ପୃଷ୍ଠା:Typical selections from Oriya literature.pdf/୩୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨୯
ଓଡ଼ିଆ ସାହିତ୍ୟ-ପରିଚୟ

ନନ୍ଦରାଣୀ ବାନ୍ଧିବ କାହାକୁ ।ଜଳୁଁକେ ଆଣି ଦେବ ନନ୍ଦକୁ ।
କାଳୀଫଣାରେ କେହୁ ନୃତ୍ୟ କରିବ କେହୁ ତାରିବ ମଣିଚୂଡ଼କୁ ହେ । ମୋହନ ।
ବାଟ ଜଗି କେ ମାଗିବା ଘାଟ । ତାଳି ଦେଲେ କେ କରିବ ନାଟ ।
କେହୁ ଲବଣି ଚୋରି କରି ଖାଇଲେ ରାଣୀ କାହାକୁ ପିଟିବ ଛାଟ ହେ । ମୋହନ ।
ନିଶାକାଳେ କେ ବାଇବ ବଂଶୀ । ବନେ ନେବ ଗୋପଶୁଭ୍ରକେଶୀ ।
କାହା ସଙ୍ଗେ ରଙ୍ଗେ ରାସମଣ୍ଡଳରେ ପୁହାଇବୁଁ ଆମ୍ଭେ ସୁଖେ ନିଶି ହେ । ମୋହନ ।
କାହାଚୁଳରେ ଖଞିବୁଁ କିଆ । କାହା ହିଆରେ ଭିଡ଼ିବୁ ହିଆ ।
କାହା ଛାମୁରେ ଆମ୍ଭେ ଲାଜ ବିହିଣ ଅନାଇଁ ଯେ ହୋଇବୁଁତ ଠିଆ ହେ । ମୋହନ ।
କାହା ନାମେ ଗାଉଥିବୁଁ ଗୀତ । କାହା ସଙ୍ଗେରେ ଖେଳିବୁଁଜୃତ ।
କାହାକୁ ଦ୍ବାରବନ୍ଧ ଧରି ଅଳପ ହସି କହିବୁଁ କହତ ସତ ହେ । ମୋହନ ।
କେହୁ ନେତ୍ରପ୍ରାନ୍ତେ ଠାରୁଥିବ । ନିଧୁବନକୁ କଢ଼ାଇ ନେବ ।
ଶଶିଖଣ୍ଡ ଗଣ୍ଡଦେଶରେ ଆମ୍ଭର କେହୁ ପୁଣ ପୁଣତ ଚୁମ୍ବିବ ହେ ମୋହନ ।
ଭୂତ ଛଡ଼ାଇବ କେ ରାଧାକୁ । କେହୁ ହରିବ ଦୁଃଖବାଧାକୁ ।
କେହୁଁ ବୃନ୍ଦାବତୀ ସଙ୍ଗେ ବିହରିବ ବୃନ୍ଦାବନେ ଖୋଜିବୁଁ କାହାକୁ ହେ । ମୋହନ ।
କେଳିକଦମ୍ବ କହି ବଞ୍ଚିବ । ତୁମ୍ଭ ବିଚ୍ଛେଦେ ପ୍ରାଣ ମୁଞ୍ଚିବ ।
ଯମଭଗିନୀ ଯମୁନା ଆଜିଠାରୁ କୃଶ ହୋଇ ସେ ଦୂରେ ଘୁଞ୍ଚିବ ହେ । ମୋହନ ।
ମୁଖ ମୃଗ ମହୀରୁହମାନେ । ପ୍ରାଣ ହାରିବେ ତୁମ୍ଭ ବିହୁନେ ।
ଗୋପଭୁବନ ଅସୁନ୍ଦର ଦିଶିବ କାନ୍ତ ନ ଥିଲେ ନାରୀ ଯେସନେ ହେ । ମୋହନ ।
ତାପୀ ହୋଇବୁଁ ସକଳ ଭୀରୁ । ଦିନୁ ଦିନୁ ଚିନ୍ତା ହେବ ଗୁରୁ ।
ଶାନ୍ତିପୀରତିକି ବାଡ଼ ହେଲା କଂସଦୂତ ଏମନ୍ତ ମନେ ବିଚାରୁଁ ହେ । ମୋହନ ।
କାହାସଙ୍ଗରେ ଫଗୁ ଖେଳିବୁଁ । କାହା କଥାକୁ କର୍ଣ୍ଣ ଡ଼ରିବୁଁ ।
କାହାପାଇଁ ରତ୍ନପଲଙ୍କ ପକାଇ ଆସିବାକୁ ଚାହିଁ ବସିଥିବୁଁ ହେ । ମୋହନ ।
କାହା ମୁଖରେ ଦେବୁଁତାମ୍ବୁଳ । କାହା ନୟନେ ଦେବୁଁ କଜ୍ଜ୍ୱଳ ।
କାହାରି ରୁଚିର ଚିକୁରକୁ ବେଣୀ କରି ସାଜିବୁଁ ଚୂର୍ଣ୍ଣକୁନ୍ତଳ ହେ । ମୋହନ ।
ତୁଳ୍ପ ବୟସ ବାଳକ ମେଳେ । ଖେଳୁଥାଅ ଯେ ଯମୁନାକୂଳେ ।
କାହାକୁ ଦେଖିବା ପାଇଁ ଗୋପଗୋଈ ଜଳ ନିମିତ୍ତ ଚଳିବୁଁ ମେଳେ ହେ । ମୋହନ ।
କଥା ନ କହ କାହିଁକି ହରି । ଅକ୍ରୁର କି ବଳେ ନେବ ଧରି ।
ଘେନିବୁଁ ଜୀବନ ଭାଙ୍ଗିବୁଁ ତା ଯାନ କଥା ରହିଥାଉ ତିନିପୁରୀ ହେ । ମୋହନ ।
ଶୁଣି ବୋଲନ୍ତି ଗୋକୁଳ ବନ୍ଧୁ । ଦୁଃଖ ନ କର ଗୋ ବ୍ରଜବଧୁ ।
ତୁମ୍ଭ ପ୍ରସାଦେ ଯାତ୍ରା ଦେଖି ଆସିବୁଁ ହରି ରଖିବେ ସର୍ବ ଆପଦୁଁ ଗୋ । ଗୋପୀଏ ।
ନନ୍ଦରାଣୀ କରନ୍ତି ରୋଦନ । କୋଳେ ଧରିଣ ନିଜ ନନ୍ଦନ ।
ଚରଣ ଧରି ଭକ୍ତିଦାସ କାନ୍ଦଇ ବେଢ଼ି କାନ୍ଦନ୍ତି ସକଳ ଜନ ସେ । ମୋହନ ।