂନ୍ୟ ହୋଇବ କି କରିବୁଁ ବୃନ୍ଦାବନ ବାସୀ । ମୋହନ ।
ଇନ୍ଦ୍ର ବିବାଦୁଁ କେହୁ ରଖିବ । ଗୋବର୍ଦ୍ଧନ କେ କରେ ଟେକିବ ।
ଷଣ୍ଢ ଶକଟ ତୃଣ ବକ ନିବାରି ବନଅନଳୁଁ କେହି ତାରିବ ହେ । ମୋହନ ।